ଶ୍ରୀରାମ ଓ ବଳରାମ ବେଶରେ ଦର୍ଶନ ପାଇଲେ ଶ୍ରଦ୍ଧାଳୁ
ରାୟଗଡ଼ା ଆଡପ ମଣ୍ଡପ ଠାରେ ଶ୍ରୀରାମ ଓ ବଳରାମ ବେଶରେ ବୁଧବାର ସଂଧ୍ୟାରେ ଦର୍ଶନ ପାଇଲେ ଶାହ ଶାହ ଭକ୍ତ ଓ ଶ୍ରଦ୍ଧାଳୁ।ମଧ୍ୟାହ୍ନ ଅନ୍ନ ଭୋଗ ଲାଗି ହେବା ପରେ କିଛି ସମୟ ପର୍ଯ୍ୟନ୍ତ ତିନି ଦିଅଁଙ୍କ ପହଡ କରିବା ପରେ ପରେ ୩ ଘଣ୍ଟିକ ସମୟରୁ ରାମ ଓ ବଳରାମ ବେଶ ପାଇଁ ଚତୁର୍ଥାମୂର୍ତ୍ତିଙ୍କୁ ସାଜସଜ୍ଜା ଆରମ୍ଭ ହୋଇଥିଲା। ମାଉସୀ ମା ମନ୍ଦିରରେ ସନ୍ଧ୍ୟା ୫ ଘଣ୍ଟିବା ସମୟରେ ପହଡ଼ ଖଲାଯାଇ ପ୍ରଥମେ ମଙ୍ଗଳ ଆରତୀ କରିବା ପରେ ଛେନାପୋଡ, ବିଭିନ୍ନ ଫଳ, ମିଷ୍ଟାନ୍ନରେ ଭୋଗ ଲାଗି ହୋଇଥିଲା। ସନ୍ଧ୍ୟା ଆଳତି ସମୟରେ ଶ୍ରଦ୍ଧାଳୁଙ୍କ ଗହଳି ମଧ୍ୟରେ ସଂକୀର୍ତନ ଦଳଙ୍କ କୀର୍ତ୍ତନ, ଘଣ୍ଟ, ହୁଳହୁଳିରେ ସଂଧ୍ୟା ଆଳତି କରାଯାଇଥିଲା | ଚତୁର୍ଦ୍ଧାମୂର୍ତ୍ତିଙ୍କ ଭୋଗ ଲଗାଇ ଦିନ ତମାମ ନୀତିକାନ୍ତି ପୂଜା ଅର୍ଚ୍ଚନା ହୋଇଥିଲା। ଶ୍ରୀଜିଉଙ୍କ ଜନ୍ମବେଦୀରେସନ୍ଧ୍ୟା ରାମ ଓ ବଳରାମ ବେଶରେ ଆଳତୀ ସମୟରେ ଶତାଧିକ ଭକ୍ତ ଉପସ୍ଥିତ ଓ ଜୟ ଜଗନ୍ନାଥ ଧ୍ବନିରେ ପରିସର ଏକ ଭକ୍ତିମୟରେ ଭରି ଯାଇଥିଲା। ଦିନ ତମାମ ଝିପିଝିପି ବର୍ଷା ସତ୍ତ୍ୱେ ହଜାର ହଜାର ଭକ୍ତଙ୍କ ସମାଗମ ଜାରି ରହିଥିଲା।କିନ୍ତୁ,ଚଳିତ ବର୍ଷ ୨୦୨୬ରେ ପ୍ରବଳ ଗହଳି ମଧ୍ୟରେ ସକାଳେ ୭-୮ ମଧ୍ୟରେ ୩୦୦୦ ଭୋଗ ଟିକେଟ ବିକ୍ରି ସରିଯିବା ଫଳରେ ନୈରାଶ୍ୟ ଭକ୍ତବୃନ୍ଦ ଭୋଗ ପାଇବାରେ ବଞ୍ଚିତ ହେଉଥିବା ଦେଖାଯାଇଛି। ପ୍ରତିଦିନ ସନ୍ଧ୍ୟା ସମୟରେ ଭଜନ ସମାରୋହ କାର୍ଯ୍ୟକ୍ରମ ଭକ୍ତବ୍ରୁ ତଥା ଜଗନ୍ନାଥ ପ୍ରେମୀଙ୍କୁ ଆକୃଷ କରୁଥିଲା।
ରିପୋର୍ଟ: ରାୟଗଡ଼ା ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ
