May 6, 2026
Home » ସାମନ୍ତରାୟ ଏକାଡେମୀ ର ସଫଳତା

ସାମନ୍ତରାୟ ଏକାଡେମୀ ର ସଫଳତା

0
WhatsApp Image 2026-05-05 at 12.37.04 PM

 

ସର୍ବ ଭାରତୀୟ ସ୍ତର ରେ ଟେରିଟୋରିଅଲ ଆର୍ମି ଅଫିସର ଚୟନ ରେ ପ୍ରଥମ ଚଉଦ କୃତି ପରୀକ୍ଷାର୍ଥୀ ଙ୍କ ମଧ୍ୟ୍ୟ ରେ ଓଡିଶା ର ସାଗର ଧଳ

ବ୍ରହ୍ମପୁର, ନିକଟରେ ପ୍ରକାଶ ପାଇଥିବା ଭାରତୀୟ ଟେରିଟୋରିଅଲ ଆର୍ମି ଅଫିସର ଚୟନ ର ସମସ୍ତ ଲିଖିତ, SSB ଓ ମେଡିକାଲ ପରୀକ୍ଷା ରେ ସଫଳତା ହାସିଲ କରି ଚୂଡାନ୍ତ ତାଲିକା ରେ ସର୍ବଭାରତୀୟ ସ୍ତର ରେ ଚଉଦ କୃତି ପରୀକ୍ଷାର୍ଥୀ ଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି ବ୍ରହ୍ମପୁର ସ୍ଥିତ ସାମନ୍ତରାୟ ଏକାଡେମୀ ର ଛାତ୍ର ସାଗର ଧଳ।ଏକାଡେମୀ ରେ ପ୍ରଶିକ୍ଷଣ ନେବା ବେଳେ ଅନେକ ପ୍ରତିଯୋଗିତା ମୂଳକ ପରୀକ୍ଷା ଦେଇ ଉଭୟ ସଫଳତା, ଅସଫଳତା ର ମିଶ୍ରିତ ଫଳ ଓକଠିଣ ପରିଶ୍ରମ କୁ ପାଥେୟ କରି ଏକାଡେମୀ ରେ ମିଳୁଥିବା ଉଚିତ ପ୍ରଶିକ୍ଷଣ ଓ ପ୍ରେରଣା ହିଁ ତାଙ୍କ ସଫଳତା ର ରହସ୍ୟ ବୋଲି ସେ ପ୍ରକାଶ କରିଛନ୍ତି। ସମ୍ୟକ ଅସଫଳତା ରେ ବିବ୍ରତ ନ ହୋଇ ଏକାଡେମୀ ର ମାର୍ଗଦର୍ଶନ ରେ ଧର୍ଯ୍ୟ ର ସହ ପ୍ରସ୍ତୁତି ଜାରି ରଖି ସଫଳତା ହାସିଲ କରିବାକୁ ସେ ଛାତ୍ର ଛାତ୍ରୀ ଙ୍କୁ ପ୍ରେରିତ କରିଥିଲେ। ଏହି ପରିପେକ୍ଷୀ ରେ ଏକାଡେମୀ ରେ ଏକ ସମ୍ବର୍ଦ୍ଧନା ସଭା ରେ ସାଗର ଙ୍କୁ ସମ୍ମାନିତ କରିବା ସହିତ ଉକ୍ତ ଫଳାଫଳ ଭାରତୀୟ ସେନା ରେ ଅଫିସର ପଦ ପାଇଁ ପ୍ରୟାସରତ ଛାତ୍ରଛାତ୍ରୀ ଙ୍କୁ ପ୍ରେରଣା ଯୋଗେଇବ ବୋଲି ପ୍ରକାଶ କରିଥିଲେ ଅନୁଷ୍ଠାନ ର ନିର୍ଦେଶକ ଶ୍ରୀ ଦେବେଶ ସାମନ୍ତରାୟ।

Leave a Reply

Your email address will not be published. Required fields are marked *