April 9, 2026
Home » ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ

ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ

0
Screenshot 2026-04-08 152526

ଶ୍ରୀମନ୍ଦିର ସହିତ ଭିତର ବେଢାରେ ଥିବା ପାର୍ଶ୍ବ ଦେବାଦେବୀ ମନ୍ଦିର ଗୁଡିକର ସୁନ୍ଦର ଭାବେ କରାଯିବ ଆଲୋକୀକରଣ। ଏଥିପାଇଁ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି।ଆଭାସୀ ମାଧ୍ୟମରେ ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଏହି ବୈଠକକୁ ଅଧ୍ୟକ୍ଷତା କରିଥିଲେ। ବୈଠକରେ ଏଏସଆଇ ଅଧିକାରୀ, ପରିଚାଳନା କମିଟି ସେବାୟତ ସଦସ୍ୟ, ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀ, ଓବିସିସି ଅଧିକାରୀଙ୍କ ସହିତ ଦିଲ୍ଲୀ ସ୍ଥିତ ସ୍ଵିକୃତିପ୍ରାପ୍ତ ପରାମର୍ଶ ଅନୁଷ୍ଠାନର ପ୍ରତିନିଧି ବୈଠକରେ ଉପସ୍ଥିତ ଥିଲେ‌। ପ୍ରସ୍ତାବିତ ଆଲୋକୀକରଣ ସକାଶେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କେତେକ ନିର୍ଦ୍ଦଷ୍ଟ ପରାମର୍ଶ ଦିଆଯାଇଥିଲା। ଏଏସଆଇ ର ବୈଷୟିକ ପରାମର୍ଶ ଏବଂ ମାର୍ଗଦର୍ଶନ ରେ ବିସ୍ତୃତ ରୂପରେଖ ପ୍ରସ୍ତୁତି କରାଯାଇଥିବା ବେଳେ ଏହି କାର୍ଯ୍ୟ ଖୁବଶୀଘ୍ର ଆରମ୍ଭ କରାଯିବ। ଏଥିପାଇଁ ୧୭ ରୁ ୧୮ କୋଟି ଟଙ୍କାର ବଜେଟ ମଧ୍ୟ କରାଯାଇଛି। ଶ୍ରୀମନ୍ଦିର ଚାରି ଦ୍ବାର, ମେଘନାଦ ପାଚେରି, କୁରୁମବେଢା, ଜଗମୋହନ, ନାଟମଣ୍ଡପ, ଗର୍ଭଗୃହ, ଭୋଗମଣ୍ଡପ, ଆନନ୍ଦ ବଜାରର ଆଲୋକୀକରଣ ହେବ। ସେହିପରି ଭିତର ବେଢା଼ରେ ମା ଲକ୍ଷ୍ମୀ, ବିମଳାଙ୍କ ସହିତ ଅନ୍ୟାନ୍ୟ ପାର୍ଶ୍ଵ ଦେବାଦେବୀଙ୍କ ମନ୍ଦିର ଏବଂ ଶ୍ରୀମନ୍ଦିର ପରିକ୍ରମା ମାର୍ଗର ଆଲୋକୀକରଣ କରାଯିବ। ଶ୍ରୀମନ୍ଦିରକୁ ଆଲୋକୀକରଣ କରାଯିବା ପରେ ପୁରୀକୁ ଆସୁଥିବା ଶ୍ରଦ୍ଧାଳୁ ମାନେ ଏକ ନୂଆ ଅନୁଭୂତି ପାଇପାରିବେ। ଆସନ୍ତା ତିନି ରୁ ଚାରିମାସ ମଧ୍ୟରେ ଏହି କାର୍ଯ୍ୟ ଶେଷ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି ବୋଲି କହିଛନ୍ତି ପରିଚାଳନା କମିଟି ସଦସ୍ୟ।ଶ୍ରୀ ମନ୍ଦିର ପରିଚାଳନା କମିଟି ସଦସ୍ୟ ମଧୁସୁଦନ ସିଂହାରୀ ନିଜ ପ୍ରତିକ୍ରିୟାରେ କହିଛନ୍ତି, ଶ୍ରୀ ମନ୍ଦିର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଅତ୍ୟାଧୁନିକ ଲାଇଟ୍ ଲଗାଯିବା। ଏହା ଦ୍ଵାରା ଦୂରରୁ ଏକ ନିଆରା ଦୃଶ୍ୟ ଶ୍ରଦ୍ଧାଳୁ ମାନେ ଅନୁଭବ କରିପାରିବେ। ଆଗାମୀ ରଥଯାତ୍ରା ପରେ ଏହି କାର୍ଯ୍ୟ ଆରଂଭ ହେବ।୩ ରୁ ୪ ମାସ ସମୟ ଲାଗିବ। ପ୍ରଥମେ ଶ୍ରୀମନ୍ଦିର ର ଲାଇଟିଂ ବ୍ୟବସ୍ଥା ପରେ ଗୁଣ୍ଡିଚା ମନ୍ଦିର ର ଆଲୋକୀକରଣ ନେଇ ମଧ୍ୟ ପ୍ରସ୍ତାବ ରହିଛି। ଭାରତ ବିଭିନ୍ନ ପ୍ରସିଦ୍ଧ ମନ୍ଦିର ରେ ଯେଭଳି ଆଲୋକୀକରଣ କରାଯାଇ ଆକର୍ଷଣୀୟ କରାଯାଇଛି ଶ୍ରୀଜଗନ୍ନାଥ ମନ୍ଦିର କୁ ମଧ୍ୟ ସେହିଭଳି ଅତ୍ୟାଧୁନିକ ଲାଇଟ୍ ରେ ସାଜସଜ୍ଜା କରାଯିବା।ଆଲୋକୀକରଣ ର ଦାୟିତ୍ଵ ନେଇଥିବା ଶିଳ୍ପୀ ଭରଦ୍ୱାଜ ନିଜ ପ୍ରତିକ୍ରିୟାରେ କୁହନ୍ତି, ଶ୍ରୀ ମନ୍ଦିର କୁ ଅତ୍ୟାଧୁନିକ ଲାଇଟ୍ ରେ ସାଜସଜ୍ଜା କରାଯିବା। ଶ୍ରୀମନ୍ଦିର ଗର୍ଭ ଗୃହ, ନାଟ ମଣ୍ଡପ, ଭୋଗ ମଣ୍ଡପ , ଜଗ ମୋହନ, ଶ୍ରୀ ମନ୍ଦିର ଭିତରେ ଥିବା ପାର୍ଶ୍ୱ ଦେବଦେବୀ ମନ୍ଦିର, ମେଘନାଦ ପାଚେରୀ, ଶ୍ରୀ ମନ୍ଦିର ଚାରି ଦ୍ୱାର କୁ ଆଲୋକୀକରଣ କରାଯିବ । ଏହା ଦ୍ଵାରା ଭକ୍ତ ମାନେ ନୂଆ ଆଧ୍ୟାତ୍ମିକ ଅନୁଭୂତି ପାଇବେ। ରାତିରେ ଶ୍ରୀ ମନ୍ଦିର ଆହୁରି ସୁନ୍ଦର୍ ଦେଖାଯିବ । ୧୭ ରୁ ୧୮ କୋଟି ଟଙ୍କାର ଏହି ପ୍ରୋଜେକ୍ଟ ରହିଚି। ଆମେ ଚେଷ୍ଟା କରୁଛୁ ଯଥା ଶୀଘ୍ର ଏହି ପ୍ରୋଜେକ୍ଟ ଆରମ୍ଭ କରିବୁ।

Leave a Reply

Your email address will not be published. Required fields are marked *