ସାଗରପାଲି ରାବଣ ଦରବାର ର ତୃତୀୟ ସନ୍ଧ୍ୟା:
ଛଦ୍ମବେଶରେ ସୀତା ମାତାଙ୍କୁ ହରଣ କଲା ରାବଣ l
ସୁବର୍ଣ୍ଣପୁର:ସୁବର୍ଣ୍ଣପୁର ଜ଼ିଲ୍ଲା ସୋନପୁର ବ୍ଲକ ମଲ୍ଲିକମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ସାଗରପାଲି ଗ୍ରାମ ରେ ଶାରଦୀୟ ଦୁର୍ଗାପୂଜା ଉପଲକ୍ଷେ ଚାଲିଛି ରାବଣ ଦରବାର l ତୃତୀୟ ସନ୍ଧ୍ୟା ରେ ରାବଣ ମହାରାଜ ନଗର ପରିଭ୍ରମଣ କରି ଦରବାର କୁ ପହଞ୍ଚି ଥିଲେ l ମହାରାଜ ତାଙ୍କ ଆରାଧ୍ୟ୍ୟ ମହାଦେବ ଙ୍କୁ ବନ୍ଦନା କରି ରାଜସଭା କାର୍ଯ୍ୟ ଆରମ୍ଭ କରିଥିଲେ l ତୃତୀୟ ସନ୍ଧ୍ୟାରେ ରାମ ବନବାସ,ସୂର୍ପନଖା ର ନାଶା ଛେଦନ, ସୀତା ମାତାଙ୍କୁ ହରଣ ଆଦି ଚିତ୍ତାକର୍ଷକ ଦୃଶ୍ୟ ଦେଖି ଦର୍ଶକ ବିଭୋର ହୋଇ ପଡ଼ିଥିଲେ l ରାବଣ ଦରବାର ରେ ବିଭିନ୍ନ ସାଂକୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା l ମୀନାବଜାର ରେ ଲୋକଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା l ଏହି କାର୍ଯ୍ୟକ୍ରମ ରେ ସାଗରପାଲି ଦୁର୍ଗାପୂଜା କମିଟି ର ସମସ୍ତ ସଦସ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..
