April 25, 2025
Home » ଶିବାନନ୍ଦ ନଗର ସ୍ଥିତ ମା ସରସ୍ୱତି ବିଦ୍ୟା ମନ୍ଦିର ରେ ସ୍ଵାମୀ ବିବେକାନନ୍ଦ ଜୟନ୍ତୀ ପାଳିତ।

ଶିବାନନ୍ଦ ନଗର ସ୍ଥିତ ମା ସରସ୍ୱତି ବିଦ୍ୟା ମନ୍ଦିର ରେ ସ୍ଵାମୀ ବିବେକାନନ୍ଦ ଜୟନ୍ତୀ ପାଳିତ।

0

ବ୍ରହ୍ମପୁର: ଶିବାନନ୍ଦ ନଗର ସ୍ଥିତ ମା ସରସ୍ବତୀ ବିଦ୍ୟା ମନ୍ଦିର ପ୍ରାଙ୍ଗଣରେ ରବିବାର ଦିନ ସ୍ବାମୀ ବିବେକାନନ୍ଦ ଜୟନ୍ତୀ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ବିଦ୍ୟା ମନ୍ଦିର ସମିତିର ସଭାପତି ଡ଼. ସୁରେନ୍ଦ୍ର ନାଥ ପାଣିଗ୍ରାହୀଙ୍କ ପୌରହିତ୍ୟରେ ଆୟୋଜିତ ଏହି ଉତ୍ସବରେ ମୂଖ୍ୟ ଅତିଥି ରୁପେ ଓଡ଼ିଶା ସରକାରଙ୍କ ମାନ୍ୟବର ବାଣିଜ୍ୟ, ପରିବହନ, ଖଣି ଓ ଇସ୍ପାତ ମନ୍ତ୍ରୀ ଶ୍ରୀଯୁକ୍ତ ବିଭୂତି ଭୂଷଣ ଜେନା ଯୋଗଦାନ କରିଥିବା ବେଳେ, ମୂଖ୍ୟବକ୍ତା ଭାବେ ଶିକ୍ଷାବିତ ପ୍ରାକୃନ ଅଧ୍ୟକ୍ଷ ଡ଼. ଭଗବାନ ତ୍ରିପାଠୀ, ସମ୍ମାନିତ ଅତିଥ୍‌ ରୁପେ ଆଇନଜୀବୀ ଶ୍ରୀଯୁକ୍ତ ପୀତବାସ ପଣ୍ଡା ପ୍ରମୁଖ ଯୋଗଦାନ କରିଥିଲେ । ଏହି ଅବସରରେ ଅତିଥ୍‌ ମାନଙ୍କ ସମ୍ମୁଖରେ ଛାତ୍ରଛାତ୍ରୀ ମାନେ ବ୍ୟାୟାମ ଯୋଗ, ଆସନ, ସୂର୍ଯ୍ୟ ନମସ୍କାର, ଏବଂ ଡମ୍ବଲରସ୍ ଭଳି ଚମତ୍କାରିତା ପ୍ରଦର୍ଶନ କରିଥିଲେ, ।

ଏହି କାର୍ଯ୍ୟକ୍ରମରେ ଅନ୍ୟତମ ସମ୍ମାନିତ ଅତିଥ୍ ଭାବେ ବିଦ୍ୟା ମନ୍ଦିର ପରିଚାଳନା ସମିତିର ଉପ ସଭାପତି ଦେବେନ୍ଦ୍ର ପାଢ଼ୀ, ସଂପାଦକ ଯଜ୍ଞ ନାରାୟଣ ପାଠୀ, ଯୁଗ୍ମ ସଂପାଦକ ଜୟରାମ ସ୍ବାଇଁ, ସୁରେନ୍ଦ୍ର ନାଥ ପଟ୍ଟନାୟକ, କେଦାର ଚରଣ ପଣ୍ଡା, ମହେଶ୍ବର ପଣ୍ଡା, ଜୟକୃଷ୍ଣ ବେହେରା, ସୁନୀତା ସାହୁ, ଜ୍ୟୋତ୍ସ୍ନା ମୟୀ ମିଶ୍ର, ଟିକୁଲା ବେହେରା ପ୍ରମୁଖ ଉପସ୍ଥିତ ରହି ବିବେକାନନ୍ଦଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ଶିଶୁ ମାନଙ୍କୁ ପରାମର୍ଶ ଦେଇଛନ୍ତି ।

ଉକ୍ତ ଉତ୍ସବରେ ବିଦ୍ୟା ମନ୍ଦିରର ପ୍ରତିଷ୍ଠାତା ଶ୍ରୀ ପାତ୍ର ଅତିଥ୍‌ ପରିଚୟ କରିବା ବେଳେ, ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟା ମମତା କୁମାରୀ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ବିଦ୍ୟା ମନ୍ଦିରର ବରିଷ୍ଟ ଆଚାର୍ଯ୍ୟା ବନ୍ଦନା ମହାନ୍ତି କାର୍ଯ୍ୟକ୍ରମ ପରିଚଳନା କରିଥିବା ବେଳେ, ବିଦ୍ୟା ମନ୍ଦିରର ବରିଷ୍ଠ ଆଚାର୍ଯ୍ୟ ବଳରାମ ସାହୁଙ୍କ ସମେତ ସମସ୍ତ ଆଚାର୍ଯ୍ୟ, ଆଚାର୍ଯ୍ୟା ଓ ଭାଇ ଭଉଣୀ ମାନେ ପୂର୍ଣ୍ଣ ପ୍ରାଣରେ ସହଯୋଗ ପ୍ରଦାନ କରି ଥିଲେ।

ବ୍ରହ୍ମପୁର ଈପିଏରୁ ନରସିଂହ ଡାକୁଆ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *