ଶୁଭ ଉନ୍ମୋଚନ ହେଲା ସୀତାରାମ ସାହିର ନାଗାର୍ଜୁନ ରଥ

ବ୍ରହ୍ମପୁର, : ୧୦୦ ବର୍ଷରୁ ଉର୍ଦ୍ଧ ସର୍ବ ପୁରାତନ ରଥ ବଡ଼ ବଜାର ତଥା ଆସ୍କା ରୋଡ ଅନ୍ତର୍ଗତ ସୀତାରାମ ସାହିର ସର୍ବ ପୁରାତନ ରଥ ତଥା ଶ୍ରୀ ନାଗାର୍ଜୁନ ରଥର ଆଜି ସନ୍ଧ୍ୟାରେ ସାହି ପରିସରରେ ମାଁ ବୁଢୀ ଠାକୁରାଣୀଙ୍କ ଆଜ୍ଞା ମାଳ ଦ୍ଵାରା ଶୁଭ ଉନ୍ମୋଚନ ହୋଇଛି । ସୀତାରାମ ସାହି କମିଟି ତଥା ସମିତିର ସଦସ୍ୟ ବୃନ୍ଦଙ୍କ ନେତୃତ୍ୱରେ ସଂପାଦକ ଶ୍ରୀ ରାଜେନ୍ଦ୍ର ରାୟଗୁରୁ ଅଧ୍ୟକ୍ଷତାରେ ଆୟୋଜିତ ଏହି ଶୁଭ ଉନ୍ମୋଚନ କାର୍ଯ୍ୟକ୍ରମରେ ମାଁ ବୁଢୀ ଠାକୁରାଣୀ ସାହି ମଧ୍ୟକୁ ବଡ଼ ପଟୁଆରରେ ଆସି ସାହି ମଧ୍ୟରେ ଥିବା ରଥକୁ ଶୁଭ ଉନ୍ମୋଚନ କରିଥିଲେ। ତେବେ ଦୀର୍ଘ ୧୦୦ ବର୍ଷ ରୁ ଉର୍ଦ୍ଧ ଧରି ଅନୁଷ୍ଠିତ ହୋଇଆସୁଥିବା ଏହିଭଳି ଏକ ସର୍ବ ପୁରାତନ ରଥର ଉନ୍ମୋଚନ ଉତ୍ସବ ଲାଗି ଆଖପାଖ ଅଞ୍ଚଳର ବହୁ ଜନ ସାଧାରଣଙ୍କ ସହ ସହର ବାହାରୁ ମଧ୍ୟ ହଜାର ହଜାର ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥିଲା। ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଉପଦେଷ୍ଟା ନିରଞ୍ଜନ ଜେନା, କୋଷାଧ୍ୟକ୍ଷ ଶ୍ରୀ କିଶୋର ଚଦ୍ର ବେହେରା, ସହ ସଂପାଦକ ଶ୍ରୀ ଏନାଦ୍ରି ମାହାନ୍ତି, କାର୍ଯ୍ୟକାରିଣୀ ସଦସ୍ୟ ବାବଲା ବେହେରା, ଲୋକନାଥ ସାବତ, ଭାସ୍କର ନାୟକ, ପ୍ରମୁଖଙ୍କ ସହ ସାହିର ଅନ୍ୟ ଯୁବ ଗୋଷ୍ଠୀ ଓ ବାସିନ୍ଦା ମାନେ ପରିଚାଳନରେ ସହଯୋଗ କରିଥିଲେ ।
ବ୍ରହ୍ମପୁର ଈପିଏରୁ ନରସିଂହ ଡାକୁଆ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )