ସାଂସ୍କୃତିକ ପରିଷଦ ଶଙ୍କରାଖୋଲ ରେ ୩୧ ବର୍ଷ ପୂର୍ତ୍ତୀ ମାଁ ଗଜଲକ୍ଷ୍ମୀ ପୂଜା

ଫୁଲବାଣୀ ଇ ପି ଏ କନ୍ଧମାଳ ଜିଲ୍ଲା ଫୁଲବାଣୀ ବିଧାନସଭା ନିର୍ବାଚନ ମଣ୍ଡଳୀ ଚକାପାଦ ବ୍ଲକ ଅର୍ନ୍ତଗତ ଶଙ୍କରାଖୋଲ ଗ୍ରାମପଞ୍ଚାୟତ ର ଶଙ୍କରାଖୋଲ ଠାରେ ୩୧ ବର୍ଷ ପୂର୍ତ୍ତି ଅବସରରେ ପ୍ରତିବର୍ଷ ଭଳି ଏହିବର୍ଷ ମଧ୍ୟ ବହୁତ ଆଡ଼ମ୍ବର ସାଜସଜ୍ଜା ବହୁ ସମାଗମ ଦୀର୍ଘ ଦିନ ଧରି ନାଚଗୀତ ସାମାଜିକ ନାଟକ, ଆଧ୍ୟାତ୍ମିକ ଓ ବେଦ ପ୍ରବଚନ, ବିଭିନ୍ନ ପ୍ରକାର ମୋନରଞ୍ଚନ କାର୍ଯ୍ୟକ୍ରମ ହାତକୁ ନେଇଛି ଶ୍ରୀ ଶ୍ରୀ ମାଁ ଗଜଲକ୍ଷ୍ମୀ ଯୁବକକ୍ରୀଡା ସାଂସ୍କୃତିକ ପରିଷଦ ଶଙ୍କରାଖୋଲ ପୂଜା କମିଟି।
ରବିବାର ସଂଧ୍ୟା ର ଦୃଶ୍ୟ ନଟରାଜ କଳା ମନ୍ଦିର ଫୁଲବାଣୀ ର ଶୁଭାରମ୍ଭ ରେ ମୂଖ୍ୟ ଅତିଥି ଭାବେ ଶଙ୍କରାଖୋଲ ଗ୍ରାମପଞ୍ଚାୟତ ର କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଦଇତାରୀ ପ୍ରଧାନ, ସମ୍ମାନିତ ଅତିଥି ଭାବେ ଶଙ୍କରାଖୋଲ ଲ୍ୟାମ୍ପସିଏସ,ଏମ.ଡି ଶ୍ରୀ ସୁଶାନ୍ତ କୁମାର ବେହେରା, ଅନ୍ୟତମ ସମ୍ମାନିତ ଅତିଥି ଭାବେ ରାଇକିଆ ନିୟନ୍ତ୍ରଣ ବଜାର କମିଟି ସଭାପତି ଶ୍ରୀ ଗୋବିନ୍ଦ ଅମାତ, ମାଁ ଗଜଲକ୍ଷ୍ମୀ ପୂଜା କମିଟି ଉପସଭାପତି ତଥା ସମିତି ସଭ୍ୟ ଶ୍ରୀ କିରାପ ପ୍ରଧାନ, ସଭାପତି ତଥା ପୂର୍ବତନ ସମିତି ସଭ୍ୟ ଶ୍ରୀ ବିଷ୍ଣୁ ଦିଗାଲ, ପୂର୍ବତନ ସରପଂଚ ତଥା ସମ୍ପାଦକ ଶ୍ରୀ ଚିତ୍ର ସେନ କହଁର, ଉପସଭାପତି ଶ୍ରୀ ଅଶୋକ ମଲିକ, ଉପସଭାପତି ଶ୍ରୀ ବିଷ୍ଣୁ ବଗର୍ତ୍ତି,ସହ ସମ୍ପାଦକ ଯୁବନେତା ଶ୍ରୀ ରାଜେଶ ପାଣିଗ୍ରାହୀ , ରାଜେଶ ଦିଗାଲ, ବାବୁଲା ବିଷୋୟୀ,ମଳୟ କୁମାର ବେହେରା,ନାଏବ ସରପଞ୍ଚ ବାଲେଶ୍ଵର କହଁର ପ୍ରମୁଖ ଯୋଗ ଦେଇ ବହୁଶାନ୍ତିଶୃଙ୍ଗଳା ସହ ଦୀର୍ଘ ଦିନ ମାଁ ଗଜଲକ୍ଷ୍ମୀ ପୂଜା ପାଳନ ହୋଇଥାଏ ଦିନକୁ ଦିନ ଦର୍ଶକଙ୍କ ଭିଡବଢିବାରେ ଲାଗିଛି।
ଟିକାବାଲି ଥାନା ଅଧିକାରୀ ପ୍ରଜ୍ଞାରୀତମ୍ଭରା କର ଙ୍କ ତତ୍ବାବଧାନରେ ପୋଲିସ ଶାନ୍ତି ଶୃଙ୍ଖଳା ରକ୍ଷା ପଇଁତରା ମାରୁଛି। ଶଙ୍କରାଖୋଲ ଶ୍ରୀ ଶ୍ରୀ ମାଁ ଗଜଲକ୍ଷ୍ମୀ ଯୁବକକ୍ରୀଡା ସାଂସ୍କୃତିକ ପରିଷଦ ୩୧ବର୍ଷ ମାଁ ଗଜଲକ୍ଷ୍ମୀ ପୂଜା ପାଳନ ବହୁ ଆଡମ୍ବର ସହିତ ନାଚଗୀତ ରେ ଦୁଲୁକିଲା ଶଙ୍କରାଖୋଲ।
ଇ ପି ଏ ରୁ କନ୍ଧମାଳ ଜିଲ୍ଲା ପ୍ରତିନିଧି ପ୍ରମୋଦ କୁମାର ନାୟକ ଙ୍କ ରିପୋର୍ଟ ଫୁଲବାଣୀ