ଶୂନ୍ୟ ମୃତାହତ ପକ୍ଷ ପାଳନ ନିମନ୍ତେ ସଚେତନତା ସଭା ଓ ସଚେତନତା ରଥ ଉଦ୍ଘାଟନ ।
filter: 0; fileterIntensity: 0.0; filterMask: 0; module: photo; hw-remosaic: false; touch: (-1.0, -1.0); modeInfo: ; sceneMode: 8; cct_value: 5625; AI_Scene: (-1, -1); aec_lux: 82.2357; aec_lux_index: 0; hist255: 0.0; hist252~255: 0.0; hist0~15: 0.0; albedo: ; confidence: ; motionLevel: 0; weatherinfo: null; temperature: 46;
ନୟାଗଡ: ନୟାଗଡ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ନୟାଗଡ ଆଞ୍ଚଳିକ ପରିବହନ ଅଧିକାରୀ ନିର୍ମଳ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଶୂନ୍ୟ ମୃତାହତ ପକ୍ଷ ପାଳନ ଉପଲକ୍ଷେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇ ଥିବାବେଳେ , ସଚେତନତା ରଥକୁ ପତାକା ହଲାଇ ଉଦ୍ଘାଟନ କରିଥିଲେ ମୁଖ୍ୟ ଅତିଥି ଅତିରିକ୍ତ ଜିଲ୍ଲାପାଳ ବିଜୟାନଦ ନାୟକ ,ସମ୍ମାନନୀୟ ଅତିଥି ଏସ ଡି ପି ଓ ଜ୍ୟୋତିରଂଜନ ସାମନ୍ତରାୟ ଓ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜ୍ୟୋତ୍ସନାମୟୀ ଆଚାର୍ଯ୍ୟ ।ଏହି ରଥ ନଭେମ୍ବର ୧୬ ରୁ ନଭେମ୍ବର ୩୦ ପର୍ଯ୍ୟନ୍ତ ସମଗ୍ର ଜିଲ୍ଲା ପରିକ୍ରମା କରି ଜନସାଧାରଣଙ୍କୁ ସଚେତନ କରିବ ।

ଶ୍ରୀ ମହାନ୍ତି ସ୍ବାଗତ ଭାଷଣ ସହିତ ପ୍ରତି ବର୍ଷ ଭାରତରେ ଦେଢ ଲକ୍ଷ ଲୋକ ଦୁର୍ଘଟଣାରେ ମୂର୍ତ୍ତାହତ ହୋଇଛନ୍ତି , ଏବଂ ଓଡ଼ିଶାରେ ଶେଷ ଦଶ ବର୍ଷରେ ୪୮ ହଜାର ଦୁର୍ଘଟଣା ଜନିତ ମୃତ୍ୟୁ ବରଣ କରିଥିବା ବକ୍ତବ୍ୟରେ ଉପସ୍ଥାପନ କରିଥିଲେ ।ଜନସାଧାରଣଙ୍କ ସଚେତନତ ଓ ସହଯୋଗ ରହିଲେ ଦୁର୍ଘଟଣା ହାର ନିଶ୍ଚିତ ନିୟନ୍ତ୍ରଣ ହୋଇପାରିବ ବୋଲି କହିଥିଲେ । ସଭାସ୍ଥଳରେ ଉପସ୍ଥିତ ସମସ୍ତ ସଦସ୍ୟଙ୍କୁ ସଡ଼କ ସୁରକ୍ଷା ନିମନ୍ତେ ଶପଥ ପାଠ କରାଇଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବିଜୟାନନ୍ଦ ନାୟକ ଗାଡି ଚଳାଚଳର ସାବଧାନତା ଉପରେ ଆଲୋକପାତ କରିଥିବାବେଳେ , ସମ୍ମାନିତ ଅତିଥି ଭାବେ ଏସଡିପିଓ ଜ୍ୟୋତି ରଞ୍ଜନ ସାମନ୍ତରାୟ ଯାନର ଯାନ୍ତ୍ରିକ ସଚେତନତା ସହିତ ଯାନ ସଂକ୍ରାନ୍ତିୟ ବାଧ୍ୟତାମୂଳକ ଆଇନ କୁ ପାଳନ କରାଯିବା ସହ ଆଇନକୁ ସର୍ବସାଧାରଣ ମାନିବା ସହ ସଡ଼କ ସୁରକ୍ଷା ରେ ସମସ୍ତ ସହଯୋଗ କାମନା କରିଥିଲେ। ଏଥିରେ ଜିଲ୍ଲା ସୂଚନା ଲୋକ ସମ୍ପର୍କ ଅଧିକାରୀ ଜ୍ୟୋସ୍ନାମୟୀ ଆଚାର୍ଯ୍ୟ ଯୋଗ ଦେଇ ସଚେତନତା ବାର୍ତ୍ତା ଦେଇଥିଲେ ।

ଏହି ଅବସରରେ ସିଭିଲ ସୋସାଇଟିର କାର୍ଯ୍ୟକର୍ତ୍ତା, ଘରୋଇ ବସ ମାଲିକ ସଙ୍ଘ ସଭାପତି, ସମ୍ପାଦକ,ସହାୟକ ଆଞ୍ଚଳିକ ପରିବହନ ଅଧିକାରୀ,କନିଷ୍ଠ ଯାନନିରୀକ୍ଷକ,ଟି.ଆଇ ଙ୍କ ସମେତ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ, ଏବଂ ସମସ୍ତ ଯାନ ଚାଳକ ସମିତିର ସଭ୍ୟ ଉପସ୍ଥିତ ଥିଲେ। ଶେଷରେ ସଚେତନତା ରଥ ସମଗ୍ର ଜିଲ୍ଲାରେ ପରିକ୍ରମା କରିବା ସହିତ ସଭା ସ୍ଥଳରୁ ଦୁଇ ଚକିଆ ଯାନ ରେ ସମସ୍ତେ ହେଲମେଟ ପିନ୍ଧି ସହର ପରିକ୍ରମା କରିଥିଲେ।ପରିଶେଷରେ ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ମହାନ୍ତି ଧନ୍ୟବାଦ ଅର୍ପଣ ପରେ ସଭାସାଙ୍ଗ ହୋଇଥିଲା ।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।
