ସନରାଇଜ ସ୍ପୋର୍ଟସ କ୍ଲବ ପକ୍ଷରୁ ଜିଲ୍ଲାସ୍ତରୀୟ ଭୋଲିବୋଲ ପ୍ରତିଯୋଗୀତା ଆୟୋଜିତ

ଛତ୍ରପୁର:ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁର ର ମିନି ଷ୍ଟାଡିୟମ ଠାରେ ସନରାଇଜ ସ୍ପୋର୍ଟସ କ୍ଲବ ଆନୁକୂଲ୍ଯରେ ଜିଲ୍ଲାସ୍ତରୀୟ ଭୋଲିବୋଲ ପ୍ରତିଯୋଗୀତା ଆୟୋଜିତ ହୋଇଯାଇଛି ।ଏହି ପ୍ରତିଯୋଗିତାରେ ଦାରିଙ୍ଗବାଡ଼ି ସହିତ ସ୍ମାର୍ଟ ସିକ୍ସ ମଧ୍ୟରେ ଭୋଲିବୋଲ୍ ଅନୁଷ୍ଠିତ ହୋଇଥିଲା ।
ଏଥିରେ ସ୍ମାର୍ଟସିକ୍ସ 2-0 ସେଟ ରେ ବିଜୟ ହାସଲ କରି ଥିଲେ ଏବଂ ଆଜିର ମୁଖ୍ୟ ଅତିଥି ଭାବେ ସମାଜ ସେବୀ ନୀଳାନ୍ଦ୍ରି ପ୍ରଧାନ ଏବଂ ସନରାଇଜ ସ୍ପୋର୍ଟସ କ୍ଲବ ର ସଭାପତି ସମୀର ପଟ୍ଟନାୟକ,ସମ୍ପାଦକ ରଜନୀ କାନ୍ତ ପଟ୍ଟନାୟକ,କୋଷାଧକ୍ଷ ଲକ୍ଷ୍ମୀ ନାରାୟଣ ପାତ୍ର ଓ ଖେଳ ପରିଚାଳନା କରିଥିଲେ ଇ.ନରେଶ ଦୋରା,ସୁଦ୍ଧାକର ଦୋରା ,ରବି,ମୋହନ,ପ୍ରେମ,ଜଗଦୀଶ,ସୁବାସ,ଜୟରାମ,ସାନବାବୁସହଯୋଗ କରିଥିଲେ । ଆସନ୍ତା କାଲି ସେମି ଫାଇନାଲ୍ ମ୍ୟାଚ୍ ରେ ଗୋଳିସିକ୍ସ ସହିତ ସ୍ମାର୍ଟ ସିକ୍ସ ଖେଳାଯିବା ନେଇ ସୂଚନା ପ୍ରଦାନ କରାଯାଇଥିଲା
ଛତ୍ରପୁର ଇପିଏ ରୁ ମୁନା ବେହେରା ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )