October 10, 2026
Home » ‘ସାମାଜିକ ଗଣମାଧ୍ୟମରେ ଉଦୀୟମାନ ଧାରା’ ଉପରେ ପ୍ରଥମ ଅଧିବେଶନ

‘ସାମାଜିକ ଗଣମାଧ୍ୟମରେ ଉଦୀୟମାନ ଧାରା’ ଉପରେ ପ୍ରଥମ ଅଧିବେଶନ

0
WhatsApp Image 2026-10-09 at 8.47.51 PM (1)

 

 

ଭୁବନେଶ୍ୱର,: ସାମାଜିକ ଗଣମାଧ୍ୟମରେ ଉଦୀୟମାନ ଧାରା, ଡିଜିଟାଲ୍‌ ସଂଚାରର ପରିବର୍ତ୍ତିତ ସ୍ୱରୂପ ଏବଂ ସରକାରୀ ସୂଚନାର ପ୍ରଭାବଶାଳୀ ପ୍ରସାର ସମ୍ପର୍କରେ ଓଡ଼ିଶା ସୂଚନା ସେବା (OIS) ଅଧିକାରୀମାନଙ୍କ ଦକ୍ଷତା ବୃଦ୍ଧି ଓ ବୃତ୍ତିଗତ ଅଭିଜ୍ଞତା ସମୃଦ୍ଧ କରିବା ଉଦ୍ଦେଶ୍ୟରେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ‘ସାମାଜିକ ଗଣମାଧ୍ୟମର ଉଦୀୟମାନ ଧାରା’ ଶୀର୍ଷକ ଏକଦିବସୀୟ ଦିଗ୍‌ଦର୍ଶନ କାର୍ଯ୍ୟକ୍ରମ ଭୁବନେଶ୍ୱରସ୍ଥିତ ଲୋକସେବା ଭବନ ସମ୍ମେଳନ କେନ୍ଦ୍ରଠାରେ ଆୟୋଜିତ ହୋଇଛି।

କାର୍ଯ୍ୟକ୍ରମର ପ୍ରଥମ ବୈଷୟିକ ଅଧିବେଶନରେ ପ୍ରେସ୍‌ ଇନ୍‌ଫର୍ମେସନ୍‌ ବ୍ୟୁରୋ (PIB), ଓଡ଼ିଶା ଅଞ୍ଚଳର ଅତିରିକ୍ତ ମହାନିର୍ଦ୍ଦେଶକ ଶ୍ରୀ ଅଖିଳ କୁମାର ମିଶ୍ର ଅଂଶଗ୍ରହଣକାରୀ ଓଡିଶା ସୂଚନା ଅଧିକାରୀମାନଙ୍କୁ ସାମାଜିକ ଗଣମାଧ୍ୟମରେ ଉଦୀୟମାନ ପ୍ରବୃତ୍ତି, ଡିଜିଟାଲ୍‌ ଯୋଗାଯୋଗର ପରିବର୍ତ୍ତିତ ସ୍ୱରୂପ ଏବଂ ସରକାରୀ ସୂଚନାର ବ୍ୟାପକ ପ୍ରସାର ସମ୍ପର୍କରେ ବୈଷୟିକ ମାର୍ଗଦର୍ଶନ ପ୍ରଦାନ କରିଥିଲେ।

ଜନସାଧାରଣଙ୍କ ସହ ଯୋଗାଯୋଗ ସ୍ଥାପନ କରିବା ସମୟରେ ଚିନ୍ତାଶୀଳ ଅଭିବ୍ୟକ୍ତି, ଦାୟିତ୍ୱବୋଧ ଏବଂ ଚିନ୍ତାଧାରାର ସ୍ପଷ୍ଟତା ଅତ୍ୟନ୍ତ ଜରୁରୀ ବୋଲି ସେ କହିଥିଲେ। ବିଶେଷକରି ସରକାରୀ ଯୋଜନା ଓ କାର୍ଯ୍ୟକ୍ରମର ପ୍ରଚାରପ୍ରସାର ଏବଂ ଜନସେବା ପ୍ରଦାନ କ୍ଷେତ୍ରରେ ଅଧିକାରୀମାନଙ୍କର ପ୍ରଭାବଶାଳୀ ଯୋଗାଯୋଗ ଦକ୍ଷତା ରହିବା ଆବଶ୍ୟକ ବୋଲି ସେ ମତବ୍ୟକ୍ତ କରିଥିଲେ।

ରାଜ୍ୟର ବିଭିନ୍ନସ୍ତରରେ ନିୟୋଜିତ ସୂଚନା ଅଧିକାରୀ ସରକାର ଓ ଜନସାଧାରଣଙ୍କ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ସେତୁ ଭାବେ କାର୍ଯ୍ୟ କରୁଛନ୍ତି। ତେଣୁ ପରିବର୍ତ୍ତିତ ଡିଜିଟାଲ୍‌ ପରିବେଶ ସହ ତାଳ ଦେଇ ସେମାନଙ୍କ ବୈଷୟିକ ଦକ୍ଷତା ବୃଦ୍ଧି, ଲୋକାଭିମୁଖୀ ସଂଚାର ଏବଂ ଜନସାଧାରଣଙ୍କ ସହ ଦ୍ୱିମୁଖୀ ଯୋଗାଯୋଗକୁ ସୁଦୃଢ଼ କରିବା ଏହି ଅଭିମୁଖୀକରଣ କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ।

Leave a Reply

Your email address will not be published. Required fields are marked *