July 5, 2025
Home » ଶ୍ରୀ ଦଧୀବାମନ ମନ୍ଦିର ବାର୍ଷିକ ଉତ୍ସବ ଅବସରରେ ମନ୍ଦିର ପ୍ରାଙ୍ଗଣରେ ନବ ନିର୍ମିତ ମହାଦେବ ବିଶ୍ବନାଥ ମନ୍ଦିର ଓ ରାଧାକୃଷ୍ଣ ମନ୍ଦିର ପ୍ରତିଷ୍ଠା ଉତ୍ସବ

ଶ୍ରୀ ଦଧୀବାମନ ମନ୍ଦିର ବାର୍ଷିକ ଉତ୍ସବ ଅବସରରେ ମନ୍ଦିର ପ୍ରାଙ୍ଗଣରେ ନବ ନିର୍ମିତ ମହାଦେବ ବିଶ୍ବନାଥ ମନ୍ଦିର ଓ ରାଧାକୃଷ୍ଣ ମନ୍ଦିର ପ୍ରତିଷ୍ଠା ଉତ୍ସବ

0
WhatsApp Image 2025-03-05 at 10.34.30 PM

ଶ୍ରୀ ଦଧୀବାମନ ମନ୍ଦିର ବାର୍ଷିକ ଉତ୍ସବ ଆସନ୍ତା ଫାଲଗୁନ ମାସ ଶୁକ୍ଳପକ୍ଷ ନବମୀ ତିଥି ତା.୦୭.୦୩.୨୦୨୫ ରିଖ ଶୁକ୍ରବାର ଠାରୁ ଫାଲଗୁନ ମାସ ଶୁକ୍ଳପକ୍ଷ ଏକାଦଶୀ ଗତେ ଦ୍ବାଦଶୀ ତିଥିତା.୧୦.୦୩.୦୨୦୨୫ ରିଖ ସୋମବାର ପର୍ଯ୍ୟନ୍ତ ହେବାକୁ ଯାଉଛି । ଏହି ଶୁଭ ଅବସରରେ ରାୟଗଡ ସ୍ଥିତ କସ୍ତୁରୀ ନଗର ୧୦ମ ଲାଇନ ନିକଟ, ଦଧୀବାମନ ନଗରରେ ଶ୍ରୀ ଶ୍ରୀ ଦଧୀବାମନ ମନ୍ଦିର ପ୍ରାଙ୍ଗଣରେ ନବ ନିର୍ମିତ ମହାଦେବ ବିଶ୍ବନାଥ (ଶିବ) ମନ୍ଦିର, ରାଧାକୃଷ୍ଣ ମନ୍ଦିର ପ୍ରତିଷ୍ଠା ହେବାକୁ ଯାଉଛି । ଉକ୍ତ ଦୁଇଟି ମନ୍ଦିରକୁ ନବରଙ୍ଗପୁର ସହରର ସୁଧୀର ପାଣିଗ୍ରାହୀ ନମକବ୍ୟକ୍ତି ଓ ତାଙ୍କ ଦଳ ଅତି ଉତ୍ତମ ଭାବେ ଅକାଳ ପରିଶ୍ରମରେ ଅତି ସୁନ୍ଦର ଭାବେ ନିଖୁଣ କଳାକୃତିରେ ସହ କରିଥିବା ଜଣାପଡିଛି ।

ଉକ୍ତ ଚାରିଦିନ ଯଥା ତା.୦୭.୦୩.୨୦୨୫ (ଶୁକ୍ରବାର) ଦିନ ଗୋଧୂଳି ସମୟରୁ ଦୀକ୍ଷା ଗ୍ରହଣ, ମଣ୍ଡଳୀ କରଣ, ଅଙ୍କୁରାରୋପଣ, ଧାନ୍ଯାଧିବାସ ଅନୁଷ୍ଠିତ ହେବ । ତା.୦୮.୦୩.୨୦୨୫ (ଶନିବାର) ଦିବା ବ୍ରହ୍ମ ମୂହୁତ୍ତରୁ କଳସ ଯାତ୍ରା (ଜଳ ଯାତ୍ରା), ଶାଲା ସଂସ୍କାର ଓ ଅଧିବାସ, ତା ପରେ ଗୋଧୂଳି ସମୟରୁ ମଣ୍ଡଳାଧିବାସ, ବନ ଜାଗ, ଇନ୍ଦ୍ର ଇନ୍ଦ୍ରଣି ପୂଜା,ଘଟ ପୂଜା, ବରୁଣ ପୂଜା, ସୂର୍ଯ୍ୟ ପୂଜା, ରତ୍ନ ମୁଦକ, ମହାବାକ୍ୟ ସଂକଳ୍ପ, ମାତୃ ପୂଜା, ବସୋଧାରା, ଆଚାର୍ଯ୍ୟବରଣ,ଆଚାର୍ଯ୍ୟ ଶାଲା ପ୍ରବେଶ ଶାଲା ଦେବତା ପୂଜା, ଅଗ୍ନି ସଂସ୍କାର, ମଣ୍ଡଳ ପୂଜା, ପୀଠ ପୂଜା, ମନ୍ଦିର ଅଧିବାସ, ବାସ୍ତୁ ପୂଜା, ଅଙ୍କୁରୋତ୍ଥାପନ, ଆରତୀ, ପୁଷ୍ପାଞ୍ଜଳୀ ଅନୁଷ୍ଠିତ ହେବ । ତା.୦୯.୦୩.୨୦୨୫ (ରବିବାର) ଦିନ ଦିବା ବ୍ରହ୍ମ ମୂହୂର୍ଷରୁ ସୂର୍ଯ୍ୟ ପୂଜା, ଗୁରୁ ପୂଜା, ରତ୍ନ ମୁଦକ, ଧେନୁ ପୂଜା, ଶାଲା ପୂଜା,ହବନ ଦେବତା ସ୍ନାନ, ମନ୍ଦିର ସ୍ନାନ ତା ପରେ ପରେ ଗୋଧୂଳି ସମୟରୁ ଦେବତା ଶୟନ, ଆରତୀ, ପୁଷ୍ପାଞ୍ଜଳୀ ହେବା । ଅନ୍ତିମ ଦିବସ ତା.୧୦.୦୩.୨୦୨୫ (ସୋମବାର) ଦିନ ଦିବା ବ୍ରହ୍ମ ମୂହୂର୍ଷରୁ ସୂର୍ଯ୍ୟ ପୂଜା, ଗୋ ପୂଜା, ଧେନୁ ପୂଜା, ଶାଲ ପୂଜା, ପ୍ରତିଷ୍ଠା ହୋମ, ନ୍ୟାସାଦି/ ପାର୍ଶ୍ୱ ଦେବତାଙ୍କ ପ୍ରାଣ ପ୍ରତିଷ୍ଠା, ପିଣ୍ଡିକା ସଂସ୍କାର, ଧ୍ବଜ ଚକ୍ର ସ୍ଥାପନ, ଯୂପ ସ୍ଥାପନ, ମହା ସ୍ନାନ, ଶ୍ରୀ ବିଗ୍ରହଙ୍କ ମନ୍ଦିର ପ୍ରବେଶ, ବେଶ, ରାଜ ଭୋଗ, ପୂର୍ଣ୍ଣାହୂତି ହେବା । ଏଥି ସହ ଅଖଣ୍ଡ ନାମଯଜ୍ଞ- ସକାଳ ଘ.୬.୦୦ ଣ୍ଟା ସମୟରୁ ସନ୍ଧ୍ୟା ଘ.୬.୦୦ ଣ୍ଟା ସମୟ ପର୍ଯ୍ୟନ୍ତ ଚାଲୁ ହେବା ପରେ ନଗର ପରିକ୍ରମା କରାଯିବ ।ତା.୧୦.୦୩.୨୦୨୫ ରିଖ ଦିବା ଘ.୧୨.୦୦ ଣ୍ଟା ସମୟରୁ ପ୍ରସାଦ ସେବନର ବ୍ୟବସ୍ଥା ରଖାଯାଇଥିବା ନେଇ ଶ୍ରୀ ଦଧୀବାମନ ମନ୍ଦିର ଟ୍ରଷ୍ଟ ଦଧୀବାମନ ନଗର, ରାୟଗଡ ତରଫରୁ ସୂଚନା ପ୍ରଦାନ କରାଯାଇଛି । ଉକ୍ତ ଚାରିଦିନ ମହାପ୍ରଭୁ ଶ୍ରୀ ଶ୍ରୀ ଦଧୀବାମନଙ୍କର ଅପାର କରୁଣାକୃପାରୁ ଏବଂ ସର୍ବସାଧାରଣଙ୍କ ସମସ୍ତ ସହଯୋଗରେ ଉକ୍ତ ଚାରିଦିନ ମହାଆଡମ୍ବରରେ ସମସ୍ତ କାର୍ଯ୍ୟକ୍ରମ ସୁଚାରୁ ରୂପେ ସମାପନ ହେବା ନେଇ ଟ୍ରଷ୍ଟ ସଦସ୍ୟା ସୂଚିତ କରିବା ସହ ଆଶା ପ୍ରକୋଟ କରିଛନ୍ତି।

ରିପୋର୍ଟ: ରାୟଗଡ଼ା ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *