May 27, 2026
Home » ଉତ୍କର୍ଷ ଓଡ଼ିଶା-ମେକ୍ ଇନ୍ ଓଡ଼ିଶା- ୨୦୨୫ ଅଧିବେଶନ

ଉତ୍କର୍ଷ ଓଡ଼ିଶା-ମେକ୍ ଇନ୍ ଓଡ଼ିଶା- ୨୦୨୫ ଅଧିବେଶନ

0
WhatsApp Image 2025-01-28 at 9.21.02 PM (2)

ଓଡ଼ିଶାରେ ଏବେ ପୁଞ୍ଜି ନିବେଶ ପାଇଁ ଅନୁକୂଳ ସମୟ ସୃଷ୍ଟି ହୋଇଛି । ରାଜ୍ୟରେ ପୁଞ୍ଜି ନିବେଶ କରିବାକୁ ଏବେ ସମସ୍ତେ ଆଗ୍ରହ ପ୍ରକାଶ କରୁଛନ୍ତି । ଉତ୍କୃଷ୍ଟ କଳାର ପ୍ରଦେଶ ଓଡ଼ିଶାକୁ ଆଜି ଉତ୍କର୍ଷ ଓଡ଼ିଶାରେ ପରିଣତ କରିବାକୁ ଆନ୍ତରିକ ପ୍ରୟାସ ଜାରି ରଖିବା ନିମନ୍ତେ ସମସ୍ତ ସହଭାଗୀମାନଙ୍କୁ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଧନ୍ୟବାଦ ଦେଇଛନ୍ତି । ଉତ୍କର୍ଷ ଓଡ଼ିଶା ସମ୍ମିଳନୀ-୨୦୨୫ ଅବସରରେ ଆୟୋଜିତ “କେମିକାଲ, ପେଟ୍ରୋ କେମିକାଲ ଓ ପ୍ଲାଷ୍ଟିକ୍” ଶୀର୍ଷକ ଆଲୋଚନା ଚକ୍ର ଅବସରରେ ପୁଞ୍ଜି ନିବେଶକ ଓ ଶିଳ୍ପ ସଂସ୍ଥାର ପ୍ରତିନିଧିମାନଙ୍କୁ ଉଦବୋଧନ ଦେବା ଅବସରରେ ଉପ-ମୁଖ୍ୟମନ୍ତ୍ରୀ ଶ୍ରୀ ପରିଡ଼ା କହିଥିଲେ ଯେ, ଓଡ଼ିଶା ଆଜି କେମିକାଲ, ପେଟ୍ରୋ-କେମିକାଲ ଏବଂ ପ୍ଲାଷ୍ଟିକ ଶିଳ୍ପ କ୍ଷେତ୍ରରେ ବ୍ୟାପକ ଅଗ୍ରଗତି କରୁଛି ଏବଂ ଦେଶ ବିଦେଶର ପୁଞ୍ଜି ନିବେଶକାରୀଙ୍କୁ ଆକୃଷ୍ଟ କରୁଛି ।

ଓଡ଼ିଶା ଆଜି କେବଳ ଦେଶ ମଧ୍ୟରେ ଶିଳ୍ପ ଉତ୍ପାଦନକୁ ପହଁଚାଇପାରିଛି, ତାହା ନୁହେଁ, ଆନ୍ତର୍ଜାତୀୟ କ୍ଷେତ୍ରରେ ମଧ୍ୟ ନିଜ ପାଇଁ ଏକ ସ୍ୱତନ୍ତ୍ର ବଜାର ସୃଷ୍ଟି କରିପାରିଛି । ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଏହି ଅବସରରେ ଉପସ୍ଥିତ ରହି କହିଲେ ଯେ, ରାଜ୍ୟରେ ଆଜି ଶିଳ୍ପାୟନ କ୍ଷେତ୍ରରେ ଉନ୍ନତି ଓ ସମୃଦ୍ଧି ଯୋଗୁଁ ବିକଶିତ ଭାରତର ଜୟଯାତ୍ରା କ୍ଷେତ୍ରରେ ଓଡ଼ିଶା ଭାଗିଦାରୀ ହେବାକୁ ଯାଉଛି । ଓଡ଼ିଶା ଏବେ କେମିକାଲ, ପେଟ୍ରୋ-କେମିକାଲ ଓ ପ୍ଲାଷ୍ଟିକର ଉତ୍ପାଦନ କ୍ଷେତ୍ରରେ ସ୍ୱତନ୍ତ୍ର ହବ୍ ହୋଇପାରିଛି । ଏହା ଆମର ଶିଳ୍ପାୟନ କ୍ଷେତ୍ରରେ ସୁଚିନ୍ତିତ ଓ ଯୋଜନାବଦ୍ଧ ଦୀର୍ଘସ୍ଥାୟୀ ଲକ୍ଷ୍ୟ ନେଇ ଭିତ୍ତିଭୂମିର ଉନ୍ନୟନ ଓ ଆନୁଷଙ୍ଗିକ ସୁବିଧା ଉପଲବ୍ଧି ଦ୍ୱାରା ସମ୍ଭବ ହୋଇଛି । ପାରାଦୀପ ଠାରେ ପ୍ରତିଷ୍ଠିତ ଇଣ୍ଡିଆନ୍ ଅଏଲ କର୍ପୋରେସନର ରିଫାଇନେରୀ ଉପରେ ନିର୍ଭର କରି ବହୁ ଆନୁଷଙ୍ଗିକ ଶିଳ୍ପ ସଂସ୍ଥା ଗଢି ଉଠିଛି । ସେହିପରି ପାରାଦୀପ ପ୍ଲାଷ୍ଟିକ୍ ପାର୍କ ଠାରେ ମଧ୍ୟ ପ୍ରତିଷ୍ଠିତ କ୍ଷୁଦ୍ର ଶିଳ୍ପଗୁଡ଼ିକର ବ୍ୟବସାୟିକ ଅଭିବୃଦ୍ଧି ସମ୍ଭବ ହୋଇପାରିଛି ।

ଆମେ ଏକ ମୂଲ୍ୟଯୁକ୍ତ ଉତ୍ପାଦ ପ୍ରତି ଗୁରୁତ୍ୱ ଦେଉଛୁ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ ପ୍ରକାଶ କରିଥିଲେ । ଏହି ଅଧିବେଶନରେ ଇପିକଲ ଏବଂ ଇଡକୋର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଭୂପେନ୍ଦ୍ର ସିଂ ପୁନିଆ କେମିକାଲ ଏବଂ ପେଟ୍ରୋକେମିକାଲ କ୍ଷେତ୍ରରେ ଓଡିଶାର ରଣନୈତିକ ଲକ୍ଷ୍ୟ ନିର୍ଦ୍ଧାରଣ ପୂର୍ବକ ଔଦ୍ୟୋଗିକ ଭବିଷ୍ୟତକୁ ସୁନିଶ୍ଚିତ କରିବା ସଂପର୍କରେ ବିଶଦ୍ ତଥ୍ୟ ଉପସ୍ଥାପନ କରିଥିଲେ । ଏହି ଅବସରରେ “କେମିକାଲସ୍ କ୍ଷେତ୍ରରେ ବୈଶ୍ୱିକ ପ୍ରତିଯୋଗିତା ଏବଂ ଏଥିରେ ଓଡିଶା” ସଂପର୍କିତ ଅନୁଷ୍ଠିତ ଆଲୋଚନା ଚକ୍ରକୁ ପି.ଡବ୍ଲୁ,ସି ,ଇଣ୍ଡିଆର ପାର୍ଟନର ତଥା ଲିଡର ଶ୍ରୀ ମାନସ ମଜୁମଦାର ସଂଯୋଜନା କରିଥିବା ବେଳେ ଲକ୍ଷ୍ମୀ ଅର୍ଗାନିକ୍ ଲିଃ.ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀ ରବି ଗୋଏଙ୍କା, ଚେମର୍ସ ଆଇଏନସିର ଶ୍ରୀ ଆଦିତ୍ୟ ବେରୀ, ପାରାଦ୍ୱୀପ ଫସଫେଟ୍ ଲିଃ ର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଏନ୍ ସୁରେଶ କ୍ରିଷ୍ଣନ୍, କିରି ଇଣ୍ଡଷ୍ଟିଜ୍ ଲିଃ. ର ଅଧ୍ୟକ୍ଷ ଶ୍ରୀ ମନିଶ କିରି, ଟାଟା ଷ୍ଟିଲ ,ଏସ୍ଇଜେଡ୍ ର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ମଣିକାନ୍ତ ନାୟକ ପ୍ରମୁଖ ଯୋଗଦେଇ ସଂପୃକ୍ତ ବିଷୟ ଉପରେ ଆଲୋକପାତ କରିଥିଲେ । ଅଏଲ ଇଣ୍ଡିଆ ଲିଃ.ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀ ରଂଜିତ ରଥ, ଆଇଓସିଏଲର ସ୍ୱତନ୍ତ୍ରତା ଓ ଆଗାମୀ ଶିଳ୍ପର ଭବିଷ୍ଯତ ଉପରେ ବିଶେଷ ମତ ରଖିଥିଲେ । ଏହି ଅଧିବେଶନରେ ଅନ୍ୟମାନଙ୍କ ମଧ୍ୟରେ ଲୁମିନସ ପାଓ୍ୱାର ଟେକ୍ନୋଲୋଜି ପ୍ରା.ଲିଃ.ର ବରିଷ୍ଠ ଉପ ସଭାପତି ( ପରିଚାଳନା ତଥା ଗବେଷଣା ଓ ଉନ୍ନୟନ) ଶ୍ରୀ ଅମ୍ଲାନ କାନ୍ତି ଦାସ, ନୂଆ ଯୁଗରେ ଅତ୍ଯାଧୁନିକ ବୈଷୟିକ ଜ୍ଞାନକୈଶଳ ଏବଂ ଉନ୍ନତ ପ୍ରକ୍ରିୟାରେ ରସାୟନିକ ବ୍ୟାଟେରୀ ପ୍ରସ୍ତୁତି ସଂପର୍କରେ ଉପସ୍ଥାପନ କରିଥିଲେ । ଉତ୍ତର ଓଡ଼ିଶା ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ର ବୋର୍ଡ ଅଫ୍ ଟ୍ରଷ୍ଟି ଶ୍ରୀ ସି.ପି. ଭରତିଆ ଧନ୍ୟବାଦ ଅର୍ପଣ କରିଥିଲେ ।

ଆଗାମୀ ରଥଯାତ୍ରା ରେ ଶ୍ରଦ୍ଧାଳୁ ଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଉଛି। ଏ ନେଇ ଏକ ସମୀକ୍ଷା ବୈଠକ ପୁରୀ ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି। ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ୩୦ ଟି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଓ ୮ ଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅତିରିକ୍ତ ବ୍ୟବସ୍ଥା କରାଯାଉଛି। ଏଥି ସହିତ ୧୦ ଶଯ୍ୟା ବିଶିଷ୍ଟ ୮ ଟି ଅତିରିକ୍ତ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ରହିବ। ଏଥିରେ ଅତିରିକ୍ତ ଡାକ୍ତର ଓ ସ୍ବାସ୍ଥ୍ୟ କର୍ମୀ ନିୟୋଜିତ ରହିବେ। ବଡଦାଣ୍ଡ ସମେତ ପୁରୀ ସହର ର ପ୍ରମୁଖ ସ୍ଥାନ ଗୁଡିକରେ ଆଶୁ ଚିକିତ୍ସା କେନ୍ଦ୍ର ଖୋଲାଯିବ।୫୦ ରୁ ଅଧିକ ଆମ୍ବୁଲାନ୍ସ ବିଭିନ୍ନ ସ୍ଥାନରେ ମୁତୟନ କରାଯିବ। ବିଭିନ୍ନ ସ୍ୱେଚ୍ଛାସେବି ସଂଗଠନ ଙ୍କ ସହାୟତା ନିଆଯିବ। ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ ଉପସ୍ଥିତ ରହି ସ୍ୱାସ୍ଥ୍ୟ ସେବାର ତଦାରଖ କରିବେ। ଆଇ ସି ୟୁ, ଟ୍ରମା କେୟାର କେନ୍ଦ୍ର ପ୍ରସ୍ତୁତ କରି ରଖାଯିବ। ପୁରୀ ରେ ଥିବା ସବୁ ସହରାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ର କୁ ପ୍ରସ୍ତୁତ ରଖାଯିବ। ରେଲୱେ ଷ୍ଟେସନ, ବସଷ୍ଟାଣ୍ଡ ରେ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ଖୋଲିବ। ଗୁରୁତର ରୋଗୀ ଙ୍କୁ କଟକ, ଭୁବନେଶ୍ୱର ସ୍ଥାନାନ୍ତର ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ହେବ। ଆମ୍ବୁଲାନ୍ସ ଗୁଡ଼ିକ ଯେଭଳି ସୁରୁଖୁରୁରେ ଯାତାୟାତ କରିପାରିବ ସେ ନେଇ ସ୍ୱତନ୍ତ୍ର ବ୍ୟବସ୍ଥା ହେବ। ରଥଯାତ୍ରା ସମୟରେ ଲୋକ ଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ୨ ଶହ ଡାକ୍ତର ଙ୍କୁ ନିୟୋଜିତ କରାଯିବ। ଅପମିଶ୍ରିତ ଓ ବାସୀ ଖାଦ୍ୟ ବିକ୍ରି ବନ୍ଦ ପାଇଁ ଖାଦ୍ୟ ନିରାପତ୍ତା ଅଧିକାରୀ ମାନେ ଯାଞ୍ଜ କରିବେ। ରଥଯାତ୍ରା ସ୍ୱାସ୍ଥ୍ୟ ସେବାକୁ ଶୃଙ୍ଖଳିତ କରିବା ପାଇଁ ଅନୁଷ୍ଠିତ ହୋଇଥିବା ବୈଠକ ରେ ପୁରୀ ମହାନଗର ନିଗମ ର କମିଶନର, ଅତିରିକ୍ତ ଜିଲ୍ଲାପାଳ, ଏସପି, ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ, ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ସାମିଲ ହୋଇଥିଲେ। ରଥଯାତ୍ରା ର ଭକ୍ତ ଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଉଥିବା ସ୍ୱେଚ୍ଛାସେବୀ ଦେବାଶିଶ ମିଶ୍ର କୁହନ୍ତି, ରଥଯାତ୍ରା ଭିଡ଼ରେ ବଡ ଆମ୍ବୁଲାନ୍ସ ଯାତାୟାତ ରେ ବହୁତ୍ ସମସ୍ୟା ସୃଷ୍ଟି କରୁଛି। ଏଣୁ ଆମେ ଜିଲାପାଳ ଙ୍କୁ ପ୍ରସ୍ତାବ ଦେଲୁ କିଛି ଛୋଟ ଆମ୍ବୁଲାନ୍ସ ନିୟୋଜିତ କରାଯାଉ। ଏହା ଦ୍ଵାରା ଆମ୍ବୁଲାନ୍ସ ଯାତାୟାତ ରେ ସୁବିଧା ହେବା ସହ ଲୋକ ମାନେ ତ୍ୱରିତ ଚିକିତ୍ସା ସେବା ପାଇପାରିବେ। ଆଉ ଏକ ପ୍ରସ୍ତାବ ରହିଚି ବଡ ଦାଣ୍ଡ ରେ ଅଧିକ ଶୀତତାପ ନିୟନ୍ତ୍ରିତ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ଖୋଲାଯାଉ। ଏହା ଦ୍ଵାରା ଅଯଥା ରେ ଲୋକ ଙ୍କୁ ମୁଖ୍ୟ ଚିକିତ୍ସାଳୟ କୁ ନିଆନଯାଇ ଏହି ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ତ୍ୱରିତ ଚିକିତ୍ସା ସେବା ଯୋଗାଇ ହେବ । ଆମେ ଜିଲାପାଳ ଙ୍କୁ ଅନୁରୋଧ କରିଛୁ ଗୁଣ୍ଡିଚା ମନ୍ଦିର ନିକଟ ରେ ସ୍ୱାସ୍ଥ୍ୟ କେନ୍ଦ୍ର ଖୋଲାଯିବା ନେଇ ଅନୁମତି ଦିଆଯାଉ। ଏହା ହେଲେ ମନ୍ଦିର ଭିତରେ ଅବା ବାହାରେ କିଛି ଅଘଟଣ ଘଟିଲେ ସଙ୍ଗେ ସଙ୍ଗେ ଚିକିତ୍ସା ସେବା ଲୋକ ଙ୍କୁ ଓ ସେବାୟତ ଙ୍କୁ ଚିକିତ୍ସା ସେବା ଦେଇହେବ। ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ନିଜ ପ୍ରତିକ୍ରିୟାରେ କହିଛନ୍ତି, ଚଳିତ ରଥଯାତ୍ରା ରେ ଲୋକ ଙ୍କୁ କିଭଳି ତ୍ୱରିତ ଚିକିତ୍ସା ସେବା ଯୋଗାଇ ହେବ ସେ ନେଇ ଏକ ମାର୍ଗଦର୍ଶିକା କରାଯାଇଛି। ବଡଦାଣ୍ଡ ସମେତ ବିଭିନ୍ନ ଗୁରୁତ୍ଵପୂର୍ଣ୍ଣ ସ୍ଥାନରେ ୮ ଟି ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ରହିବ । ମୋଟ ୮୦ ବେଡ ବିଶିଷ୍ଟ ଏହି ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ସବୁ ପ୍ରକାର ଚିକିତ୍ସା ସେବା ବ୍ୟବସ୍ଥା ରହିବ। ସବୁ ପ୍ରକାର ଅତ୍ୟାଧୁନିକ ସ୍ୱାସ୍ଥ୍ୟ ସେବା ଉପକରଣ ଓ ସ୍ପେଶଲିଷ୍ଟ ଡାକ୍ତର ରହିବେ। ଏ ନେଇ ଆଜିର ବୈଠକ ରେ ଆଲୋଚୋନା ହେଲା। ଆମ୍ବୁଲାନ୍ସ କିଭଳି ଯାତାୟାତ କରିବ, ସ୍ୱେଚ୍ଛାସେବୀ ଙ୍କୁ ତାଲିମ ପ୍ରଦାନ ସେ ନେଇ ସବିଶେଷ ଆଲୋଚନା ହୋଇଛି। ମାର୍ଗଦର୍ଶିକା ଅନୁଯାୟୀ ରଥଯାତ୍ରା, ସୁନାବେଶ, ବାହୁଡ଼ା ରେ ସ୍ୱାସ୍ଥ୍ୟ ସେବା ଲୋକ ଙ୍କୁ ଯୋଗାଇ ଦିଆଯିବ। ଆଗାମୀ ଜୁନ ୨୯ ରେ ମହାପ୍ରଭୁ ଙ୍କ ସ୍ନାନଯାତ୍ରା ଓ ଜୁଲାଇ ୧୬ ରେ ରଥଯାତ୍ରା ଅନୁଷ୍ଠିତ ହେବ। ଏହି ଦୁଇ ଯାତ୍ରାରେ ଦଇତାପତି ସେବକ ଙ୍କ ଗୁରୁ ଦାୟିତ୍ୱ ରହିଛି । ଦଇତାପତି ସେବକମାନେ ମହାପ୍ରଭୁ ଙ୍କୁ ସ୍ନାନଯାତ୍ରାରେ ରତ୍ନସିଂହାସନ ରୁ ପହଣ୍ଡି ରେ ଆଣି ସ୍ନାନ ବେଦୀ କୁ ଆଣିବେ। ସେହିପରି ଆଗାମୀ ରଥଯାତ୍ରାରେ ମଧ୍ୟ ଦଇତାପତି ସେବକ ମାନେ ମହାପ୍ରଭୁ ଙ୍କୁ ପହଣ୍ଡି ଆଣି ରଥ ଉପରେ ଠାକୁର ଙ୍କୁ ବିରାଜମାନ କରାଇବେ। ତେବେ ଠାକୁର ଙ୍କ ପହଣ୍ଡି କିଭଳି ଶୃଙ୍ଖଳିତ ଓ ସୁରକ୍ଷିତ ଢଙ୍ଗରେ ହୋଇ ପାରିବ ସେ ନେଇ ସମୀକ୍ଷା କରିଛନ୍ତି ପୁରୀ ଜିଲ୍ଲାପାଳ ତଥା ଶ୍ରୀମନ୍ଦିର ଉପ ମୁଖ୍ୟପ୍ରଶାସକ ଦିବ୍ୟଜ୍ୟୋତି ପରିଡା। ଶ୍ରୀମନ୍ଦିର କାର୍ଯ୍ୟାଳୟ ରେ ଅନୁଷ୍ଠିତ ହୋଇଥିବା ବୈଠକ ରେ ଶ୍ରୀମନ୍ଦିର ଦଇତାପତି ନିଯୋଗ ର କର୍ମକର୍ତ୍ତା ଯୋଗ ଦେଇଥିଲେ।୨୦୨୪ ରଥଯାତ୍ରା ରେ ଆଡ଼ପ ମଣ୍ଡପ ବିଜେ ବେଳେ ବଡ ଠାକୁର ଶ୍ରୀବଳଭଦ୍ର ରଥ ରୁ ଚାରମାଳ କୁ ଖସି ପଡ଼ିଥିଲେ। ଏଣୁ ଏଭଳି ଅଘଟଣ କିଭଳି ଆଗାମୀ ଦିନରେ ହେବ ନାହିଁ ଏବଂ ଶୃଙ୍ଖଳିତ ଢଙ୍ଗରେ ପହଣ୍ଡି କାର୍ଯ୍ୟ ସମାପନ ହେବ ସେ ନେଇ ଜିଲ୍ଲାପାଳ ଆଲୋଚନା କରିଥିଲେ। ପହଣ୍ଡି ପାଇଁ ପ୍ରଶାସନ ଦ୍ୱାରା ନିର୍ଦ୍ଧାରିତ ସଂଖ୍ୟାରୁ ଯେଭଳି ଅଧିକ ସେବକ ନ ରହିବେ ସେ ନେଇ ଆଲୋଚନା ହୋଇଥିଲା। ସେହିପରି ନିର୍ଦ୍ଧାରିତ ସମୟ ଅନୁସାରେ ସମସ୍ତ ନୀତି ଯେଭଳି ପାଳନ ହେବ ସେ ନେଇ ମଧ୍ୟ ଆଲୋଚାନା ହୋଇଛି। ତେବେ ମହାପ୍ରଭୁ ସ୍ନାନଯାତ୍ରା, ଅଣସର, ନବଯୌବନ, ନେତ୍ରୋତ୍ସବ ସମସ୍ତ ନୀତି ଶୃଙ୍ଖଳିତ କରିବାକୁ ବାଡଗ୍ରାହୀ ସେବକ ମତ ରଖିଛନ୍ତି। ଦଇତାପତି ସେବକ ଭବାନୀ ଦାସ ମହାପାତ୍ର ନିଜ ପ୍ରତିକ୍ରିୟାରେ କୁହନ୍ତି, ଆଗାମୀ ରଥଯାତ୍ରା ରେ କିଭଳି ମହାପ୍ରଭୁ ଙ୍କ ସମସ୍ତ ନିତିକାନ୍ତି, ଭକ୍ତ ଙ୍କ ଦର୍ଶନ ସୁରୁଖୁରୁରେ ଶୃଙ୍ଖଳିତ ଭାବରେ ହୋଇପାରିବ ସେ ନେଇ ଜିଲ୍ଲାପାଳ ଙ୍କ ସହ ଆଲୋଚନା ହୋଇଛି। ସେବାୟତ ଙ୍କ ମଧ୍ୟରେ ଯେଭଳି ଏକ ସମନ୍ଵୟ ରହିବ ସେ ନେଇ ଆଲୋଚନା ହୋଇଥିଲା। ମହାପ୍ରଭୂ ଙ୍କ ପହଣ୍ଡି କିଭଳି ଶୃଙ୍ଖଳିତ ଢଙ୍ଗରେ ହୋଇପାରିବ ସେ ନେଇ ମଧ୍ୟ ଆଲୋଚନା ହୋଇଥିଲା। ତେବେ ମହାପ୍ରଭୁ ଙ୍କ କାର୍ଯ୍ଯ କୁ ଶୃଙ୍ଖଳିତ ଭାବରେ କରିବା ପାଇଁ ଦଇତାପତି ସେବକ ସମ୍ପୂର୍ଣ ପ୍ରସ୍ତୁତ ରହିଚନ୍ତି। ଏହି ଭରସା ଆମେ ପ୍ରଶାସନ କୁ ଦେଇଛୁ। ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ନିଜ ପ୍ରତିକ୍ରିୟାରେ କହିଛନ୍ତି, ଆଗାମୀ ରଥଯାତ୍ରା କୁ ଶୃଙ୍ଖଳିତ ଭାବେ ଆୟୋଜନ ନେଇ ସବୁ ସେବାୟତ ବିଯୋଗ ସହ ଆଲୋଚନା କରାଯାଉଛି। ମହାପ୍ରଭୁ ଙ୍କ ଶୃଙ୍ଖଳିତ ନୀତି କାନ୍ତି ଓ ପହଣ୍ଡି ପ୍ରସଙ୍ଗ ରେ ମଧ୍ୟ ଦଇତାପତି ସେବକ ଙ୍କ ସହ ଆଲୋଚନା ହୋଇଛି। ଆମର ଆଶା ରହିଛି ମହାପ୍ରଭୁ ଙ୍କ କୃପାରୁ ରଥଯାତ୍ରା ସୁରୁଖୁରୁରେ ସମାପନ ହେବ।

Leave a Reply

Your email address will not be published. Required fields are marked *

You may have missed