ଷ୍ଟେଟ ବ୍ୟାଙ୍କ ଆନୁକୂଲ୍ୟରେ ବୌଦ୍ଧ ଜିଲ୍ଲା ପରାମର୍ଶଦାତା କମିଟି (DCC) ଏବଂ ଜିଲ୍ଲା ସ୍ତରୀୟ ସମୀକ୍ଷା କମିଟି (DLRC) ବୈଠକ
ସୁବର୍ଣ୍ଣପୁର: ଷ୍ଟେଟ ବ୍ୟାଙ୍କ ଆନୁକୂଲ୍ୟରେ ବୌଦ୍ଧ ଜିଲ୍ଲା ପରାମର୍ଶଦାତା କମିଟି (DCC) ଏବଂ ଜିଲ୍ଲା ସ୍ତରୀୟ ସମୀକ୍ଷା କମିଟି (DLRC) ବୈଠକ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲାପାଳ ବିଭୂତି ଭୂଷଣ ନାୟକ,ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ମାନ୍ୟବର କନ୍ଧମାଳ ସାଂସଦ ଶ୍ରୀଯୁକ୍ତ ସୁକାନ୍ତ ପାଣିଗ୍ରାହୀ,ବୌଦ୍ଧ ବିଧାୟକ ତଥା ସରକାରୀ ଦଳର ମୁଖ୍ୟ ସଚେତକ ଶ୍ରୀଯୁକ୍ତ ସରୋଜ କୁମାର ପ୍ରଧାନ, କଣ୍ଟାମାଳ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀଯୁକ୍ତ କହ୍ନାଇ ଚରଣ ଡାଙ୍ଗ,କନ୍ଧମାଳ ସାଂସଦଙ୍କ ପ୍ରତିନିଧି ଯୁଗଳ କିଶୋର ସାମଲ, ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପଧାନ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସନା ପ୍ରମୁଖ ଯୋଗଦାନ କରିଥିଲେ l ଜିଲ୍ଲାପାଳ ସମସ୍ତଙ୍କୁ ସ୍ଵାଗତ କରି କହିଲେ ଯେ ଏଲ୍ଡିଏମ୍, ସମସ୍ତ ବ୍ୟାଙ୍କର ଜିଲ୍ଲା ସମନ୍ୱୟକାରୀ, ବ୍ୟାଙ୍କ ଅଧିକାରୀ ଏବଂ ଆର୍ଥିକ ସଂସ୍ଥାମାନଙ୍କ କୃଷି, ଏମ୍ଏସ୍ଏମ୍ଇ, ସ୍ୱୟଂ ସହାୟକ ଗୋଷ୍ଠୀ, ଶିକ୍ଷା ଋଣ, ଗୃହ ଋଣ ଓ ସରକାରୀ ଯୋଜନାର ସଫଳ କାର୍ଯ୍ୟାନ୍ୱୟନରେ ଭୂମିକା ଅତ୍ୟନ୍ତ ମହତ୍ୱପୂର୍ଣ୍ଣ। ବ୍ୟାଙ୍କ ମାନଙ୍କ ସହଯୋଗରେ ଜିଲ୍ଲାର ଦୃତ ଅଭିବୃଦ୍ଧି ହୋଇ ପାରିବ l ସାଂସଦ କହିଲେଯେ ଜିଲ୍ଲାରେ ଋଣ ପ୍ରବାହ ବୃଦ୍ଧି, ଉଦ୍ୟୋଗୀ ସୃଷ୍ଟି, ମହିଳା ସଶକ୍ତିକରଣ, କୃଷି ଓ କ୍ଷୁଦ୍ର ଉଦ୍ୟୋଗର ବିକାଶ ସହିତ ଆର୍ଥିକ ଅନ୍ତର୍ଭୁକ୍ତିକରଣକୁ ଆହୁରି ସୁଦୃଢ଼ କରିବା ପାଇଁ ବ୍ୟାଙ୍କମାନେ ସମୁଚିତ ପଦକ୍ଷେପ ଗ୍ରହଣ କରିବେ । ଏହାଦ୍ୱାରା ଜିଲ୍ଲାର ଆର୍ଥିକ ବିକାଶ, ରୋଜଗାର ସୃଷ୍ଟି ଏବଂ ଲୋକଙ୍କ ଜୀବନମାନର ଉନ୍ନତିରେ ନିଶ୍ଚିତ ଭାବରେ ସହାୟକ ହେବ। One District One Product” ଅଧୀନରେ ଡାଲି ଚାଷ ଓ ପ୍ରକ୍ରିୟାକରଣ କୁ ଗୁରୁତ୍ୱ ଦିଆଯିବା ସହିତ ମହୁ ଚାଷର ବିକାଶ କରିବାକୁ ସେ ଆହ୍ୱାନ କରିଥିଲେ।ଉଭୟ ବିଧାୟକ କହିଲେ ଯେ ବ୍ୟାଙ୍କ୍ ମାନେ କୃଷକ ଓ ଶ୍ରମିକମାନଙ୍କୁ ସଚେତନ କରିବା ସହିତ ସ୍କିଲ୍ ଡିଭେଲପମେଣ୍ଟ ଟ୍ରେନିଂକୁ ଗ୍ରାମ ସ୍ତରକୁ ନେଇଯିବା ଆବଶ୍ୟକ। ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ଆର୍ଥିକ ଉନ୍ନତି ଯୋଜନାରେ ସଂଲଗ୍ନ କରି ସହାୟତା ଯୋଗାଇ ଦିଆଯାଉ। ମୁଦ୍ରା ଓ PMEGP ଇତ୍ୟାଦି ଋଣ ମାଧ୍ୟମରେ ନୂତନ ଉଦ୍ୟୋଗୀ ସୃଷ୍ଟି କରିବା ପାଇଁ ଆହ୍ୱାନ ଦେଇଥିଲେ l ସମସ୍ତ ଆର୍ଥିକ ଓ ସରକାରୀ ସହାୟତାକୁ ତଳସ୍ତରକୁ ପହଞ୍ଚାଇବାକୁ ଲକ୍ଷ୍ୟ ରଖା ଯାଇଥିଲା। ବୈଠକରେ
ଲିଡ୍ ବ୍ୟାଙ୍କ ଏସବିଆଇ ମୁଖ୍ୟ ପ୍ରବନ୍ଧକ ଡନ୍ ବୋସ୍କୋ ଟି ବ୍ୟାଙ୍କର ସହଯୋଗ ଓ କାର୍ଯ୍ୟଦକ୍ଷତା ଉପରେ ଅବଗତ କରାଇଥିଲେ। ନାବାର୍ଡ ଡିଜିଏମ୍, ଷ୍ଟେଟ୍ ବ୍ୟାଙ୍କ ରିଜିଅନାଲ୍ ମ୍ୟାନେଜର, ଏଲ୍ ଡି ଏମ୍ ସହିତ ସମସ୍ତ ବ୍ୟାଙ୍କ ଓ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଏଥିରେ ଯୋଗଦେଇଥିଲେ।ଶେଷରେ ବୈଠକରେ ଜିଲ୍ଲାର ସାମଗ୍ରିକ ଉନ୍ନୟନ ପାଇଁ ସମସ୍ତ ବ୍ୟାଙ୍କ ଓ ବିଭାଗ ମଧ୍ୟରେ ଉତ୍ତମ ସମନ୍ୱୟ ଓ ଉତ୍ତରଦାୟୀ ସୁନିଶ୍ଚିତ କରିବାକୁ ସଙ୍କଳ୍ପ ନିଆଯାଇଥିଲା l ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
