September 7, 2026
Home » ଷଷ୍ଠ ଆମନ୍ତ୍ରଣ କର୍ପୋରେଟ ବ୍ୟାଡମିଟନ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ଷଷ୍ଠ ଆମନ୍ତ୍ରଣ କର୍ପୋରେଟ ବ୍ୟାଡମିଟନ ଟୁର୍ଣ୍ଣାମେଣ୍ଟ ଉଦଯାପିତ

0
WhatsApp Image 2026-09-07 at 3.17.10 PM

ପାରାଦୀପ,  : ପାରାଦୀପ ବ୍ୟାଡମିଟନ ଆସୋସିଏସନ ପକ୍ଷରୁ ସ୍ଥାନୀୟ ଅଫିସର୍ସ କ୍ଲବ ପରିସରରେ ୫ ଓ ୬ ତାରିଖ ଦୁଇ ଦିନ ଧରି ଆୟୋଜିତ ଷଷ୍ଠ ଆମନ୍ତ୍ରଣ କର୍ପୋରେଟ ବ୍ୟାଡମିଟନ ଟୁର୍ଣ୍ଣାମେଣ୍ଟ ଶେଷ ହୋଇଛି। ଏହି ଦୁଇଦିନିଆ ପ୍ରତିଯୋଗିତା କର୍ପୋରେଟ କ୍ଷେତ୍ରରେ କ୍ରୀଡ଼ା ଚେତନା, ସୁସ୍ଥ ପ୍ରତିଯୋଗିତା ଓ ପାରସ୍ପରିକ ସୌହାର୍ଦ୍ୟ ବୃଦ୍ଧି ଦିଗରେ ଏକ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିବ।ଏହି ପ୍ରତିଯୋଗିତାରେ ପାରାଦୀପ ଓ ଏହାର ଆଖପାଖ ଅଞ୍ଚଳର ପ୍ରମୁଖ ଶିଳ୍ପ ଓ କର୍ପୋରେଟ ସଂସ୍ଥାଗୁଡ଼ିକରୁ ମୋଟ ୬୦ ଜଣ ଖେଳାଳି ଅଂଶଗ୍ରହଣ କରିଥିଲେ। ପ୍ରତିଯୋଗିତା ପୁରୁଷ ଡବଲ୍ସ, ମହିଳା ଡବଲ୍ସ, ମିଶ୍ରିତ ଡବଲ୍ସ ଏବଂ ଭେଟେରାନ୍ ଡବଲ୍ସ ବିଭାଗରେ ଅନୁଷ୍ଠିତ ହୋଇଥିଲା।ପ୍ରତିଯୋଗିତାରେ ଇଫକୋ, ପାରାଦୀପ ପାଇପଲାଇନ୍ ଲିମିଟେଡ୍, ଜେଏମ୍ ବକ୍ସି ଗ୍ରୁପ୍, ନୁମାଲିଗଡ଼ ରିଫାଇନେରୀ ଲିମିଟେଡ୍ (ଏନଆରଏଲ), ଜେଏସଡବ୍ଲ୍ୟୁ ଗ୍ରୁପ୍ ଏବଂ ପାରାଦୀପ ପୋର୍ଟ ଅଥରିଟି ର ବ୍ୟାଡମିଟନ ଟିମ ଗୁଡ଼ିକ ଅଂଶଗ୍ରହଣ କରିଥିଲେ।
ଫାଇନାଲ ପର୍ଯ୍ୟାୟରେ ପାରାଦୀପ ପୋର୍ଟ ଅଥରିଟି (ପିପିଏ) ଦଳ ଉଲ୍ଲେଖନୀୟ ପ୍ରଦର୍ଶନ କରି ସମସ୍ତ ଚାରିଟି ବିଭାଗରେ ବିଜୟୀ ହୋଇ ସାମଗ୍ରିକ ଚାମ୍ପିଅନ୍ ହେବାର ଗୌରବ ଅର୍ଜନ କରିଥିଲା।
ବିଜେତା ଦଳଗୁଡ଼ିକ ମଧ୍ୟରେ ପୁରୁଷ ଡବଲ୍ସ – ପାରାଦୀପ ପୋର୍ଟ ଅଥରିଟି, ମହିଳା ଡବଲ୍ସ – ପାରାଦୀପ ପୋର୍ଟ ଅଥରିଟି, ମିଶ୍ରିତ ଡବଲ୍ସ – ପାରାଦୀପ ପୋର୍ଟ ଅଥରିଟି, ଭେଟେରାନ୍ ଡବଲ୍ସ – ପାରାଦୀପ ପୋର୍ଟ ଅଥରିଟି ସ୍ଥାନ ପାଇଛନ୍ତି।ଉଦଯାପନୀ ବା ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପାରାଦୀପ ବନ୍ଦରର ପୂର୍ବତନ ଅଧ୍ୟକ୍ଷ ପି ଏଲ୍ ହାରାନାଧ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବନ୍ଦର ଉପାଧ୍ୟକ୍ଷ ଟି. ଭେନୁ ଗୋପାଳ ଯୋଗ ଦେଇଥିଲେ। ଏହି ଅବସରରେ ବନ୍ଦରର ଚିଫ ମେକାନିକାଲ ଇଞ୍ଜିନିୟର ସୁଶିଲ ଚନ୍ଦ୍ର ନାହାକ, ବିଭିନ୍ନ ବିଭାଗର ମୁଖ୍ୟ, ବରିଷ୍ଠ ଅଧିକାରୀ, ବିଶିଷ୍ଟ ଅତିଥି ଓ କ୍ରୀଡ଼ାପ୍ରେମୀମାନେ ଉପସ୍ଥିତ ଥିଲେ।ଉପସ୍ଥିତ ଅତିଥି ମାନେ ବିଜେତା ଏବଂ ଅଂଶଗ୍ରହଣକାରୀ ଖେଳାଳିମାନଙ୍କୁ ଅଭିନନ୍ଦନ ଜଣାଇବା ସହ ସେମାନଙ୍କର ଉଚ୍ଚ ମାନର କ୍ରୀଡା, ଶୃଙ୍ଖଳା ଓ ଖେଳିବାର ମନୋଭାବ କୁ ଭୂୟସୀ ପ୍ରଶଂସା କରିଥିଲେ। ସେମାନେ କହିଥିଲେ ଯେ, କ୍ରୀଡ଼ା କେବଳ ଶାରୀରିକ ସୁସ୍ଥତା ନୁହେଁ, ବରଂ ଦଳଗତ ମନୋଭାବ, ନେତୃତ୍ୱ ଗୁଣ ଓ ପାରସ୍ପରିକ ସହଯୋଗର ବିକାଶରେ ମଧ୍ୟ ସହାୟକ ହୋଇଥାଏ।ଅତିଥିମାନେ ପାରାଦୀପ ବ୍ୟାଡମିଣ୍ଟନ ଆସୋସିଏସନର ସଫଳ ଆୟୋଜନକୁ ପ୍ରଶଂସା କରିବା ସହ ଅଞ୍ଚଳରେ କ୍ରୀଡ଼ା ସଂସ୍କୃତିର ବିକାଶ ପାଇଁ ଏହାର ନିରନ୍ତର ପ୍ରୟାସକୁ ସ୍ୱାଗତ କରିଥିଲେ।ଏଭଳି ଟୁର୍ଣ୍ଣାମେଣ୍ଟ ଆୟୋଜନ ପାରାଦୀପକୁ ଏକ ପ୍ରମୁଖ କ୍ରୀଡ଼ା କେନ୍ଦ୍ର ଭାବେ ପ୍ରତିଷ୍ଠିତ କରିବା ଦିଗରେ ଏକ ମାଇଲଖୁଣ୍ଟ ଭାବେ ଉଭା ହୋଇଛି।

Leave a Reply

Your email address will not be published. Required fields are marked *