July 1, 2025
Home »  ଶ୍ରାଦ୍ଧ,ପିଣ୍ଡଦାନ କଲେ ହଜାର ହଜାର ଶ୍ରଦ୍ଧାଳୁ।

 ଶ୍ରାଦ୍ଧ,ପିଣ୍ଡଦାନ କଲେ ହଜାର ହଜାର ଶ୍ରଦ୍ଧାଳୁ।

0
WhatsApp Image 2024-10-02 at 10.26.59 AM

 

ଭୁବନେଶ୍ୱର ଶ୍ରୀ ଲିଙ୍ଗରାଜ ମିନ୍ଦିର ରେ ହଜାର ହଜାର ଭକ୍ତ ପବିତ୍ର ମହାଳୟା ଅମାଵାସ୍ୟା ଅବସରରେ ପିଣ୍ଡଦାନ କରିଛନ୍ତି | ଆଜି ପିତୃପକ୍ଷରେ ପୂର୍ବପୁରୁଷମାନଙ୍କ ଆତ୍ମାର ସଦଗତି କାମନା କରି ବିନ୍ଦୁ ସାଗର ରେ ଶ୍ରଦ୍ଧାଳୁମାନେ ଶ୍ରାଦ୍ଧ ଦେଇଛନ୍ତି | ଆଶ୍ୱିନମାସ କୃଷ୍ଣପକ୍ଷ ପ୍ରତିପଦା ଠାରୁ ଆରମ୍ଭ ହୋଇଥିବା ପିତୃପକ୍ଷର ଆଜି ଶେଷ ଦିବସ ହୋଇଥିବାରୁ ଶ୍ରାଦ୍ଧ ଦେବା ଓ ପିଣ୍ଡଦାନ କରିବା ପାଇଁ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା |

ଆଜି ହେଉଛି ପବିତ୍ର ମହାଳୟା ଅମାବାସ୍ୟା। ଆଶ୍ୱିନ ମାସ କୃଷ୍ଣପକ୍ଷ ପ୍ରତିପଦା ତିଥିଠାରୁ ଅମାବାସ୍ୟା ପର୍ଯ୍ୟନ୍ତ ପନ୍ଦର ଦିନକୁ ପିତୃପକ୍ଷ ଭାବେ ପାଳନ କରାଯାଇଥାଏ। ଯେଉଁ ତିଥିରେ ଯାହାଙ୍କର ପିତା ମୃତ୍ୟୁବରଣ କରିଥାନ୍ତି ସେହି ତିଥିରେ ଶ୍ରାଦ୍ଧ ଦେବାର ପରମ୍ପରା ରହିଛି। ଯେଉଁ ଗୃହସ୍ଥ ଏହି ପନ୍ଦର ଦିନ ମଧ୍ୟରେ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦେଇ ନ ଥାନ୍ତି ସେହିମାନେ ମହାଳୟା ଅମାବାସ୍ୟା ଦିନ ଶ୍ରାଦ୍ଧ ଓ ତିଳତର୍ପଣ କରିଥାନ୍ତି।

ଏହି ପିତୃପକ୍ଷରେ ପ୍ରତ୍ୟେକ ଗୃହସ୍ଥ ନିଜର ପିତୃପିତାମହଙ୍କ ଉଦ୍ଦେଶ୍ୟରେ ତର୍ପଣ କରିଥିଲେ ।ପିତୃପକ୍ଷରେ ବିଶେଷକରି ପିତା,ପିତାମହ,ପ୍ରପିତାମହ,ମାତା,ପିପିତାମୟି,ପ୍ରପିତାମୟି,ମାତାମହ,ପ୍ରପ୍ରମାତାମହ,ବୃଦ୍ଧ ପ୍ରମାତାମହ ଆଦିଙ୍କ ଉଦ୍ଦେଶ୍ୟରେ ତର୍ପଣ କରିଥିଲେ । ପିତୃପକ୍ଷରେ ପୁତ୍ରଙ୍କ ହସ୍ତରୁ ଜଳଟିକେ ପାଇ ତୃପ୍ତ ହେବାକୁ ପିତୃପୁରୁଷ ଚାହିଁ ରହିଥାନ୍ତି। ଏହି ପିତୃପକ୍ଷରେ ଶ୍ରାଦ୍ଧ ଓ ତିଳତର୍ପଣ କଲେ ପିତୃପୁରୁଷ ଆତ୍ମତୃପ୍ତି ଲାଭ କରିଥାନ୍ତି ବୋଲି ବିଶ୍ୱାସ ରହିଛି।

Leave a Reply

Your email address will not be published. Required fields are marked *