ସାମ୍ବାଦିକ ଙ୍କ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନା ଅପରିବର୍ତ୍ତିତ ରଖିବାକୁ ଓଡିଶା ସାମ୍ବାଦିକ ସଂଘର ଦାବୀ ପୂରଣ ନହେଲେ ଆନ୍ଦୋଳନ ଚେତାବନୀ
ପାରାଦୀପ : : ରାଜ୍ୟର କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ପାଇଁ ପ୍ରଚଳିତ ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନା କୁ ଆୟୁସମାନ ଭାରତ ଯୋଜନାରେ ପରିବର୍ତ୍ତନ ନକରି ପୂର୍ବ ପରି ସ୍ୱତନ୍ତ୍ର ଭାବେ ଜାରି ରଖିବାକୁ ଓଡିଶା ସାମ୍ବାଦିକ ସଙ୍ଘ ଦାବୀ ରଖିଥିବା ବେଳେ ଓଜେୟୁ ପାରାଦୀପ ଶାଖା ଅତିରିକ୍ତ ଜିଲ୍ଲାପାଳ ଙ୍କ ଜରିଆରେ ଦାବୀ ଉପସ୍ଥାପନ କରିଛି। ଏନେଇ ସଙ୍ଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ତଥା ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ମୋହନ ଚରଣ ମାଝି ଙ୍କ ଉଦ୍ଦେଶ୍ୟ ରେ ପାରାଦୀପ ଅତିରିକ୍ତ ଜିଲ୍ଲାପାଳ ଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି।ତେବେ କାର୍ଯ୍ୟାଳୟ ରେ ଆଜି ଦିନ ୧୧ ଟା ସମୟରେ ପାରାଦୀପ ଅତିରିକ୍ତ ଜିଲ୍ଲାପାଳ ଡଃ ନିରଞ୍ଜନ ବେହେରାଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା।ଦାବିପତ୍ର ରେ ଦର୍ଶାଯାଇଛି ଯେ ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ପାଇଁ ପ୍ରଚଳିତ ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନା କୁ ଆୟୁସମାନ ଭାରତ ଯୋଜନା ରେ ପରିବର୍ତ୍ତନ କରାଯିବା ନେଇ ବିଭାଗୀୟ ପ୍ରକ୍ରିୟା ଚାଲିଥିବା ଜଣାପଡିଛି।ଏହା ସାମ୍ବାଦିକ ଙ୍କ ମହଲରେ ଦୁଃଖ ଓ କ୍ଷୋଭ ସୃଷ୍ଟି କରିଛି।ସଙ୍ଘ ପକ୍ଷରୁ ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନା କୁ ପୂର୍ବ ପରି ଅପରିବର୍ତିତ ରଖିବା ସହ ସାମ୍ବାଦିକ ମାନଙ୍କ ପିତାମାତାଙ୍କୁ ମଧ୍ୟ ଏହି ବୀମା ଯୋଜନାରେ ସାମିଲ କରିବାକୁ ଦାବୀ କରାଯାଇଛି।ସରକାର ଏହି ଯୋଜନା କୁ ଆୟୁସମାନ ଭାରତ ଯୋଜନାରେ ପରିବର୍ତ୍ତନ କରିବାର ପ୍ରୟାସ କୁ କାର୍ଯ୍ୟରତ ସାମ୍ବାଦିକ ମାନେ ନିନ୍ଦା କରିବା ସହିତ ଏଥିରୁ ଓହରି ତୁରନ୍ତ ପୂର୍ବ ପରି ସ୍ଵତନ୍ତ୍ର ଭାବେ ଯୋଜନା କୁ ଚାଲୁ ନରଖିଲେ ଓଡିଶା ସାମ୍ବାଦିକ ସଙ୍ଘ ପକ୍ଷରୁ ସାରା ରାଜ୍ୟରେ ଆନ୍ଦୋଳନ କରାଯିବ ବୋଲି ଓଜେୟୁ ପାରାଦୀପ ଶାଖା ପକ୍ଷରୁ ଚେତାବନୀ ଦିଆଯାଇଛି।ତେବେ ଓଜେୟୁ ପାରାଦୀପ ଶାଖା ସଭାପତି କର୍ମେଶ୍ବର ସ୍ୱାଇଁ ଙ୍କ ନେତୃତ୍ୱରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୁରେନ୍ଦ୍ର ବିଶ୍ୱାଳ, ଉପଦେଷ୍ଟା ଅଜିତ ଦାସ, ପାରାଦୀପ ଶାଖା ସମ୍ପାଦକ ସମୀର କୁମାର ମହାନ୍ତି, କାର୍ଯ୍ୟକାରୀ ସଭାପତି ଆଲୋକ ମହାପାତ୍ର, ଉପସଭାପତି ପ୍ରଶାନ୍ତ ଦାଶ , ବସନ୍ତ କୁମାର ସାହୁ, ବଟକୃଷ୍ଣ ଦାସ, ଜିତେନ୍ଦ୍ର ସାହୁ, ରାଜଦିପ ବିଶ୍ୱାସ, ପୁରୁଷୋତ୍ତମ ଶତପଥୀ, ବିରଜା ସେଠୀ, ନାରାୟଣ ବେହେରା, ବିରଜା ତ୍ରିପାଠୀ, ଲାଲା ବିନୟ କୁମାର ରାଏ, ପ୍ରଶାନ୍ତ ସ୍ୱାଇଁ, ଶୁଭ୍ରାଂଶୁ ଶେଖର ପୃଷ୍ଟି, ସଂଗ୍ରାମ ରାଉତ ଓ ହିମାଂଶୁ ଭୂଷଣ ନାୟକ ପ୍ରମୁଖ ଉପସ୍ଥିତ ହୋଇ ଅତିରିକ୍ତ ଜିଲ୍ଲାପାଳ ଡଃ ବେହେରାଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ।
prasanta dash nka report
