July 5, 2025
Home » ଶ୍ରୀ ଶ୍ରୀ ମଝିଘରୀଆଣି ମନ୍ଦିର ଟ୍ରଷ୍ଟ ବୋର୍ଡ, ରାୟାଗଡା ତରଫରୁ ଜୋତା ଷ୍ଟାଣ୍ଡ ଏବଂ ପାର୍କିଂ କ୍ଷେତ୍ର ପାଇଁ ଟେଣ୍ଡର ଆମନ୍ତ୍ରଣ

ଶ୍ରୀ ଶ୍ରୀ ମଝିଘରୀଆଣି ମନ୍ଦିର ଟ୍ରଷ୍ଟ ବୋର୍ଡ, ରାୟାଗଡା ତରଫରୁ ଜୋତା ଷ୍ଟାଣ୍ଡ ଏବଂ ପାର୍କିଂ କ୍ଷେତ୍ର ପାଇଁ ଟେଣ୍ଡର ଆମନ୍ତ୍ରଣ

0
WhatsApp Image 2025-03-02 at 7.26.37 PM

ଶ୍ରୀ ଶ୍ରୀ ମଝିଘରୀଆଣି ମନ୍ଦିର ଟ୍ରଷ୍ଟ ବୋର୍ଡ, ରାୟାଗଡା ମନ୍ଦିର ପରିସରରେ ୨୦୨୫-୨୦୨୬ ବର୍ଷ ପାଇଁ ଜୋତା ଷ୍ଟାଣ୍ଡ ଏବଂ ପାର୍କିଂ କ୍ଷେତ୍ର ପାଇଁ ସ୍ଥାନୀୟ ଜନସାଧାରଣଙ୍କ ଠାରୁ ଟେଣ୍ଡର ଆମନ୍ତ୍ରଣ କରିଛି ଯାହାର ଶେଷ ତାରିଖ ୧୬/୦୩/୨୫ ଭାବରେ ସ୍ଥିର କରାଯାଇଛି ଏବଂ ୧୭/୦୩/୨୫ ତାରିଖରେ ମଧ୍ୟାହ୍ନ ୧୨.୩୦ ସମୟରେ ଟେଣ୍ଡର ଖୋଲାଯିବ ବୋଲି ମାଆ ମଝିଘରୀଆଣି ମନ୍ଦିର ପରିଚାଳନା କମିଟି ରାୟାଗଡା ବିଜ୍ଞପ୍ତି ପ୍ରକାଶ କରିଛି । ଏଥି ସକାଶେ ନିଲାମ ହେବାକୁ ଥିବା ବିଶେଷ ବସ୍ତୁଗୁଡ଼ିକ “ପାର୍କିଂ କ୍ଷେତ୍ର ପାଇଁ ଈଏମଡି ମୂଲ୍ୟ ୨,୫୦,୯୫୦/-.ଥିବା ବେଳେ ଅଫସେଟ ମୂଲ୍ୟ ୨,୫୦,୯୫୦/- ରହିଛି । ସେହିପରି ଜୋତା ଷ୍ଟାଣ୍ଡ ପାଇଁ ଈଏମଡି ମୂଲ୍ୟ ୨୦,୪୬୦/-.ଥିବା ବେଳେ ଅଫସେଟ ମୂଲ୍ୟ ୨,୦୪,୬୦୦/- ମୂଲ୍ୟ ରହିଛି ।
ସର୍ବୋଚ୍ଚ ବିଡରଙ୍କୁ ତାଙ୍କ ସପକ୍ଷରେ ଟେଣ୍ଡର ଚୂଡ଼ାନ୍ତ ହେବା ପରେ ତୁରନ୍ତ ସମସ୍ତ ରାଶି ଜମା କରିବାକୁ ପଡିବ, ନଚେତ୍ ଦ୍ୱିତୀୟ ସର୍ବୋଚ୍ଚ ବିଡର ପୁରା ରାଶି ଜମା କରିବା ପରେ ଟେଣ୍ଡର ତାଙ୍କ ସପକ୍ଷରେ ଚୂଡ଼ାନ୍ତ ହେବ। ଲିଜ୍ କାର୍ଯ୍ୟ ପାଇଁ ସମସ୍ତ ସର୍ତ୍ତାବଳୀ ଏହି କାର୍ଯ୍ୟାଳୟରୁ ଯୋଗାଇ ଦିଆଯିବ ।
ବାସସ୍ଥାନର ପ୍ରମାଣ ଇତ୍ୟାଦି ସମ୍ବନ୍ଧୀୟ ଦଲିଲ ସହିତ ସବିଶେଷ ତଥ୍ୟ ଦାଖଲ କରିବାକୁ ପଡିବ । ଏହି ରାଶି କେବଳ ଚେକ୍ / ଡ୍ରାଫ୍ଟ ମାଧ୍ୟମରେ ଗ୍ରହଣ କରାଯିବ । କୌଣସି କାରଣ ନଦେଇ ଉକ୍ତ ଟେଣ୍ଡରକୁ ପରିବର୍ତ୍ତନ / ବାତିଲ କରିବାକୁ ଅଣ୍ଡରୱାର୍ଡ଼ର ସମ୍ପୂର୍ଣ୍ଣ ଅଧିକାର ରହିଥିବା ନେଇ ଟ୍ରଷ୍ଟ ବିଜ୍ଞାପିତ ଜାରି କରିଛି ।

ରିପୋର୍ଟ:ରାୟଗଡ଼ା ଜିଲ୍ଲା ଈପିଏ ରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *