ସିଆରସିସି ଙ୍କ ମନମୁଖୀ ଶାସନ: ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧକାର ଆଡ଼କୁ ଗତି କରୁଛି ।।
ଛତ୍ରପୁର: ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ୍ ବ୍ଲକ୍ ଅନ୍ତର୍ଗତ ବାରେଶ୍ୱର୍ ମନ୍ଦିର ପାର୍ଶ୍ୱରେ ଅଫିସରରାଜ୍ ଚାଲିଥିବା ସାଧାରଣରେ ଅଭିଯୋଗ ହୋଇଛି । ଉକ୍ତ ଫୋଟୋ ସୋସିଆଲ ମିଡ଼ିଆରେ ମଧ୍ୟ ଭାଇରାଲ ହୋଇଛି । ଯାହା ଦେଖାଉଥିବା ସିଆରସିସି ପ୍ରଶାନ୍ତ ସେଠୀ ସ୍ୱେଚ୍ଛାକୃତ ଭାବେ ଜନଗଣନା କାର୍ଯ୍ୟକ୍ରମ ନିୟମକୁ ସମ୍ପୂର୍ଣ୍ଣ ଉଲଂଘନ କରି ଶିକ୍ଷକମାନଙ୍କୁ ଡାକି ଭୋଜି ଆସର ଜମାଇ ସେଥିରେ ମସଗୁଲ୍ ହୋଇଯାଇଛନ୍ତି । ନିଜ ସ୍କୁଲ କୁ ଦୀର୍ଘ ୨ ବର୍ଷ ହେବ ସେ ଯାଉନାହାନ୍ତି ବୋଲି ବିଭିନ୍ନ ମହଲରେ ମତପ୍ରକାଶ ପାଉଛି । ପୂର୍ବରୁ ପ୍ରଶାନ୍ତ ସେଠୀ ଙ୍କ ନାମରେ ସିଆରସିସି ହେବା ଠାରୁ ନିଜ ବିଦ୍ୟାଳୟ ପାଳଧୁଆପଲ୍ଲୀ ପ୍ରାଥମିକ ବିଦ୍ୟାଳୟ କୁ ନ ଯାଇ ସାଙ୍ଗ ସାଥୀମାନଙ୍କ ସହ ଭୋଜି ଭାତ ର ଆସର କରୁଛନ୍ତି ବୋଲି ସାଧାରଣରେ ଆଲୋଚନା ହେଉଅଛି । ସିଆରସିସି ଆଜ୍ଞା ସବୁବେଳେ ମଜାମଜଲିସ କରି ଇତସ୍ତତଃ ହୋଇ ବୁଲୁଛନ୍ତି । ରାଜ୍ୟସରକାର ଙ୍କ ପକ୍ଷରୁ ନିଜ ସ୍କୁଲ ରେ ୧୫ ଦିନ ତଥା କ୍ଲଷ୍ଟର୍ ସ୍ତରୀୟ ସ୍କୁଲ ରେ ଡେମୋ କ୍ଲାସ ଦେବାକଥା ଯାହା ଶିକ୍ଷକତା ଏବଂ ଶିକ୍ଷା ବିଭାଗର କାର୍ଯ୍ୟରେ ସେ ସମ୍ପୂର୍ଣ୍ଣ ଅବହେଳା କରୁଥିବା ସ୍ୱଷ୍ଟ ହୋଇଛି । ନିଜ ଦାୟିତ୍ୱ ନିର୍ବାହ ଓ କର୍ତ୍ତବ୍ୟ ପାଳନରେ ଉଲଂଘନ କରୁଥିବା ଅଭିଯୋଗ ହେଉଅଛି । ଚିଠିପତ୍ର ଆଣିବା ପାଇଁ ଶିକ୍ଷକମାନଙ୍କୁ ବ୍ଯବହାର କହୁଛନ୍ତି । ଶିକ୍ଷକ ମାନଙ୍କୁ ଡାକି ବ୍ଲକ୍ ସ୍ତରୀୟ ପୁସ୍ତକ ବଣ୍ଟନ, ତଥା ଶିକ୍ଷକମାନଙ୍କ ଜାଲି ଦସ୍ତଖତ କରି ୟୁ.ସି. ଦେଉଛନ୍ତି ବୋଲି କୁହାଯାଏ ।ଉପୋରୋକ୍ତ ସମସ୍ତ କାର୍ଯ୍ଯ ଦ୍ୱାରା ପିଲାଙ୍କ ଶିକ୍ଷଣ ସମ୍ବଳ ଓ ଶିକ୍ଷାଦାନ କାର୍ଯ୍ୟରେ ସାର୍ ଙ୍କ ପୂର୍ଣ୍ଣ ଅବହେଳା ପ୍ରଦର୍ଶନ ରହିଥିବା ଅଭିଯୋଗ ଆସିଛି । ଯାହା ବହୁ ପୂର୍ବରୁ ଅଭିଯୋଗ ହୋଇଆସିଥିଲେ ମଧ୍ୟ ଶିକ୍ଷା ଅଧିକାରୀ ତଥା ଉଚ୍ଚ କର୍ତ୍ତୃପକ୍ଷ କାର୍ଯ୍ୟନୁଷ୍ଠାନ ଗ୍ରହଣ କରି ନାହାଁନ୍ତି । ତେଣୁ ଶିକ୍ଷା ବିଭାଗରେ ଏବଂ ବିଭିନ୍ନ ମହଲରେ ସାଧାରଣରେ ଅସନ୍ତୋଷ ଦେଖା ଦେଇଛି ।ପ୍ରକାଥାଉକି, ଶୁକ୍ରବାର ମଧ୍ୟ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ଜନଗଣନା ପାଇଁ ପ୍ରଶାସନ ବହୁ ସଚେତନ ଶିବିର ର ଆୟୋଜନ କରାଇ ଯଥା ଶୀଘ୍ର ଜନଗଣନା କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ଜିଲ୍ଳା ପ୍ରଶାସନ ପକ୍ଷରୁ କୁହାଯାଇଥିବା ବେଳେ ସିଆରସିସି ବାବୁ ମନମୁଖୀ କାର୍ଯ୍ୟ କରି ନିଜର ପତିଆରା ପ୍ରଦର୍ଶନ କରିସାର୍ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଡାକି ଭୋଜି ଭାତରେ ସାମିଲ କରାଇ ପାର୍ଟି କରି ମଉଜ ମଜଲିସ କରିବାରେ ବ୍ୟସ୍ତ ଅଛନ୍ତି । ତେଣୁ ବିଭିନ୍ନ ମହଲରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତ ଅନ୍ଧକାର ଆଡ଼କୁ ଗତି କରୁଛି । ଯାହାକି ସଧାରଣ ଲୋକ ଅଭିଯୋଗ କାହାକୁ କରିବାରେ ସାହସ କରିପାରୁନାହାନ୍ତି । । ତେଣୁ ଶିକ୍ଷା ବିଭାଗ ତରଫରୁଉଚ୍ଚ କର୍ତ୍ତୃପକ୍ଷ ତଥା ଗଞ୍ଜାମ ଜିଲ୍ଲାପାଳ ଏଦିଗରେ ଧ୍ୟାନ ଦେଇ ଉକ୍ତ ସିଆରସିସି ବାବୁ ମନମୁଖୀ କାର୍ଯ୍ୟ ଉପରେ ଅନୁସନ୍ଧାନ କରି ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ ଅବା ତାଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ସାଧାରଣରେ ଦାବୀ ହେଉଛି ।।
chatrapur epa ru muna behera nka report
