December 3, 2025
Home » ସଡ଼କ ଦୁର୍ଘଟଣାରେ ଏମ୍ପାୟାର୍ସ ହୋଟେଲ ର ମୁଖ୍ୟ ରୋଷେୟା ଙ୍କ ମୃତ୍ୟୁ

ସଡ଼କ ଦୁର୍ଘଟଣାରେ ଏମ୍ପାୟାର୍ସ ହୋଟେଲ ର ମୁଖ୍ୟ ରୋଷେୟା ଙ୍କ ମୃତ୍ୟୁ

0
WhatsApp Image 2025-08-09 at 2.35.41 PM

ପାରାଦୀପ – ପାରାଦୀପ ପିପିଏଲ ଛକ ନିକଟରେ ଗୁରୁବାର ଦିନ ଏକ ସଡ଼କ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଯାଇଛି l ମୃତ ବ୍ୟକ୍ତି ଜଣକ ହେଲେ ପାରାଦୀପ ସ୍ଥିତ ଏମ୍ପାୟାର୍ସ ହୋଟେଲ ର ମୁଖ୍ୟ ରୋଷେୟା ନିତିନ ଚନ୍ଦ୍ର ପଟ୍ଟନାୟକ (୫୪) l ଘଟଣାରୁ ପ୍ରକାଶ ଯେ ପିପିଏଲ ଛକ ରାଜପଥରେ ନିତିନ ତାଙ୍କ ସ୍କୁଟି ଯୋଗେ ଯାଉଥିବା ବେଳେ ଏକ ଟ୍ରକ ଓଡି୨୯ସି୫୬୧୫ ସହିତ ଧକ୍କା ହେବା ଯୋଗୁଁ ସେ ଗୁରୁତର ହୋଇ ଅଠରବାଙ୍କି ମେଡିକାଲ ରେ ଭର୍ତ୍ତି ହୋଇଥିଲେ l ସେଠାରେ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବା ବେଳେ ବାଟରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା l ତାଙ୍କ ଘର ବରହମପୁର ଗଞ୍ଜାମ ଜିଲ୍ଲାର ରାମନଗର ରେ l ତେବେ ତାଙ୍କ ବିୟୋଗରେ ଏମ୍ପାୟାର୍ସ ହୋଟେଲ ର ସମସ୍ତ କର୍ମଚାରୀ ଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି l

paradeep ru prasant das nka report

Leave a Reply

Your email address will not be published. Required fields are marked *