July 6, 2026
Home » ସମୁଦ୍ରରେ ଗାଧୋଇବା ବେଳେ ପର୍ଯ୍ୟଟକ ଆହତ; ପୁରୀ ପୋଲିସର ତ୍ୱରିତ ସହାୟତା

ସମୁଦ୍ରରେ ଗାଧୋଇବା ବେଳେ ପର୍ଯ୍ୟଟକ ଆହତ; ପୁରୀ ପୋଲିସର ତ୍ୱରିତ ସହାୟତା

0
WhatsApp Image 2026-07-05 at 8.37.26 PM

 

ଚୈତନ୍ୟ ଛକ ସମୁଦ୍ରତଟ ନିକଟରେ ଜଣେ ପର୍ଯ୍ୟଟକ ସମୁଦ୍ରରେ ଗାଧୋଉଥିବା ସମୟରେ ଅନ୍ୟ ଜଣେ ବ୍ୟକ୍ତି ଅସାବଧାନତାବଶତଃ ତାଙ୍କ ଉପରେ ପଡ଼ିଯିବାରୁ ସେ ଗୁରୁତର ଆହତ ହୋଇଥିଲେ। ଏହି ଦୁର୍ଘଟଣାରେ ଆହତ ପର୍ଯ୍ୟଟକଙ୍କ ଗୋଡ଼ ଭାଙ୍ଗିଯାଇଥିବା ଜଣାପଡ଼ିଛି। ଘଟଣା ସମ୍ପର୍କରେ ୧୧୨ ଜରୁରୀ ସେବାରେ କଲ୍ ମିଳିବା ପରେ PCR-୩ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଆହତ ବ୍ୟକ୍ତିଙ୍କୁ ପ୍ରାଥମିକ ସହାୟତା ପ୍ରଦାନ କରିଥିଲେ।

ପରବର୍ତ୍ତୀ ସମୟରେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଉନ୍ନତ ଚିକିତ୍ସା ପାଇଁ ପଠାଯାଇଥିଲା। ପୁରୀ ପୋଲିସ ସମସ୍ତ ପର୍ଯ୍ୟଟକଙ୍କୁ ସମୁଦ୍ରରେ ଗାଧୋଇବା ସମୟରେ ସତର୍କତା ଅବଲମ୍ବନ କରିବା ଏବଂ ଲାଇଫଗାର୍ଡ ଓ ପୋଲିସର ନିର୍ଦ୍ଦେଶାବଳୀ ପାଳନ କରିବାକୁ ଅନୁରୋଧ କରୁଛି।

Leave a Reply

Your email address will not be published. Required fields are marked *