October 17, 2026
Home » ସଫେଇ କର୍ମଚାରୀ ଜାତୀୟ କମିଶନ ଉପାଧ୍ୟକ୍ଷଙ୍କ ସମୀକ୍ଷା ବୈଠକ

ସଫେଇ କର୍ମଚାରୀ ଜାତୀୟ କମିଶନ ଉପାଧ୍ୟକ୍ଷଙ୍କ ସମୀକ୍ଷା ବୈଠକ

0
WhatsApp Image 2026-10-16 at 9.33.38 PM

ସଫେଇ କର୍ମଚାରୀଙ୍କ ସ୍ୱାର୍ଥ ସମ୍ବଳିତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା

ଭୁବନେଶ୍ୱର-:ସଫେଇ କର୍ମଚାରୀଙ୍କ ଜାତୀୟ କମିଶନ ଉପାଧ୍ୟକ୍ଷ ଶ୍ରୀ କୈଶବ ବିହାରୀ ଖୋର୍ଦ୍ଧା ଜିଲ୍ଲା ଗସ୍ତ କରି ଜିଲ୍ଲାରେ ସଫେଇ କର୍ମଚାରୀ ମାନଙ୍କ ବିଭିନ୍ନ ସମସ୍ୟା ଓ ଦାବି ସମ୍ପର୍କରେ ସମୀକ୍ଷା କରିଛନ୍ତି । ଭୁବନେଶ୍ୱରସ୍ଥିତ ଅନୁସୂଚିତ ଜାତି ଓ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ଅନୁଷ୍ଠାନ ଠାରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ଉପାଧ୍ୟକ୍ଷ ଶ୍ରୀ ବିହାରୀ ସଫେଇ କର୍ମଚାରୀ ମାନଙ୍କ ବିଭିନ୍ନ ସମସ୍ୟା, କାର୍ଯ୍ୟସ୍ଥଳରେ ସେମାନଙ୍କ ସୁରକ୍ଷା, ବିନା ସୁରକ୍ଷାରେ ସ୍ବେରେଜ ତଥା ମେହେନ୍ତର କାର୍ଯ୍ୟରୁ (Manual Scavenging) ନିବୃତ୍ତ ରହିବା ଆଦି ପ୍ରସଙ୍ଗ ଉପରେ ସେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିଥିଲେ । ଉକ୍ତ ବୈଠକରେ ଖୋରଧା ଜିଲ୍ଲା ପ୍ରଶାସନ, ଭୁବନେଶ୍ୱର ମହାନଗର ନିଗମର ଅଧିକାରୀ ଏବଂ ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ ।

ସଫେଇ କର୍ମଚାରୀମାନେ ସହର ମାନଙ୍କରେ ସ୍ୱଚ୍ଛତାରକ୍ଷା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବାରୁ ସେମାନଙ୍କ ସାମାଜିକ ଓ ଆର୍ଥିକ ସୁରକ୍ଷା ଉପରେ ବିଶେଷ ଧ୍ୟାନ ଦେବାକୁ ସେ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ । ଏଥିସହ ଠିକଣା ସମୟରେ ସେମାନଙ୍କୁ ନ୍ୟାର୍ଯ୍ୟ ପ୍ରାପ୍ୟ ପ୍ରଦାନ ଏବଂ ସାମାଜିକ ସୁରକ୍ଷା ପ୍ରଦାନ ନିମନ୍ତେ ସରକାରଙ୍କ ପକ୍ଷରୁ ଜାରି ଗାରିମା ଯୋଜନା ଭଳି ଅନ୍ୟାନ୍ୟ ସାମାଜିକ ସୁରକ୍ଷା ଯୋଜନାରେ ସାମିଲ କରିବା ଉପରେ ମଧ୍ୟ ଆଲୋଚନା ହୋଇଥିଲା । ଏ ସମ୍ପର୍କରେ ବିଭିନ୍ନ ସଂସ୍ଥାର ମତାମତ ମଧ୍ୟ ସେ ଲୋଡ଼ିଥିଲେ । ପରେ ସଫେଇ କର୍ମଚାରୀ ମାନଙ୍କ ସହ ସେମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ମଧ୍ୟ ଆଲୋଚନା କରିଥିଲେ ।

ଉକ୍ତ ବୈଠକରେ ଅନ୍ୟମାନଙ୍କ ସହ ଖୋରଧା ଜିଲ୍ଲାପାଳ ଶ୍ରୀ ଅମ୍ରିତ ଋତୁରାଜ, ଆରକ୍ଷୀ ଅଧିକ୍ଷକ ଶ୍ରୀ ପରମାର ସ୍ମିତ ପର୍ସତ୍ତମଦାସ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରତାପ ଚନ୍ଦ୍ର ବେଉରା, ବିଏମସି ଅତିରିକ୍ତ କମିଶନର ଶ୍ରୀ କୈଳାସ ଚନ୍ଦ୍ର ଦାସ, ଖୋରଧା ଉପଜିଲ୍ଲାପାଳ ଶ୍ରୀ ସ୍ୱସ୍ତିକ ସଂକଳ୍ପ ସାହୁ, ଭୁବନେଶ୍ୱର ଉପଜିଲ୍ଲାପାଳ ଶ୍ରୀ ମନୋରଞ୍ଜନ ସାହୁ, ଅତିରିକ୍ତ ଡିସିପି ଶ୍ରୀମତୀ ଆରତୀ ଗିରି, ଜିଲ୍ଲା ମଙ୍ଗଳ ଅଧିକାରୀ ଡଃ ଗୀତାଂଶୁ ମୋହନ ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *