ଶ୍ରୀ ଅଶୋକ ସିଂଘଲ ଜିଙ୍କ ୧୦୦ତମ ଜନ୍ମବାର୍ଷିକୀ ପାଳିତ
ମାନ୍ୟବର ଶ୍ରୀ ଅଶୋକ ସିଂଘଲଙ୍କ ୧୦୦ତମ ଜନ୍ମ ଶତବାର୍ଷିକୀ ୨୭ ସେପ୍ଟେମ୍ବର, ୨୦୨୬ରେ ସମ୍ବଲପୁରର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ଅଡିଟୋରିୟମରେ ମହା ଆଡମ୍ବରରେ ପାଳନ କରାଯାଉଛି। ପ୍ରାରମ୍ଭରେ ଭଗବାନ ଶ୍ରୀ ରାମଲକ୍ଷ୍ମଣସୀତା,ମା ଗାୟତ୍ରୀ,ମା ସମଲେଇ ଫୋଟ ଚିତ୍ରରେ ପୁଷ୍ପ ଅର୍ପଣ ସହ ପ୍ରଦୀପ ପ୍ରଜ୍ୱଳନ ପରେ ଶ୍ରୀ ରାଜୀବ କୁମାର ଶତପଥୀଙ୍କ ଦ୍ଵାରା ପରିଚାଳିତ ବେଦ ବିଦ୍ୟାଳୟର ବିଦ୍ୟାର୍ଥୀଙ୍କ ଦ୍ଵାରା ବେଦପାଠ ଓ ଓଁକାର, ଏକାତ୍ମତା ମନ୍ତ୍ର ଓ ବିଜୟ ମହାମନ୍ତ୍ର ସହ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭିହେଚପିର କେନ୍ଦ୍ରୀୟ ମନ୍ତ୍ରୀ ଅଜୟ ପାରିକ ଜି,ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ,ଗ୍ରାମୀଣ ବିକାଶ ମନ୍ତ୍ରୀ ରବି ନାରାୟଣ ନାୟକ,ମାନନୀୟ ଶ୍ରୀ ଅମିୟ ସରକାର,ମାନନୀୟ ଶ୍ରୀ ଅଶୋକ କୁମାର ଜଲାନ ଜୀ,ମାନନୀୟ ଶ୍ରୀ ଦୁର୍ଗା ପ୍ରସାଦ ସାହୁ ଜୀ,ମାନନୀୟ ଶ୍ରୀ ଅଜୟ ପାରିଖ ଜୀ ,ମାନନୀୟ ସ୍ବାମୀ ତେଜୋମୟାନନ୍ଦ ସରସ୍ବତୀ ଜୀ ,ମାନନୀୟ ଡା. ରାଜକୁମାର ବଡ଼ପଣ୍ଡା ଜୀ ,ମାନନୀୟସାଧୁ ପ୍ରଭାକର ଦାସ ଜୀ,ମାନନୀୟ ଅଶୋକ ଗାନ୍ଧୀ ଜି,ମାନନୀୟ ଯୋଗିନ୍ଦର୍ ଦାସ ଜୀ,ମାନନୀୟ ପ୍ରଦୀପ କୁମାର ନାଗ ଜୀ,ମାନନୀୟ ରାଜୀବ ଶତପଥୀ ଜୀ ମଞ୍ଚାସୀନ ଥିଲେ। ପ୍ରାରମ୍ଭରେ ମାନନୀୟ ଡା. ଡଃ ରାଜକୁମାର ବଡ଼ପଣ୍ଡାଙ୍କ ଦ୍ବାରା ସ୍ବାଗତ ଅଭିଭାଷଣ ହୋଇଥିଲା। ମଞ୍ଚରେ ଯୋଗୀନ୍ଦ୍ର ଦାଶଙ୍କ ଦ୍ବାରାବିଶିଷ୍ଟ କାର୍ଯ୍ୟକର୍ତ୍ତା ପରିଚୟ ପ୍ରଦାନ କରିଥିଲେ। ମଞ୍ଚ ତଳେ ବସିଥିବା ୫୦ ଜଣ ସାଧୁ ଓ ସନ୍ଥଙ୍କୁ କାର୍ୟାକର୍ତ୍ତା ଙ୍କ ଦ୍ଵାରା ସମ୍ମାନୀତ ହୋଇଥିଲେ।


ମଞ୍ଚାସୀନ ଥିବା ଅତିଥିଙ୍କ ମଧ୍ୟରେ ମାନନୀୟ ଶ୍ରୀ ଅଶୋକ ସିଂଘଲ ଜୀଙ୍କ ଶତାବ୍ଦୀ ଜନ୍ମଜୟନ୍ତୀ ସମାରୋହ ଉତ୍ସବ ଅବସରରେ ବିଶ୍ବ ହିନ୍ଦୁ ପରିଷଦ, ଓଡ଼ିଶା ପଶ୍ଚିମ ପ୍ରାନ୍ତ ସଭାପତି ମାନନୀୟ ଡା. ରାଜକୁମାର ବଡ଼ପଣ୍ଡା ଜୀ ତାଙ୍କର ସମ୍ଭାଷଣରେ କହିଥିଲେ ଯେ,ଅଶୋକ ସିଂଘଲ ଜୀଙ୍କ ୨୭ ସେପ୍ଟେମ୍ବର ୧୯୨୬ରେ ଆଗ୍ରାରେ ଏକ ଉଚ୍ଚ ଶିକ୍ଷିତ ଧନୀ ପରିବାରରେ ଜନ୍ମଗ୍ରହଣ କରିଥିଲେ ଏବଂ ୧୯୪୨ରେ ଆରଏସଏସରେ ଯୋଗ ଦେଇଥିଲେ। ସେ ୧୯୫୦ରେ ଧାତୁ ଇଞ୍ଜିନିୟରିଂରେ ତାଙ୍କର ପାଠପଢ଼ା ସମାପ୍ତ କରିଥିଲେ ଏବଂ ଜଣେ ପୂର୍ଣ୍ଣକାଳୀନ ଆରଏସଏସ ପ୍ରଚାରକ ହୋଇଥିଲେ। ସେ ୧୯୮୦ରୁ ଭିଏଚପିରେ କାର୍ଯ୍ୟ କରିଥିଲେ ଏବଂ ପରେ ଡିସେମ୍ବର ୨୦୧୧ ପର୍ଯ୍ୟନ୍ତ ଏହାର ସଭାପତି ଭାବରେ କାର୍ଯ୍ୟ କରିଥିଲେ। ସେ ରାମ ଜନ୍ମଭୂମି ଆନ୍ଦୋଳନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ଏବଂ ୧୭ ନଭେମ୍ବର ୨୦୧୫ରେ ତାଙ୍କର ଦେହାନ୍ତ ହୋଇଥିଲା।
ସେହିପରି ,ଗ୍ରାମୀଣ ବିକାଶ ଓ ପଂଚାୟତରାଜ ମନ୍ତ୍ରୀ ରବି ନାରାୟଣ ନାୟକ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ,ପୂର୍ବତନ ବିଶ୍ୱ ହିନ୍ଦୁ ପରିଷଦ (ଭିହେଚପି) ଅଧ୍ୟକ୍ଷ ଅଶୋକ ସିଂଘଲଙ୍କ ଜୀବନକୁ ପ୍ରଶଂସା କରି କହିଥିଲେ ଯେ ଏହା ତ୍ୟାଗ, ସରଳତା, ଦେଶପ୍ରେମ, ହିନ୍ଦୁ ଧର୍ମ ପ୍ରତି ସମର୍ପଣ ଏବଂ ସଂଘର୍ଷର ଏକ ଦୃଢ଼ ମନୋଭାବର ମିଶ୍ରଣର ଏକ ବଳିଷ୍ଠ ବ୍ୟକ୍ତିତ୍ୱ ଯାହାଙ୍କର ଜନ୍ମ ଶତବାର୍ଷିକୀ ଅବସରରେ ମୋତେ ଆମନ୍ତ୍ରଣ କରି କିଛି କହିବା ପାଇଁ ସୁଯୋଗ ଦେଇଥିବା ଆୟୋଜକଙ୍କୁ ବିନମ୍ର ନାମ ସହ ଧନ୍ୟବାଦ ଅର୍ପଣ କରୁଛି।
ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ,ସିଂଘଲ ଜି ଜଣେ ଉଚ୍ଚ ଶିକ୍ଷିତ ତଥା ଏକ ଧନୀ ପରିବାରରୁ ଆସିଥିବା ସତ୍ତ୍ୱେ ରାଷ୍ଟ୍ର ନିର୍ମାଣ ପାଇଁ ତାଙ୍କର ନିଃସ୍ଵାର୍ଥ ବଳିଦାନ ନୂତନ ପିଢ଼ିକୁ ପ୍ରେରିତ କରିବା।। ଏବଂ ତାଙ୍କ ଛାତ୍ର ଜୀବନରୁ ଭିଏଚ୍ପିର ଅନ୍ତର୍ଜାତୀୟ ସଭାପତି ହେବା ପର୍ଯ୍ୟନ୍ତ ତାଙ୍କ ଜୀବନରେ ସମର୍ପଣ ନିଶ୍ଚିତ ରୂପେ ନୂତନ ପିଢ଼ିକୁ ଅନୁପ୍ରାଣିତ କରିବ।
ବିଶ୍ୱ ହିନ୍ଦୁ ପରିଷଦ (ଭିହେଚପି) କେନ୍ଦ୍ରୀୟ ମନ୍ତ୍ରୀ ଅଜୟ ପାରିକ ଜି ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ପୂର୍ବତନ ବିଶ୍ୱ ହିନ୍ଦୁ ପରିଷଦ (ଭିହେଚପି) ମୁଖ୍ୟ ଅଶୋକ ସିଂଘଲ ଜୀଙ୍କ ଜନ୍ମ ଶତବାର୍ଷିକୀ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଥିବା ବର୍ଷବ୍ୟାପୀ ଉତ୍ସବ ସେପ୍ଟେମ୍ବର ୨୭,୨୦୨୬ ରୁ ସେପ୍ଟେମ୍ବର ୨୦୨୭ ପର୍ଯ୍ୟନ୍ତ ଚାଲିବ, ଯେଉଁଥିରେ ତାଙ୍କ ଜୀବନର ବିଭିନ୍ନ ଘଟଣାବଳୀ ପ୍ରଦର୍ଶିତ ହେବ। ନୂତନ ପିଢ଼ି, ତାଙ୍କ ଅନୁଗାମୀମାନଙ୍କ ମାଧ୍ୟମରେ, ସିଂହଳୀ ଜୀଙ୍କ ରାଷ୍ଟ୍ର ନିର୍ମାଣର ଦୃଷ୍ଟିକୋଣ ଏବଂ ଏହାକୁ ସଫଳତାର ସହ ସାକାର କରିବା ପାଇଁ ନିରନ୍ତର ସମର୍ପଣକୁ ପୂରଣ କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବାକୁ ପଡିବ, ଯାହା କି ଏହି ଅଶୋକ ସିଂହଲ ଜୀଙ୍କ ଜନ୍ମ ଶତବାର୍ଷିକୀର ଏକ ମୌଳିକ ଉଦ୍ଦେଶ୍ୟ ଓ ତାଙ୍କ ସ୍ୱପ୍ନକୁ ବାସ୍ତବରେ ପରିଣତରେ ପୂରଣ କରିବ।
ସେହିପରି ଅନ୍ୟାନ୍ୟ ଅତିଥିଗଣ ତାଙ୍କ ଭାଷଣରେ କହିଥିଲେ ଯେ, ଶତବାର୍ଷିକୀ ସମୟରେ, ସିଂହଳୀ ଲୋକଙ୍କ ଐତିହ୍ୟକୁ ସମ୍ମାନ ଦେବା ଏବଂ ସାଂସ୍କୃତିକ ସଚେତନତାକୁ ପ୍ରୋତ୍ସାହିତ କରିବା ପାଇଁ ଅନେକ କାର୍ଯ୍ୟକ୍ରମ ଏବଂ କାର୍ଯ୍ୟକଳାପ ଅନୁଷ୍ଠିତ ହେବ। ସିଂହଳୀ ଲୋକଙ୍କ ଆଦର୍ଶ ବାଣ୍ଟିବା ଏବଂ ସାମାଜିକ ପାରସ୍ପରିକ କ୍ରିୟାକୁ ପ୍ରୋତ୍ସାହିତ କରିବା ପାଇଁ ଏହି ଉତ୍ସବଗୁଡ଼ିକରେ ସାମାଜିକ, ଧାର୍ମିକ ଏବଂ ଶିକ୍ଷାଗତ କାର୍ଯ୍ୟକ୍ରମ ଅନ୍ତର୍ଭୁକ୍ତ ହେବ, ଏବଂ ଜନସାଧାରଣଙ୍କୁ ସ୍ମୃତିଚାରଣରେ ଯୋଗଦେବାକୁ ନିମନ୍ତ୍ରଣ କରାଯିବ।
ପରିଶେଷରେ ଶ୍ରୀ ମୋହନ ଚରଣ ଦାଶ ଧନ୍ୟବାଦ ପ୍ରସ୍ତାବ ସହିତ କାର୍ଯ୍ୟକ୍ରମ ଶାନ୍ତି ପାଠ ସହ ସମାପ୍ତ ହୋଇଥିଲା।
ରିପୋର୍ଟ: ତିରୁମାଲା ପ୍ରସାଦ ପଟ୍ଟନାୟକ
