August 20, 2026
Home »    “ଶେଖର ରଥ” ଆଉ ନାହାନ୍ତି !

   “ଶେଖର ରଥ” ଆଉ ନାହାନ୍ତି !

0
unnamed
ନୟାଗଡ :  ( ଇପିଏ ) ନୟାଗଡ ସହରରେ ହସ ହସ କଥା କହି ସମସ୍ତଙ୍କ ମନ ଜିଣୁଥିବା ୯୩ ବର୍ଷ ବୟସ୍କ ମେଳାପି ମଣିଷଟି ଆଜି ଆଉ ନାହାନ୍ତି । ସେ ଆଉକେହି ନୁହଁନ୍ତି, ସେ ହେଉଛନ୍ତି “ଶେଖର ରଥ” । ଯେଏକି ନୟାଗଡ ବିଜ୍ଞାପିତ ଅଞ୍ଚଳରେ ଥିଲେ, ସ୍ବାସ୍ଥ୍ୟ ଅଧିକାରୀ, ଯାହାକି ଆଜି ନୟାଗଡ ପୌରପରିଷଦରେ ପରିଣତ ହୋଇଛି । ସୋମବାର ରାତିରେ ଇହଧାମରୁ ବିଦାୟ ନେଇଛନ୍ତି । ତାଙ୍କର ଆବିର୍ଭାବ ସେପ୍ଟେମ୍ବର ୧୦ ତାରିଖ ୧୯୩୩ ମସିହା – ତିରୋଧାନ ମଇ ୨୫ ତାରିଖ ୨୦୨୬ ମସିହା । ଅବସର ପ୍ରାପ୍ତ ଶିକ୍ଷା ବିଭାଗର କ୍ଲର୍କ କୈଳାଶ ରଥ, ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତା । ନୟାଗଡ ତ୍ରିନାଥ ଛକ କାଇଥିଗାଡ଼ିଆ ରାସ୍ତା ପାର୍ଶ୍ଵସ୍ଥ ଘରେ ପୁଅ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପରିବାର ସହିତ ରହୁଥିଲେ । ହଠାତ୍ ୨୫ ତାରିଖ ସୋମବାର ଅସୁସ୍ଥତା କାରଣରୁ ନୟାଗଡ ଜିଲ୍ଲା ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟ ପରୀକ୍ଷାରୁ ଜଣାପଡ଼ିଲା ସୁଗାର ଲୋ ହୋଇଯିବା ଓ ଅକ୍ସିଜେନ୍ କମି ଯାଉଛି । ତେଣୁ ନୟାଗଡ ଡାକ୍ତର ଉନ୍ନତ ଚିକିତ୍ସା ପାଇଁ ଭୁବନେଶ୍ୱର ରେଫର୍ କରିଲେ ।ପୁଅମାନେ ସୋମବାର ରାତ୍ରୀରେ ଭୁବନେଶ୍ୱର ନେଉଥିବା ବାଟରେ ସୁନାଖଳା ଠାରେ ଶ୍ରୀଯୁକ୍ତ ରଥ ଇହଧାମ ତ୍ୟାଗ କରିଥିଲେ । ସେଠାରୁ ନୟାଗଡ ଘରକୁ ଅଣାଯାଇଥିଲା ।ନୟାଗଡ ଘରକୁ ମର ଶରୀର ପହଞ୍ଚିଲା ବେଳକୁ ପରିବାର, ପୁଅ ବୋହୁ, ନାତି ନାତୁଣୀ ବନ୍ଧୁ ବାନ୍ଧବ ଓ ଶୁଭେଛୁ ମାନଙ୍କର ଶୋକାକୁଳ ପରିସ୍ଥିତି ହୃଦୟ ବିଦାରକ ଥିଲା । ୨୬ ତାରିଖ ସକାଳୁ ନୟାଗଡ ଠାରୁ ଜନ୍ମ ସ୍ଥାନ ଗମ୍ଭାଡି ଶବ ଶୋଭା ଯାତ୍ରା ପରିକ୍ରମା ସମୟରେ ଉପସ୍ଥିତ ସମସ୍ତେ ଅମର ଆତ୍ମାର ଶଦ୍ଗତି କାମନା କରିଥିଲେ । ପରିକ୍ରମା ପରେ ପୁରୀ ସ୍ଵର୍ଗଦ୍ଵାର ଠାରେ ଶବ ସତ୍କାର କରାଯାଇଥିଲା । ମୁଖାଗ୍ନି ଦେଇଥିଲେ ଦ୍ଵିତୀୟ ପୁତ୍ର କୈଳାଶ ରଥ । ଶବ ସତ୍କାର ସମୟରେ ବନ୍ଧୁ ବିରାଦର ଓ ପୁତ୍ର ମାନେ ଉପସ୍ଥିତ ଥିଲେ ।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।

ସେପ୍ଟେମ୍ବର ୧୨ରେ ଖୋର୍ଦ୍ଧା ଜିଲ୍ଳାର ସମସ୍ତ ବିଚାର ବିଭାଗୀୟ ଅଦାଲତରେ ରାଷ୍ଟ୍ରୀୟ ଲୋକ ଅଦାଲତ ଭୁବନେଶ୍ୱର-ତା.୨୦.୦୮.୨୦୨୬ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ତା. ୧୨.୦୯.୨୦୨୬ ରିଖରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ/ ରାଜସ୍ୱ ଅଦାଲତ ପରିସରରେ ଅନୁଷ୍ଠିତ ହେବ ବୋଲି ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱରଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧିନ ମାମଲା ଯଥା-ଫୌଜଦାରୀ (ସାଲିସ୍‌ ଯୋଗ୍ୟ), ଚେକ୍‌ ବାଉନ୍ସ, ବ୍ୟାଙ୍କ ଋଣ, ଟ୍ରାଫିକ୍‌ ଚାଲାଣ, ରାଜସ୍ୱ, ଶ୍ରମ, ବୈବାହିକ (ଛାଡ଼ପତ୍ର ବ୍ୟତୀତ), ଜମି ଅଧିଗ୍ରହଣ, ମୋଟର ଦୁର୍ଘଟଣା, ଜମିଜମା ମୋକଦ୍ଦମା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇପାରିବ । କେବଳ ବିଚାରାଧିନ ମାମଲା ନୁହେଁ, ଅଦାଲତରେ ମାମଲା ଦାୟର ହୋଇ ନଥାଇ ମଧ୍ୟ ପ୍ରାକ୍‌ ମୋକଦ୍ଦମାସ୍ତରୀୟ ବିବାଦ ଯଥା-ବାଙ୍କ ଋଣ ଅନାଦେୟ, ଟେଲିଫୋନ୍‌, ବିଦ୍ୟୁତ, ପାନୀୟ ଜଳ ବିଲ୍‌ ଅନାଦେୟ ମାମଲା ଗୁଡିକର ମଧ୍ୟ ପ୍ରାଧିକରଣଙ୍କ କାର୍ଯ୍ୟାଳୟରେ ଆପୋଷ ସହମତି ଭିତ୍ତିରେ ସମାଧାନ ହୋଇପାରିବ । ଉକ୍ତ ମାମଲାର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ହିତାଧିକାରୀମାନଙ୍କୁ ଦେବାକୁ ପଡ଼ିବ ନାହିଁ ଏବଂ ଲୋକ ଅଦାଲତର ରାୟ ଚୂଡ଼ାନ୍ତ, ବୈଧ ତଥା ଅମଳଯୋଗ୍ୟ ଅଟେ । ଯଦି କୌଣସି ବିଚାରାଧିନ ମାମଲାର ସମାଧାନ ଲୋକ ଅଦାଲତରେ ହୋଇଥାଏ ତେବେ ଆଗରୁ ପୈଠ ହୋଇଥିବା କୋର୍ଟ ଫି ଫେରସ୍ତ ହୋଇପାରିବ । ଏଣୁ ଦୀର୍ଘ ଦିନ ଧରି ଚାଲୁ ରହିଥିବା ମୋକଦ୍ଦମାର ସହଜ ଓ ସରଳ ସମାଧାନ ପାଇଁ ଓ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହି ସୁଯୋଗର ସଦୁପଯୋଗ କରନ୍ତୁ ଓ ସବିଶେଷ ବିବରଣୀୟ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱର କିମ୍ବା ନିକଟସ୍ଥ ଅଦାଲତ ପରିସରରେ ଥିବା ଆଇନ ସେବା କମିଟି/ ଅଦାଲତଙ୍କ ସହ ଯୋଗାଯୋଗ କରିବାକୁ ପ୍ରାଧିକରଣଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।

Leave a Reply

Your email address will not be published. Required fields are marked *

You may have missed