ଶୀତଳ ଷଷ୍ଠୀ ଯାତ୍ରା ର ତୃତୀୟ ଦିବସ
ଶୀତଳ ଷଷ୍ଠୀ ଯାତ୍ରା ର ତୃତୀୟ ଦିବସରେ ଶିବ ପାର୍ବତୀ ଓ ନଟରାଜ ଶିବଙ୍କ ସ୍ନାନ ପରେ ଧୂପ,ଶତ ଆଳତି ସମାପନ ହୋଇ,ପ୍ରାର୍ଥନା କରିଥିଲେ । ପରେ ଭକ୍ତ ମାନଙ୍କ ଦ୍ଵାରା ଭୋଗ ଅର୍ପଣ ହୋଇଥିଲା । ଗତ କାଲି ଦେବାଦୀ ଦେବ ବାବା କପିଳେଶ୍ଵରଙ୍କୁ ବିବାହ କରାଯିବାର ଚୂଡାନ୍ତ ହେଲାପରେ ମହାସତୀ ଜଗତ ଜନନୀ ମାଁ ପାର୍ବତୀ ଙ୍କର ମହାଦେବଙ୍କୁ ପ୍ରାପ୍ତି ନିମନ୍ତେ ରୁଦ୍ରଜ୍ଞ ଶୁଭାରମ୍ଭ ହୋଇଛି ।ଏଥିରେ ସଦାନନ୍ଦ ଦାଶ,ନିରଞ୍ଜନ ଦାଶ,ସୁଦାମ ମିଶ୍ର,ଗୋପାଳ ମିଶ୍ର,ବଳରାମ ମିଶ୍ର ପ୍ରମୁଖ ପୂଜାକାର୍ଯ୍ୟ ତୁଲାଇଥିଲେ । ସନ୍ଧ୍ୟା ସମୟରେ ବାବା କପିଳେଶ୍ଵରଙ୍କ ବିବାହ ନିମନ୍ତେ ଦେବ ନିମନ୍ତ୍ରଣ ସକାଶେ ଭୈରଵ ବାବାଙ୍କ ଶୋଭାଯାତ୍ରା (ଭଇରୋ ବୁଲା )ଭଣ୍ଡାର ଗୃହରୁ ବାହାରି ରାଜବାଟି ସୁନାରୀପଡା,
ଦେଇ କପିଳେଶ୍ଵର ନଗର ମନ୍ଦିର ପହଞ୍ଚିବେ ।

ପରେ ମନ୍ଦିରରୁ ବାହାରି ରେଲୂଏ ଛକ,ହାଇସ୍କୁଲ ରୋଡ଼ ଦେଇ ଶ୍ୟାମାଛକ ଦେଇ ଡାକ୍ତର ଖାନା ମୁଖ୍ୟ ଛକ ଦେଇ ମଧ୍ୟପଡା,କୁଷ୍ଠା ପଡା,ରାଜବାଟି ଦେଇ ଭଣ୍ଡାର ଗୃହକୁ ପରିକ୍ରମା ସହ ପହଞ୍ଚଥିଲେ । ବସ୍ତିର ବିଭିନ୍ନ ସ୍ଥାନରେ ମନୋରଂଜନ କାର୍ଯ୍ୟକ୍ରମ ପରିବେଷଣ ହେବା ସହିତ ମଧ୍ୟ ରାତ୍ର ସମୟରେ ଶ୍ରୀ ଶ୍ରୀ ରାମେଶ୍ଵର ବାବା ଶିବ ମନ୍ଦିରରେ ମହାଦୀପ ସଂସ୍ଥାପନ ହୋଇଥିଲା । ୧୮ତାରିଖ ଗୁରବାର ଦିନ ଗଣ୍ଠିଆଲ ଫିଟା ,ମା ପାର୍ବତୀଙ୍କ ହିମାଦ୍ରୀ ନଗର ମଣ୍ଡପକୁ ଆଗମନ ପରେ ଅଭିଷେକ, ଅଳଙ୍କାର ଧାରଣ ଓ ରାତ୍ରିରେ ବାବା କପିଳେଶ୍ଵରଙ୍କ ବରାନୁଗମନ କାର୍ଯ୍ୟକ୍ରମ ରହିଛି । ହିମାଦ୍ରୀ ନଗର ପକ୍ଷରୁ କଲଷ ଶୋଭାଯାତ୍ରା ହୋଇ ହଜାର ହଜାର ସଂଖ୍ୟାରେ ମହିଳା ଓ ପୁରୁଷ ଭକ୍ତ ମାନଙ୍କୁ ନେଇ ଜଳ ଆଣି ମଣ୍ଡପରେ ସ୍ଥାପନ କରାଯିବା ପାଇଁ କମିଟି ପକ୍ଷରୁ ସିଦ୍ଧାନ୍ତ ହୋଇଛି । ରାଜବାଟି ମଣ୍ଡପରେ ତାରକାସୁର ରାଜ କାର୍ଯ୍ୟକ୍ରମ ସହ ଆଶିଷ କୁମ୍ଭାର ଅର୍କେଷ୍ଟ୍ରା ଅନୁଷ୍ଠିତ ହୋଇଥିବାବେଳେ ହାଇସ୍କୁଲ ଖେଳାପଡ଼ିଆ ଠାରେ ଅନୁଷ୍ଠିତ ନାଟରାଜ ଉତ୍ସବରେ ଢଳିଆ ଖୁଶା,ବାସନ୍ତୀ କଳାପରିଷଦ କଳାପରିଷଦ କଳାକାର ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ନଟରାଜ ଉତ୍ସବକୁ ଯାତ୍ରା କମିଟି ବରପାଲି ଥାନା(IIC)ପ୍ରମୋଦ କୁମାର ସାହୁ ଉଦଘାଟନ କଲେ ଯାତ୍ରା କମିଟି ତରଫରୁ ପଦ୍ମଲୋଚନ ସାହୁ,ସୁଧୀର ଗଡ଼ତିଆ,ବିକ୍ରମ ସାହୁ,ଚନ୍ଦନ ସାହୁ ବବୁଲ ପୃଷ୍ଟି, ଶିବରଞ୍ଜନ ନାଏକ, ଫିରୋଜ ନାଏକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ।
ଇପିଏରୁ ବରଗଡ଼ ଜିଲ୍ଲା ପ୍ରତିନିଧି କ୍ଷମାନି ଧି ବଣ୍ଡୁକିଙ୍କ ରିପୋର୍ଟ.
