May 15, 2026
Home » ବୀରମହାରାଜପୁରରେ ଗୁଳିକାଣ୍ଡ ଘଟଣା ରେ ଯୁବକ ଙ୍କ ମୃତ୍ୟୁ l

ବୀରମହାରାଜପୁରରେ ଗୁଳିକାଣ୍ଡ ଘଟଣା ରେ ଯୁବକ ଙ୍କ ମୃତ୍ୟୁ l

0
WhatsApp Image 2026-04-19 at 1.16.06 PM

 

ସୁବର୍ଣ୍ଣପୁର– ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସହରରେ ଶୁକ୍ରବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ବନ୍ଧୁକରୁ ହଠାତ୍ ଗୁଳି ଫୁଟିବାରୁ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ମୃତ୍ ଯୁବକ ଜଣକ ଚମ୍ପାମାଳ ଗ୍ରାମର ବିକ୍ରମ ମହାରଣା (ବିକି) ବୋଲି ଜଣାପଡ଼ିଛି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ବିକି ଜଣେ ଭଦ୍ର ତଥା ମେଳାପୀ ଯୁବକ ଥିଲେ । ଅସମର୍ଥିତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଶୁକ୍ରବାର ସନ୍ଧ୍ୟା ପ୍ରାୟ ୮ ଟା ବେଳେ ବୀରମହାରାଜପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଛକ ନିକଟସ୍ଥ ଏକ ପାନ ଦୋକାନ ପାଖରେ କିଛି ଯୁବକ ବସିଥିଲେ। ସେଠାରେ ବିକି ତାଙ୍କ ସାଙ୍ଗ ଙ୍କ ସହ ବନ୍ଧୁକ ଦେଖୁଥିବା ବେଳେ ହଠାତ୍ ଟ୍ରିଗର ଉପରେ ବିକି ଙ୍କ ହାତ ବାଜି ଗୁଳି ଫୁଟି ଯାଇଥିଲା। କିଛି ଲୋକ କହିବାରେ ବନ୍ଧୁକଟି ଅଟୋମେଟିକ ହୋଇଥିବା ବେଳେ ଟ୍ରିଗର ଲକ ହୋଇ ନ ଥିବାରୁ ଫାୟାର ହୋଇ ଗୁଳିଟି ସିଧା ବିକ୍ରମଙ୍କ ବେକ ରେ ଆସି ବାଜିଥିଲା। ତଦନ୍ତ ହେଲା ପରେ ଘଟଣା ସ୍ପଷ୍ଟ ହେବ । ଗୁରୁତର ଅବସ୍ଥାରେ ବିକ୍ରମଙ୍କୁ ଉଦ୍ଧାର କରି ତୁରନ୍ତ ବୀରମହାରାଜପୁର ଡାକ୍ତରଖାନାକୁ ନିଆଯାଇଥିଲା ବେଳେ ତାଙ୍କୁ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ବୀରମହାରାଜପୁର ଥାନା ଅଧିକାରୀ ସାରଙ୍ଗଧର ପାଣିଗ୍ରାହୀ ଓ ପୁଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ବୀରମହାରାଜପୁର ଏସ୍‌ଡିପିଓ ହେମନ୍ତ ରାଓଙ୍କ ନେତୃତ୍ୱରେ ତଦନ୍ତ ଜାରି ରହିଛି। ସାଇଣ୍ଟିଫିକ୍ ଟିମ୍ ଦ୍ୱାରା ଘଟଣାସ୍ଥଳରେ ପୁଙ୍ଖାନୁପୁଙ୍ଖ ଯାଞ୍ଚ କରାଯିବ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ….

Leave a Reply

Your email address will not be published. Required fields are marked *