December 30, 2025
Home » ସମାଜସେବୀ ଅଶୋକ ପରିଡାକନ୍ଧମାଳ ଜିଲା କୋର୍ଟରେ ସିଭିଲ ସହକାରୀ ସରକାରୀ ଓକିଲ ନିଯୁକ୍ତ

ସମାଜସେବୀ ଅଶୋକ ପରିଡାକନ୍ଧମାଳ ଜିଲା କୋର୍ଟରେ ସିଭିଲ ସହକାରୀ ସରକାରୀ ଓକିଲ ନିଯୁକ୍ତ

0
WhatsApp Image 2025-12-30 at 7.50.35 AM

ରାଜ୍ୟ ସରକାର ସରକାରୀ ଓକିଲ ନିଯୁକ୍ତି ବିଳମ୍ବରେ ଦେଇଥିବା ବେଳେ କନ୍ଧମାଳ ଜିଲାରେ ଷାଠିଏ ଜଣ ଆଇନଜୀବୀଙ୍କୁ ନିଯୁକ୍ତି ଦିଆଯାଇଛି। ଜିଲ୍ଲା କୋର୍ଟରେ ଚିଳିଶ ଜଣରୁ ଅଧିକ ଆଇନଜୀବୀଙ୍କୁ ନିଯୁକ୍ତି ଦିଆଯାଇଛି। ଏହି ଅବସରରେ କନ୍ଧମାଳ ଜିଲାର ବରିଷ୍ଠ ସାମାଜିକ କର୍ମୀ,ଜିଲା ସାମ୍ବାଦିକ ସଂଘର ସାଧାରଣ ସଂମ୍ପାଦକ ତଥା ପ୍ରେସ କ୍ଳବର କାର୍ଯ୍ୟକାରୀ ସଭାସତି ତଥା ଆଇନଜୀବୀ ଅଶୋକ ପରିଡା ସିଭିଲ ଜଜ ପ୍ରବେଶନଙ୍କ କେ।ର୍ଟରେ ସହକାରୀ ପିପି ଭାବେ ନିଯୁକ୍ତି ପାଇଛନ୍ତି।ଶ୍ରୀ ଅଶୋକ ପରିଡା 1999ମସିହାରେ ଆଇନ ଶିକ୍ଷା ସମାପ୍ତ କରିଥିବା ବେଳେ 1987ମସିହାରୁ ସମାଜ ସେବାରେ ନିୟେ।ଜିତ ଅଛନ୍ତି। ଶ୍ରୀ ପରିଡା ବାଣିଜ୍ୟରେ ମାଷ୍ଟର ଡିଗ୍ରୀ କରିବା ସହ ଜଣ୍ଣାଲିଜିମରେ ପୋଷ୍ଟ ଗ୍ରାଜୁଏଟ ଏବଂ ରୁରାଲ ଡେଭଲପମେଣ୍ଟରେ ପୋଷ୍ଟ ଗ୍ରାଜୁଏଟ କରିଛନ୍ତି। ଏହା ବ୍ୟତୀତ ସୋସିଆଲ ୱାର୍କ ଓ କ୍ରିମନାଲ ଜଷ୍ଟିସ ଉପରେ ଶିକ୍ଷା ଲାଭକରି ସମାଜ ସେବା କାର୍ଯ୍ୟ କରୁଛନ୍ତି। ସମାଜ ସେବା କ୍ଷେତ୍ରରେ ଉଲେଖନୀୟ ସେବାକାର୍ଯ୍ୟ କରି ଜିଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧିତ ହେବା ସହ, ରାଜ୍ୟ ସରକାରଙ୍କ ପକ୍ଷରୁ, ଓ ବିଭିନ୍ନ ଅନୁଷ୍ଠାନରୁ ବହୁବାର ସମ୍ମାନୀତ ହୋଇଛନ୍ତି।କନ୍ଧମାଳର ଜଣେ ନୀର୍ଭୀକ, ନିଷ୍ଠାପର ସମାଜସେବୀ ଭାବେ ଶ୍ରୀ ପରିଡାଙ୍କର ସୁନାମ ରହିଛି।ଆଇନ ସେବାରେ କନ୍ଧମାଳ ଜିଲାର ଜନତାଙ୍କୁ ନ୍ୟାୟ ପ୍ରଦାନ କରିବାରେ ସହଯୋଗ କରିବେ ବୋଲି ଆଶା। ସରକାରୀ ଓକିଲ ଭାବେ ନିଯୁକ୍ତି ମିଳିଥିବାରୁ ଶ୍ରୀ ପରିଡା ଜିଲାର ନେତୣମଣ୍ଡଳୀ, ସାଂସଦ, ବିଧାୟକ,ରାଜ୍ୟର ନେତୃତ୍ୱ ଓ ବିଭାଗୀୟ ପଦାଧିକାରୀ ସମସ୍ତଙ୍କୁ ଧନ୍ୟବାଦ ଞାପନ କରିଛନ୍ତି।

Leave a Reply

Your email address will not be published. Required fields are marked *