ଶ୍ରୀ ଗୁଣ୍ଡିଚା ମନ୍ଦିର ର ମରାମତି ଓ ସୁରକ୍ଷା ପାଇଁ ପ୍ରତ୍ନତତ୍ତ୍ଵ ବିଭାଗ କୁ ଚିଠି ଲେଖିଲେ ସୁବର୍ଣ୍ଣପୁର ଜିଲ୍ଲାପାଳ
ସୁବର୍ଣ୍ଣପୁର –ଶ୍ରୀ ଗୁଣ୍ଡିଚା ମନ୍ଦିର ର କାନ୍ଥ ଓ ଛାତ ମରାମତି ପାଇଁ ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗ କୁ ଚିଠି ଲେଖିବା ସହ ଡ଼ାଇରେକ୍ଟର ପ୍ରତ୍ନତତ୍ତ୍ୱ ବିଭାଗ ଓଡ଼ଶା ସରକାର ଦେବଯାନୀ ଭୂୟାଁ ଙ୍କ ସହିତ ଏ ନେଇ ଆଲୋଚନା କରି ଛନ୍ତି ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼. ନୃପ ରାଜ ସାହୁ l ଦୀର୍ଘ ଶହ ଶହ ବର୍ଷ ର ତଥା ପଶ୍ଚିମ ଓଡ଼ିଶା ର ସବୁଠୁ ଉଚ୍ଚତମ ଏଇ ସର୍ବ ପୁରାତନ ମନ୍ଦିର ରେ କିଛି ବର୍ଷ ରୁ କାନ୍ଥ ରେ ଛାତ ରେ ସବୁଆଡେ ପାଣି ଲିକ୍ ହେଉଥିବା ବିଷୟ ଜିଲ୍ଲାପାଳ ଙ୍କ ନଜର ରେ ଆସିବା ପରେ ଏ ମନ୍ଦିର ର ତୁରନ୍ତ ମରାମତି ପାଇଁ ଗତ ସପ୍ତାହ ରୁ ପ୍ରତ୍ନତତ୍ତ୍ଵ ବିଭାଗ ସହିତ ଯୋଗାଯୋଗ ରଖିଥିବା ଖବର ମିଳିଛି l

ଗତ ସପ୍ତାହ ରେ ପ୍ରବଳ ବର୍ଷା ପୁଣି ବିଦ୍ୟୁତ୍ ନ ଥିବା ସତ୍ତ୍ବେ ଜିଲ୍ଲାପାଳ ଏଇ ମନ୍ଦିର କୁ ସଂନ୍ଧ୍ୟାରେ ପରିଦର୍ଶନ କରି ଏ ସବୁ ସମସ୍ୟା ଦେଖିଥିଲେ l ଖୁବ ଶୀଘ୍ର ରାଜ୍ୟ ପ୍ରତ୍ନତତ୍ତ୍ଵ ବିଭାଗ ଶ୍ରୀ ଗୁଣ୍ଡିଚା ମନ୍ଦିର ପରିଦର୍ଶନ ରେ ଆସି ଏହାର ଯତ୍ନ ଓ ସୁରକ୍ଷା ବ୍ୟବସ୍ଥା ଉପରେ ଜିଲ୍ଲା ପ୍ରଶାସନ ସହିତ ଆଲୋଚନା କରି ଏହାର ମରାମତି କାର୍ଯ୍ୟ ଆରମ୍ଭ କରାଯିବ ବୋଲି ଶ୍ରୀ ଗୁଣ୍ଡିଚା ମନ୍ଦିର କମିଟି ସଦସ୍ୟ ଓ ସାଧାରଣ ଲୋକ, ଭକ୍ତ ଓ ଶ୍ରଦ୍ଧାଳୁ ଦୃଢ଼ ଆଶା ବିଶ୍ୱାସ ରଖିଛନ୍ତି l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ….
