ସମ୍ବିଧାନ ଦିବସରେ ୟୁଥ୍ ଆଇକନ୍ ଭାବେ ସମ୍ବର୍ଦ୍ଧିତ ହେଲେ ପ୍ଲାବନ ମହାପାତ୍ର l
ସୁବର୍ଣ୍ଣପୁର: ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଏବଂ ମେରା ଯୁବା ଭାରତ, ସୁବର୍ଣ୍ଣପୁର ଜିଲ୍ଲା ଶାଖା ପକ୍ଷରୁ ଆୟୋଜିତ ‘ବିକଶିତ ଭାରତ ଯୁବ ସମ୍ବାଦ’ କାର୍ଯ୍ୟକ୍ରମରେ ମହାନଦୀ ଧାରାର ପ୍ରତିଷ୍ଠାତା ତଥା ନିର୍ଦ୍ଦେଶକ ପ୍ଲାବନ ମହାପାତ୍ରଙ୍କୁ ‘ୟୁଥ୍ ଆଇକନ୍’ ଭାବେ ସମ୍ବର୍ଦ୍ଧିତ କରାଯାଇଛି। ସମାଜ ଗଠନ, ଯୁବପୀଢ଼ିଙ୍କ ମଧ୍ୟରେ ଶିକ୍ଷା, ସଂସ୍କାର ଓ ସାମାଜିକ ସଚେତନତାର ପ୍ରସାର ଦିଗରେ ତାଙ୍କର ଅବଦାନକୁ ସ୍ୱୀକୃତି ଦେଇ ଏହି ସମ୍ମାନ ପ୍ରଦାନ କରାଯାଇଛି।
ସୁବର୍ଣ୍ଣପୁରସ୍ଥିତ ଜିଲ୍ଲା ଶିକ୍ଷା ଓ ଶୈକ୍ଷିକ ତାଲିମ ଅନୁଷ୍ଠାନ (DIET)ର ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଭାରତୀୟ ସମ୍ବିଧାନର ମହତ୍ତ୍ୱ, ନାଗରିକଙ୍କ ସାମ୍ବିଧାନିକ ଅଧିକାର ଓ କର୍ତ୍ତବ୍ୟ ତଥା ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନରେ ଯୁବସମାଜର ଭୂମିକା ଉପରେ ଆଲୋଚନା ହୋଇଥିଲା।DIETର ଅଧ୍ୟକ୍ଷ ରାମଚନ୍ଦ୍ର ବାଗଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବରେ ଉପଜିଲ୍ଲାପାଳ ସୌମ୍ୟରୂପା ରଥ ଏବଂ ମୁଖ୍ୟ ବକ୍ତା ଭାବରେ ବରିଷ୍ଠ ଆଇନଜୀବୀ ଶ୍ୟାମାଓଁ ପ୍ରସାଦ ମିଶ୍ର ଯୋଗଦେଇ ସମ୍ବିଧାନର ମୂଳଭିତ୍ତି, ଭାରତରତ୍ନ ବାବା ସାହେବ ଡ. ବି.ଆର୍. ଆମ୍ବେଦକରଙ୍କ ଅବଦାନ ଏବଂ ଗଣତାନ୍ତ୍ରିକ ମୂଲ୍ୟବୋଧର ସୁରକ୍ଷା ଉପରେ ମତବ୍ୟକ୍ତ କରିଥିଲେ l ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
