December 29, 2025
Home » ଶ୍ରୀରାମ ନବମୀ ଉପଲକ୍ଷେ ଯୋଗଭଟ୍ଟି

ଶ୍ରୀରାମ ନବମୀ ଉପଲକ୍ଷେ ଯୋଗଭଟ୍ଟି

0
WhatsApp Image 2025-04-07 at 8.52.42 PM

ଭୁବନେଶ୍ୱର:- ଶ୍ରୀରାମ ନବମୀ ପାଳନ ଅବସରରେ ପୋଖରୀପୁଟ ପ୍ରଜାପିତା ଇଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ପକ୍ଷରୁ ଯୋଗ ଭଟ୍ଟି ଆୟାଜନ କରା ଯାଇଥିଲା। ସ୍ଥାନୀୟ ବ୍ରହ୍ମା କୁମାରୀ ଆଶ୍ରମର ମୁଖ୍ୟ ବି.କେ. ଅର୍ପିତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଯୋଗ ଭଟ୍ଟିରେ ପ୍ରଫେସର୍ ରବୀନ୍ଦ୍ର ନାଥ ପାଣି ମୁଖ୍ୟଅତିଥି, ବି କେ କବିରାଜ ପ୍ରଧାନ ମୁଖ୍ୟ ବକ୍ତା ଓ ହୀରା ଭଉଣୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ମନରେ ସକାରାତ୍ମକ ଚିନ୍ତା ପୋଷଣ କଲେ ସମାଜରେ ସବୁ ଭଲ କାମ ହୋଇ ପାରିବ ବୋଲି ମତ ବ୍ୟକ୍ତ କରିଥିଲେ। ପତ୍ରକାର ନିର୍ମଳ ଚନ୍ଦ୍ର ସାମଲ ପ୍ରାରମ୍ଭିକ ସୂଚନା ଦେବା ସଙ୍ଗେ ସଙ୍ଗେ ଅତିଥି ମାନଙ୍କୁ ସ୍ଵାଗତ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ କବି ମାନଗୋବିନ୍ଦ ବାରିକ୍, ସୁଦର୍ଶନ ମହାଳିକ, କୃଷ୍ଣ ପ୍ରସାଦ ଜେନା, ମହେନ୍ଦ୍ର ଜେନା, ବି.କେ.ନିରଞ୍ଜନ, ବି. କେ. ସୁଷମା, ଅନସୁୟା, ସୁଲୋଚନା ପ୍ରମୁଖ ଉପସ୍ଥିତି ଥିଲେ। ଶେଷରେ ବି.କେ. ସୀନୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *