ସଶକ୍ତ ନାରୀହଁ ଦେଶ ବିକାଶର ବିନ୍ଧାଣି
ନୀଳାଚଳ ନାରାୟଣ ସଂସ୍କୃତ ସ୍ନାତକ ମହାବିଦ୍ୟାଳୟରେ ଶକ୍ତିଶ୍ରୀ କାର୍ଯ୍ୟକ୍ରମରେ “ନାରୀ ସୁରକ୍ଷl ଓ ନାରୀ ଆତ୍ମରକ୍ଷl “ଶୀର୍ଷକ ସେମିନାର ଅନୁଷ୍ଠିତ ହୋଇଯାଇଅଛି l ଏହି କାର୍ଯ୍ୟକ୍ରମ ରେ ସଂଯୋଜିକା ତଥା ଅଧ୍ୟକ୍ଷl ମୀରାରାଣୀ ଖଣ୍ଡୁଆଳ ସଭାପତିତ୍ୱ କରି ଶକ୍ତିଶ୍ରୀ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କ ରେ ଅଭିଭାଷଣ ପ୍ରଦାନ କରିଥିଲେ l ପ୍ରାରମ୍ଭରେ ଛାତ୍ରୀ ମାନେ ଜାତୀୟ ସଂଗୀତ ଗାନ କରିବା ସହ ଜଗନ୍ନାଥ ଅଷ୍ଟକମ ଜ୍ଞାନ କରିଥିଲେ l ମୁଖ୍ୟ ଅତିଥି ରୁପେ ଶ୍ରୀ ଜଗନ୍ନାଥ ବେଦକର୍ମକାଣ୍ଡର ଅଧ୍ୟକ୍ଷl ପ୍ରାଧ୍ୟାପକ ଡ. ହରପ୍ରିୟା ଦାଶ ଯୋଗଦେଇ ଶକ୍ତି ସ୍ୱରୂପିଣୀ ଛାତ୍ରୀମାନଙ୍କର ତଥା ନାରୀ ଶକ୍ତିର ଜୟ ଗାନ କରି ନାରୀ ମାନଙ୍କର ସାମାଜିକ ସୁରକ୍ଷl ରାଷ୍ଟ୍ର ପାଇଁ ସୁରକ୍ଷl କବଚ ବୋଲି ମତବ୍ୟକ୍ତ କରିଥିଲେ l ମୁଖ୍ୟ ବକ୍ତା ରୁପେ ସ୍ନାତକ ମହାବିଦ୍ୟାଳୟର ପ୍ରାଧ୍ୟାପକ ଡ଼. ବଳରାମ ଦାଶ ଯୋଗ ଦେଇ ନାରୀ ମାନେ ସୁରକ୍ଷିତ ରହିବା ପାଇଁ ଯୁବସମାଜ ଯୁବ ସମାଜ ଜାଗ୍ରତ ରହିବା ଆବଶ୍ୟକ l

ନାରୀମାନେ ଶୃଙ୍ଖଳିତ ଓ ସଂସ୍କାରିତ ସହ ଉତ୍ତମ ଚରିତ୍ର ଗଠନରେ ବ୍ରତୀ ହେଲେ ଦେଶର ବିକାଶ ହୋଇ ପାରିବ ବୋଲି ଆଲୋକପlତ କରିଥିଲେ l ସମ୍ମାନିତ ଅତିଥି ରୁପେ ଶ୍ରୀ ଜଗନ୍ନାଥ ବେଦକର୍ମକାଣ୍ଡ ମହାବିଦ୍ୟାଳୟର ବ୍ୟାକରଣ ଅଧ୍ୟାପକ ଡ଼. ସୁସ୍ମନ୍ତ କୁମାର ଦ୍ବିବେଦୀ ଓ ବାଳିକା ଆତ୍ମା ସୁରକ୍ଷା ରକ୍ଷl ଶିବିର ର ସଂଯୋଜିକା ପୁଷ୍ପାଞ୍ଜଳି ମିଶ୍ର ଯୋଗଦେଇ ସମାଜରେ ନାରୀ ସୁରକ୍ଷlଓ ଆତ୍ମରକ୍ଷlର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ l ବାଳିକା ମାନଙ୍କୁ ଆତ୍ମରକ୍ଷl କୌଶଳର ଉପାୟ ସମ୍ପର୍କ ରେ ଅବଗତ କରାଯାଇଥିଲା l ସେମିନାରରେ ବିଜୟଲକ୍ଷ୍ମୀ ସାମନ୍ତରାୟ ପ୍ରଥସ୍ଥାନ,ଗୀତାଞ୍ଜଳି ମହାପାତ୍ର ଦିତ୍ୱୀୟ ସ୍ଥାନ, ରଶ୍ମିତା ମଲ୍ଲିକ ତୃତୀୟ ସ୍ଥାନ ଗ୍ରହଣ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ଶତାଧିକ ଛାତ୍ଛାତ୍ରୀ ଭାଗ ନେଇ ଥିଲେ l ଏହି ଶକ୍ତିଶ୍ରୀ କାର୍ଯ୍ୟକ୍ରମ ପ୍ରତି ମାସରେ ଅନୁଷ୍ଠିତ ହେବ l ଏହା ରାଜ୍ୟସରକାରଙ୍କର ସ୍ଥିରୀକୃତ କାର୍ଯ୍ୟକ୍ରମ l ଡ. ଶ୍ରୀନିବାସ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l
