July 30, 2026
Home » ସଂସ୍କାର ଭାରତୀ ବୌଦ୍ଧ ଜିଲ୍ଲା ତରଫରୁ ଗୁରୁ ପୂର୍ଣ୍ଣିମା ଉତ୍ସବ ପାଳିତ

ସଂସ୍କାର ଭାରତୀ ବୌଦ୍ଧ ଜିଲ୍ଲା ତରଫରୁ ଗୁରୁ ପୂର୍ଣ୍ଣିମା ଉତ୍ସବ ପାଳିତ

0
WhatsApp Image 2026-07-30 at 11.16.06 AM

ସୁବର୍ଣ୍ଣପୁର —- ବୌଦ୍ଧ ରାଜବାଟୀ ପରିସରରେ ଉତ୍କଳ ପଶ୍ଚିମ ପ୍ରାନ୍ତ ଅଧୀନ ସଂସ୍କାର ଭାରତୀ ବୌଦ୍ଧ ଜିଲ୍ଲା ତରଫରୁ ଗୁରୁ ପୂର୍ଣ୍ଣିମା ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି । ଉକ୍ତ ଉତ୍ସବରେ ଜିଲ୍ଲା ସଂସ୍କାର ଭାରତୀ ସଭାପତି ଶ୍ରୀମତୀ ଗୀତାରାଣୀ ରାୟ ଚୌଧୁରୀ ସଭାପତିତ୍ଵ କରିଥିବାବେଳେ ଉତ୍କଳ ପଶ୍ଚିମ ପ୍ରାନ୍ତ କାର୍ଯ୍ୟକର୍ତ୍ତା ତଥା ପୂର୍ବାଞ୍ଚଳ ସାଂସ୍କୃତିକ ସଦସ୍ୟ ଶ୍ରୀ ରଞ୍ଜନ କୁମାର ସାହୁ ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ସଂସ୍କାର ଭାରତୀ ସମ୍ବନ୍ଧୀୟ ଓ ଭାରତରେ ଗୁରୁଶିଷ୍ୟ ପରମ୍ପରା ସମ୍ପର୍କୀୟ ଉଦବୋଧନ ପ୍ରଦାନ କରିଥିଲେ ଓ ସଂକୀର୍ତ୍ତନ ମହାସଙ୍ଘ ଓଡ଼ିଶା,ବୌଦ୍ଧ ଜିଲ୍ଲା ସଭାପତି, ଶ୍ରୀ ଶ୍ରୀକାନ୍ତ ମିଶ୍ର ଓ ଶ୍ରୀ ପ୍ରେମାନନ୍ଦ ମିଶ୍ର ସମ୍ମାନିତ ଅତିଥି ରୂପେ ଯୋଗଦାନ କରି ଯୁଗେ ଯୁଗେ ଗୁରୁଙ୍କ ମହାନତା ସମ୍ପର୍କରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅତିଥି ମାନଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ଜଳନ କରାଯାଇଥିବା ବେଳେ ସଂସ୍କାର ଭାରତୀର ଧ୍ୟେୟ ଗୀତ ସାମୁହିକଗାନ କରାଯାଇଥିଲା । ଜିଲ୍ଲା ମହାମନ୍ତ୍ରୀ ଶ୍ରୀମତୀ କଲ୍ୟାଣୀ ମିଶ୍ର ମଞ୍ଚ ସଂଯୋଜନା କରିଥିଲେ ଓ ସୁରେନ୍ଦ୍ର କର୍ଣ୍ଣ ମଞ୍ଚାସୀନ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଗୁରୁ ପୂଜନ କାର୍ଯ୍ୟକ୍ରମରେ ଜିଲ୍ଲାର ୭୨ ଜଣ ବୟୋଜ୍ୟେଷ୍ଠ ଗୁରୁ ମାନଙ୍କୁ ଅତିଥି ଓ ପ୍ରମୁଖ ଶିଷ୍ୟ ମାନଙ୍କ ଦ୍ଵାରା ପୁଷ୍ପ ଚନ୍ଦନ ଓ ଉତ୍ତରୀୟ ପ୍ରଦାନ ପୂର୍ବକ ପୂଜନ କରାଯାଇଥିଲା । ଏଥି ସହିତ ବୌଦ୍ଧ ଜିଲ୍ଲାର ଦିବଙ୍ଗତ ଗୁରୁଙ୍କ ସମ୍ମାନରେ ୮୦ ଜଣ କଳାକାର ମାନଙ୍କୁ ସମ୍ମାନିତ କରାଯାଇଥିଲା । ସଂକୀର୍ତ୍ତନ ସେଠୀ,ମନରଞ୍ଜନ ସାହୁ,ରଘୁନାଥ ମେହେରଙ୍କ ଦ୍ଵାରା ଗୁରୁ ବନ୍ଦନା ଓ ସାମୁହିକ ଶାନ୍ତି ପାଠ କରାଯାଇଥିଲା । ସର୍ବ ବ୍ୟବସ୍ଥା ପ୍ରମୁଖ ଶ୍ରୀ ଅରୁଣ ମେଣ୍ଡିଲି କାର୍ଯ୍ୟକ୍ରମକୁ ସୂଚାରୁ ରୂପେ ପରିଚାଳନା କରିଥିବାବେଳେ ରଜନୀ ସାହୁ,ଅଖଣ୍ଡ ମହାକୁଳ,ବାମଦେବ ମହାନ୍ତି,ତୁଳସୀ ଭୋଇ ପ୍ରମୁଖ ସହଯୋଗ କରିଥିଲେ । କାର୍ଯ୍ୟକ୍ରମ ଶେଷରେ କୋଷାଧ୍ୟକ୍ଷ ଶ୍ରୀମତୀ ସୁନିତା ହୋତା ଧନ୍ୟବାଦ ଅର୍ପଣ କରିଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମ ଅବସରରେ ପ୍ରଖ୍ୟାତ ପାଲା ଗାୟକ ଶ୍ରୀ ବାଞ୍ଛାନିଧି ପ୍ରଧାନ, ଶ୍ରୀ କୃଷ୍ଣ ମିଶ୍ର ଓ ସାଥୀଙ୍କ ଦ୍ଵାରା ଗୁରୁ ପୂର୍ଣ୍ଣିମାର ମହତ୍ଵ ଆଧାରିତ ପାଲା ପରିବେଷଣ କରାଯାଇଥିଲା l

 

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ….

Leave a Reply

Your email address will not be published. Required fields are marked *