July 2, 2025
Home » ସାପ୍ତାହିକ ଖବର କାଗଜ ଦକ୍ଷିଣାଞ୍ଚଳ ଏକ୍ସପ୍ରେସ ର ଉନ୍ମୋଚନ

ସାପ୍ତାହିକ ଖବର କାଗଜ ଦକ୍ଷିଣାଞ୍ଚଳ ଏକ୍ସପ୍ରେସ ର ଉନ୍ମୋଚନ

0
WhatsApp Image 2024-10-23 at 5.49.06 PM

ବୁଧବାର ସହିଦ ଲକ୍ଷ୍ମଣ ନାୟକ କମ୍ୟୁନିଟି ହଲ୍ ପରିସରରେ ବୃଧବାର ସାପ୍ତାହିକ ଖବର କାଗଜ ଦକ୍ଷିଣାଞ୍ଚଳ ଏକ୍ସପ୍ରେସ ଏବଂ ୱେବ୍ ଚ୍ୟାନେଲର ଲୋକାର୍ପଣ ଉତ୍ସବ ସମ୍ପାଦକ ମନୋଜ କୁମାର ସାହୁ ଓ ସହ ସମ୍ପାଦିକ ରୀନାରାଣୀ ସାହୁଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଅତିଥିରୂପେ ବରିଷ୍ଠ ବିଜେଡ଼ି ନେତା ସୁବାସ ମହାରଣା, ବରିଷ୍ଠ ବିଜେପି ନେତା କାହ୍ନୁ ଚରଣ ପତି, ବରିଷ୍ଠ ସାମ୍ବାଦିକ ଚନ୍ଦ୍ରଧ୍ୱଜ ସାହୁ, ଶକ୍ତିଧର ରାଜଗୁରୁ, ଅଭୟ ପାଢ଼ୀ ଓ ଅଶୋକ କୁମାର ବ୍ରହ୍ମା ପ୍ରମୁଖ ଯୋଗଦେଇଥିଲେ । ଜିଲ୍ଲା ସାମ୍ବାଦିକ ସଂଘ ଗଜାମର ସଭାପତି ସୁଦୀପ କୁମାର ସାହୁ ଏଥିରେ ଅଧ୍ୟକ୍ଷତା କରିଥିଲେ । ଏହି ଅବସରରେ ରଶ୍ମିତା ଦଳେଇ ଙ୍କ ପରିଚାଳନାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇ କଳାକାରମାନଙ୍କୁ ପୁରସ୍କୃତ କରାଯାଇଥିଲା। ଡାକ୍ତର ମନୋଜ କୁମାର ପାତ୍ର, ଅମର କୁମାର ଦାସ, ବନମାଳୀ ସାହୁ, ପିଣ୍ଟୁ ବେହେରା, ମଧୁସ୍ମିତା ଦାସ, ଇତିଶ୍ରୀ ପାତ୍ର, ସୁଭଦ୍ରା ଶୁକ୍ଳା, ଶିବାନୀ ସାହୁଙ୍କ ସମେତ ବହୁଗଣମାଧ୍ୟମ ବ୍ୟକ୍ତିତ୍ବ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଆଗାମୀ ଦିନରେ ଏହି ଖବର କାଗଜ ପାଠକମାନଙ୍କ ମଧ୍ୟରେ ଆଦୃତ ହେବ ବୋଲି ଏଠାରେ ସମ୍ପାଦକ ମନୋଜ ପ୍ରକାଶ କରିଥିଲେ।

ଇଷ୍ଟଣ୍ଣ ପ୍ରେସ ଏଜେନ୍ସି,

Leave a Reply

Your email address will not be published. Required fields are marked *