October 4, 2026
Home » ଶ୍ରଦ୍ଧାଞ୍ଜଳି: ବଂଶୀଧର ଦାସଙ୍କ ପରଲୋକ

ଶ୍ରଦ୍ଧାଞ୍ଜଳି: ବଂଶୀଧର ଦାସଙ୍କ ପରଲୋକ

0
WhatsApp Image 2026-10-04 at 4.48.07 PM

​ଭୁବନେଶ୍ୱର: ​ଶ୍ରୀସତ୍ୟସାଇ ବାବାଙ୍କ ଜଣେ ପ୍ରଖ୍ୟାତ ଭକ୍ତ, ଅବସରପ୍ରାପ୍ତ ଜିଲ୍ଲା ପଞ୍ଚାୟତ ଅଧିକାରୀ ତଥା କେନ୍ଦୁଝର ଜିଲ୍ଲା ଆନନ୍ଦପୁରର ବାସିନ୍ଦା ସ୍ୱର୍ଗତ ବଂଶୀଧର ଦାସ ଆଜି ବାର୍ଦ୍ଧକ୍ୟଜନିତ କାରଣରୁ ୯୪ ବର୍ଷ ବୟସରେ ପରଲୋକ ଗମନ କରିଛନ୍ତି। ସେ ଫରେଷ୍ଟ ପାର୍କସ୍ଥିତ ରାଜେନ୍ଦ୍ର ବିହାର ଆପାର୍ଟମେଣ୍ଟର A-006 ନମ୍ବର କୋଠାରେ ବାସ କରୁଥିଲେ।​ଭଗବାନ୍ ଶ୍ରୀ ସତ୍ୟସାଇ ବାବାଙ୍କର ଜଣେ ନିଷ୍ଠାବାନ୍ ଭକ୍ତ ଭାବେ ସେ ବେଶ୍ ଆଦରଣୀୟ ଥିଲେ ଏବଂ ତାଙ୍କୁ ଶେଷ ଦର୍ଶନ କରିବା ପାଇଁ ବହୁ ସାଇଭକ୍ତ ଓ ପରିବାରବର୍ଗ ଏକାଠି ହୋଇଥିଲେ।​ସତ୍ୟନଗର ଶ୍ମଶାନରେ ତାଙ୍କର ପାର୍ଥିବ ଶରୀରର ସଂସ୍କାର କରାଯାଇଥିଲା।

ତାଙ୍କର ସାନ ପୁଅ, ଅବସରପ୍ରାପ୍ତ ଓଏଫ୍ଏସ୍ (OFS) ଅଧିକାରୀ ସଞ୍ଜୟ ଦାସ ମୁଖାଗ୍ନି ଦେଇଥିଲେ। ତାଙ୍କର ବଡ଼ ପୁଅ ବିଜୟ ଦାସ ଆମେରିକାରେ ରହୁଥିବାରୁ ସମୟରେ ପହଞ୍ଚି ପାରି ନଥିଲେ। ​ସେ ତାଙ୍କର ଧର୍ମପତ୍ନୀ ସ୍ନେହଲତା ଦାସ, ଝିଅ ଅମିତା ମହାନ୍ତି ଏବଂ ବହୁ ବନ୍ଧୁବାନ୍ଧବ, ଶୁଭେଚ୍ଛୁ ଓ ସମ୍ପର୍କୀୟଙ୍କୁ ଛାଡ଼ି ଚାଲିଯାଇଛନ୍ତି।

Leave a Reply

Your email address will not be published. Required fields are marked *