August 21, 2026
Home » ଶ୍ରଦ୍ଧାଜଂଳି ସଭା : ସ୍ବର୍ଗତା ମଞ୍ଜୁଳା ମିଶ୍ର ଜଣେ ଅନନ୍ୟା ସମାଜସେବୀ ଥିଲେ

ଶ୍ରଦ୍ଧାଜଂଳି ସଭା : ସ୍ବର୍ଗତା ମଞ୍ଜୁଳା ମିଶ୍ର ଜଣେ ଅନନ୍ୟା ସମାଜସେବୀ ଥିଲେ

0
WhatsApp Image 2026-01-21 at 5.39.53 PM

 

ସୁବର୍ଣ୍ଣପୁର: ସୁବର୍ଣ୍ଣା ନାରୀ ଜାଗରଣ କେନ୍ଦ୍ର , ସୁବର୍ଣ୍ଣପୁରର ସଂପାଦିକା ସ୍ବର୍ଗତା ମଞ୍ଜୁଳା ମିଶ୍ର ଜଣେ ଅନନ୍ୟା ସମାଜସେବୀ ଥିଲେ I ତାଙ୍କ ଅବର୍ତ୍ତମାନରେ କେବଳ ସୁବର୍ଣ୍ଣା ବା ସୁବର୍ଣ୍ଣପୁର ଜିଲ୍ଲା ନୁହେଁ ସମାଜ ସେବା କ୍ଷେତ୍ରରେ ସମଗ୍ର ଓଡିଶାର ଏକ ଅପୂରଣୀୟ କ୍ଷତି ହୋଇଗଲା ବୋଲି ତାଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ବକ୍ତାମାନେ ସ୍ମୃତିଚାରଣ କରିଥିଲେ I ଗତ 17 (ଶତର) ତାରିଖ ସକାଳ ଘ.9.30ମି. ବେଳେ ହୃଦଘାତରେ 63 (ତେଷଠି) ବର୍ଷ ବୟସରେ ତାଙ୍କର ଆକସ୍ମିକ ମୃତ୍ୟୁ ହୋଇଯାଇଥିଲା I ତାଙ୍କର ଏହି ଅକାଳ ବିୟୋଗ ଖବର ସମଗ୍ର ସୁବର୍ଣ୍ଣପୁର ଜିଲ୍ଲା ତଥା ରାଜ୍ୟ ସାରା ଶୋକର ଛାୟା ଖେଳାଇ ଦେଇଛି I ସେ ଜଣେ ଅତ୍ୟନ୍ତ ଧର୍ମ ପରାୟଣା ମହିଳା ଥିଲେ ଏବଂ ସୁବର୍ଣ୍ଣା ଜରିଆରେ ଶତାଧିକ ପରିବାରରେ ମିଳାମିଶା ଜରିଆରେ ହସର ଫୁଆରା ଫୁଟାଇଥିଲେ I ସୁବର୍ଣ୍ଣା କାର୍ଯ୍ୟାଳୟ ପରିସରରେ ଆଜି ସକାଳେ ଅନୁଷ୍ଠିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ପ୍ରଥମେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିବା ବେଳେ ସାମୁହିକ ମହା ମୃତ୍ୟୁଞ୍ଜୟ ମନ୍ତ୍ର ଉଚ୍ଚାରଣ କରାଯାଇଥିଲା I ସୁବର୍ଣ୍ଣପୁରର ବହୁ ସ୍ବେଚ୍ଛାସେବୀ ଅନୁଷ୍ଠାନ ତରଫରୁ ଡ. ରାଜେନ୍ଦ୍ର କୁମାର ମିଶ୍ର , ଡ. ସନ୍ତୋଷ କୁମାର ପାଢୀ, ଡ. ଜ୍ୟୋତି ରଂଜନ ବହିଦାର, କବି ଆର୍ତ୍ତତ୍ରାଣ ବାବୁ, ସମାଜସେବୀ ଜ୍ୟୋତି ରଂଜନ ପଟ୍ଟନାୟକ , ଗୋବିନ୍ଦ ମହାରଣା , ଶ୍ରୀବତ୍ସ ମଲ୍ଲିକ , ଦୁର୍ଯ୍ୟୋଧନ ସାହୁ, ଗୋରେଖନାଥ ସାହୁ ତଥା ସୁବର୍ଣ୍ଣାର ସଭ୍ୟାମାନେ ଶ୍ରଦ୍ଧାଞ୍ଜଳି ସଭାରେ ତାଙ୍କର ସ୍ମୃତିଚାରଣ କରିଥିଲେ I ସୁବର୍ଣ୍ଣାର ଉପଦେଷ୍ଟା ଡ. ଶାନ୍ତି ମଞ୍ଜରୀ ମିଶ୍ର ଓ ଅଧ୍ୟକ୍ଷା ମୀନା ମହାରଣା ମଞ୍ଚାସୀନ ଥିଲେ I ଶେଷରେ ସୁନନ୍ଦା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ I

 

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *

You may have missed

ସେପ୍ଟେମ୍ବର ୧୨ରେ ଖୋର୍ଦ୍ଧା ଜିଲ୍ଳାର ସମସ୍ତ ବିଚାର ବିଭାଗୀୟ ଅଦାଲତରେ ରାଷ୍ଟ୍ରୀୟ ଲୋକ ଅଦାଲତ ଭୁବନେଶ୍ୱର-ତା.୨୦.୦୮.୨୦୨୬ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ତା. ୧୨.୦୯.୨୦୨୬ ରିଖରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ/ ରାଜସ୍ୱ ଅଦାଲତ ପରିସରରେ ଅନୁଷ୍ଠିତ ହେବ ବୋଲି ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱରଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧିନ ମାମଲା ଯଥା-ଫୌଜଦାରୀ (ସାଲିସ୍‌ ଯୋଗ୍ୟ), ଚେକ୍‌ ବାଉନ୍ସ, ବ୍ୟାଙ୍କ ଋଣ, ଟ୍ରାଫିକ୍‌ ଚାଲାଣ, ରାଜସ୍ୱ, ଶ୍ରମ, ବୈବାହିକ (ଛାଡ଼ପତ୍ର ବ୍ୟତୀତ), ଜମି ଅଧିଗ୍ରହଣ, ମୋଟର ଦୁର୍ଘଟଣା, ଜମିଜମା ମୋକଦ୍ଦମା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇପାରିବ । କେବଳ ବିଚାରାଧିନ ମାମଲା ନୁହେଁ, ଅଦାଲତରେ ମାମଲା ଦାୟର ହୋଇ ନଥାଇ ମଧ୍ୟ ପ୍ରାକ୍‌ ମୋକଦ୍ଦମାସ୍ତରୀୟ ବିବାଦ ଯଥା-ବାଙ୍କ ଋଣ ଅନାଦେୟ, ଟେଲିଫୋନ୍‌, ବିଦ୍ୟୁତ, ପାନୀୟ ଜଳ ବିଲ୍‌ ଅନାଦେୟ ମାମଲା ଗୁଡିକର ମଧ୍ୟ ପ୍ରାଧିକରଣଙ୍କ କାର୍ଯ୍ୟାଳୟରେ ଆପୋଷ ସହମତି ଭିତ୍ତିରେ ସମାଧାନ ହୋଇପାରିବ । ଉକ୍ତ ମାମଲାର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ହିତାଧିକାରୀମାନଙ୍କୁ ଦେବାକୁ ପଡ଼ିବ ନାହିଁ ଏବଂ ଲୋକ ଅଦାଲତର ରାୟ ଚୂଡ଼ାନ୍ତ, ବୈଧ ତଥା ଅମଳଯୋଗ୍ୟ ଅଟେ । ଯଦି କୌଣସି ବିଚାରାଧିନ ମାମଲାର ସମାଧାନ ଲୋକ ଅଦାଲତରେ ହୋଇଥାଏ ତେବେ ଆଗରୁ ପୈଠ ହୋଇଥିବା କୋର୍ଟ ଫି ଫେରସ୍ତ ହୋଇପାରିବ । ଏଣୁ ଦୀର୍ଘ ଦିନ ଧରି ଚାଲୁ ରହିଥିବା ମୋକଦ୍ଦମାର ସହଜ ଓ ସରଳ ସମାଧାନ ପାଇଁ ଓ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହି ସୁଯୋଗର ସଦୁପଯୋଗ କରନ୍ତୁ ଓ ସବିଶେଷ ବିବରଣୀୟ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱର କିମ୍ବା ନିକଟସ୍ଥ ଅଦାଲତ ପରିସରରେ ଥିବା ଆଇନ ସେବା କମିଟି/ ଅଦାଲତଙ୍କ ସହ ଯୋଗାଯୋଗ କରିବାକୁ ପ୍ରାଧିକରଣଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।