July 12, 2026
Home » ଶ୍ରୀମନ୍ଦିର କାର୍ଯ୍ୟାଳୟରେ ବୈଠକ

ଶ୍ରୀମନ୍ଦିର କାର୍ଯ୍ୟାଳୟରେ ବୈଠକ

0
WhatsApp Image 2026-06-21 at 6.49.49 AM

ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ତଥା ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ଚୁନରା ଓ ଦଇତାପତି ସେବକଙ୍କୁ ନେଇ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ବୈଠକ ଅନୁଷ୍ଠିତ ହୋଇଯାଇଛି।ଉଭୟ ନିଯୋଗ ମଧ୍ୟରେ ପାଉଣା କୁ ନେଇ ଥିବା ମତଭେଦ ଦୂର ହୋଇଛି ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।ଉଭୟ ନୀତିରେ ଶୃଙ୍ଖଳା ରକ୍ଷା ସହ ସଠିକ୍ ସମୟରେ ନୀତି ତ୍ଵରାନ୍ଵିତ କରିବାକୁ ନେଇ ସମ୍ମତି ପ୍ରକାଶ କରିଛନ୍ତି।ସେପଟେ ରଥଯାତ୍ରା ସମ୍ପର୍କରେ ଦଇତାପତି ମାନେ ବିଭିନ୍ନ ପ୍ରସ୍ତାବ ଦେଇଛନ୍ତି ।

ଶ୍ରୀଗୁଣ୍ଡିଚା ମନ୍ଦିରରେ ରଥ ଲାଗିବା ପରେ ପହୁଡ ନୀତି ପାଇଁ ଆଗୁଆ ସମୟ ନିର୍ଦ୍ଧାରିତ ହେବ ।ପହୁଡ଼ ପାଇଁ ସୂଚନା ଆଗୁଆ ଘୋଷଣା ହେବ ।ପହୁଡ଼ ହେବା ଓ ପହୁଡ ଖୋଲିବା ସମୟ ଲୋକଙ୍କୁ ଆଗୁଆ ସୂଚାଇ ଦିଆଯିବ ବା ଘୋଷଣା କରାଯିବ ।ସେପଟେ ପଞ୍ଚକୋଷୀ ରୁ ଆସୁଥିବା ହଜାର ହଜାର ଲୋକଙ୍କ ପାଇଁ ମନ୍ଦିର ଅଫିସ,ସୂଚନା କେନ୍ଦ୍ର,ସର୍କିଟ ହାଉସ୍,ଭକ୍ତ ନିବାସ ଇତ୍ୟାଦିରେ ଟିକେଟ ବ୍ୟବସ୍ଥା କରିବାକୁ ପ୍ରସ୍ତାବ ଦେଇଛି ଦଇତାପତି ନିଯୋଗ।ଯାହାଫଳରେ ଗୁଣ୍ଡିଚା ମନ୍ଦିର ଭିତରେ ଦୁଇଟି ଲାଇନ୍ ରେ ବ୍ୟବସ୍ଥିତ ଭାବରେ ଦର୍ଶନ ସହ ଉଭୟ ଉଭୟ ଟିକେଟ ଓ ସାଧାରଣ ଦର୍ଶନକୁ ସହଜ ହେବ କହିଛନ୍ତି ଦଇତାପତି ନିଯୋଗ ସମ୍ପାଦକ ।ନୀତି ସମନ୍ଵୟ ସହ ଶୃଙ୍ଖଳିତ ଦର୍ଶନ କୁ ଗୁରୁତ୍ଵ ଦିଆଯାଇଛି ।ସେପଟେ ଆସନ୍ତା 23 ତାରିଖ ସମନ୍ଵୟ ବୈଠକ ରହିଛି

Leave a Reply

Your email address will not be published. Required fields are marked *