June 20, 2026
Home » ଶିଶୁ ଶ୍ରମିକ ନିରାକରଣ ଉପଲକ୍ଷେ ଉଦ୍ଦିଷ୍ଟ ୧୫ ଦିନିଆ ସଚେତନତା ଅଭିଯାନ ।

ଶିଶୁ ଶ୍ରମିକ ନିରାକରଣ ଉପଲକ୍ଷେ ଉଦ୍ଦିଷ୍ଟ ୧୫ ଦିନିଆ ସଚେତନତା ଅଭିଯାନ ।

0
1001133488
ନୟାଗଡ :ରେ ନୟାଗଡ଼ ଜିଲ୍ଲାରେ ଶିଶୁ ଶ୍ରମିକ ନିରାକରଣ ଉପଲକ୍ଷେ ୧୫ ଦିନିଆ ସଚେତନତା ଅଭିଯାନ କାର୍ଯ୍ୟକ୍ରମ ଆରମ୍ଭ ।ଏହି ଅବସରରେ କଲେକ୍ଟରେଟ, ନୟାଗଡ଼ ଠାରୁ “ଶିଶୁ ଶ୍ରମିକ ନିରାକରଣ ସଚେତନତା ରଥ” କୁ ଉପ-ଜିଲ୍ଲାପାଳ, ନୟାଗଡ଼ ମହୋଦୟଙ୍କ ଦ୍ୱାରା ପତାକା ଦେଖାଇ ଶୁଭାରମ୍ଭ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ପ୍ରଭାଗୀୟ ଶ୍ରମ ଆୟୁକ୍ତ,ନୟାଗଡ଼, ସହକାରୀ ଶ୍ରମ ଅଧିକାରୀମାନେ, ଶ୍ରମ ବିଭାଗର କର୍ମଚାରୀବୃନ୍ଦ, ଶିଶୁ କଲ୍ୟାଣ କମିଟି (CWC)ର ଅଧ୍ୟକ୍ଷ ଏବଂ କର୍ମଚାରୀବୃନ୍ଦ, DCPO କର୍ମଚାରୀ ଓ ପୋଲିସ କର୍ମଚାରୀମାନେ ଉପସ୍ଥିତ ଥିଲେ। SEWA ସଂସ୍ଥାର କର୍ମଚାରୀବୃନ୍ଦ, ଗଣିଆ ଉନ୍ନୟନ କମିଟି (GUC) ର କର୍ମଚାରୀ, ବିଭିନ୍ନ ସିଭିଲ ସୋସାଇଟି ସଂଗଠନ, ଶ୍ରମିକ ସଂଘର ସଦସ୍ୟବୃନ୍ଦ ଏବଂ ନିର୍ମାଣ ଶ୍ରମିକମାନେ ମଧ୍ୟ ଶୋଭାଯାତ୍ରାରେ ସକ୍ରିୟ ଭାବରେ ଅଂଶଗ୍ରହଣ କରିଥିଲେ।
ଏହି ଶୋଭାଯାତ୍ରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ବାହାରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ (DHH), ନୟାଗଡ଼ ପର୍ଯ୍ୟନ୍ତ ଯାଇ, ପୁନର୍ବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ସମାପ୍ତ ହୋଇଥିଲା ।ଏହି ଅଭିଯାନର ମୂଳ ଉଦ୍ଦେଶ୍ୟ ଥିଲା ଶିଶୁ ଶ୍ରମିକ ପ୍ରଥାର ସମ୍ପୂର୍ଣ୍ଣ ନିରାକରଣ ପାଇଁ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।

Leave a Reply

Your email address will not be published. Required fields are marked *