November 12, 2026
Home » ସୁନ୍ଦର୍ ପର୍ଯ୍ୟଟନ ସ୍ଥଳୀ କରାଯିବ ବାଙ୍କୀ ମୁହାଣ

ସୁନ୍ଦର୍ ପର୍ଯ୍ୟଟନ ସ୍ଥଳୀ କରାଯିବ ବାଙ୍କୀ ମୁହାଣ

0
WhatsApp Image 2026-11-11 at 5.21.27 PM

ବଦଳିବ ପୁରୀ ବେଳାଭୁମି ବାଙ୍କୀ ମୁହାଣର ଦୃଶ୍ୟପଟ। ଶ୍ରୀଜଗନ୍ନାଥଙ୍କ କିମ୍ବଦନ୍ତୀ ସହ ଯୋଡ଼ି ହୋଇଥିବା ବାଙ୍କି ମୁହାଣ କୁ ଏକ ସୁନ୍ଦର୍ ପର୍ଯ୍ୟଟନ ସ୍ଥଳୀ କରାଯିବ। ପୁରୀ କୁ ଆସୁଥିବା ପର୍ଯ୍ୟଟକ ଙ୍କୁ ଐତିହ୍ୟ ସହ ଯୋଡ଼ି ସାମୁଦ୍ରିକ ବେଳାଭୂମିର ମଜା ନେବାରେ ବ୍ୟବସ୍ଥା କରାଯିବ। ବେଳାଭୂମି ର ଉନ୍ନତିକରଣ ସହ ଏକ ବାଲୁକା ଚିତ୍ର କଳା ପାର୍କ ନିର୍ମାଣ କରାଯିବ। ସାମୁଦ୍ରିକ ଜଳ କ୍ରୀଡ଼ା ଠାରୁ ଆରମ୍ଭ କରି ଏଡଭେଞ୍ଚର ଗେମ୍, ଚିଲ୍ଡରେନ ପାର୍କ ରହିବ। ଏହି ପ୍ରକଳ୍ପ ପାଇଁ ୧୫ କୋଟି ଟଙ୍କା ର ଯୋଜନା ହୋଇଛି। ମାଷ୍ଟର ପ୍ଲାନ୍ ଲାଗି ଡିପିଆର ପ୍ରସ୍ତୁତ କରିବାକୁ ଟେଣ୍ଡର ହୋଇଛି।

ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ ତଥା ଓଟିଡିସି ପକ୍ଷରୁ ଏ ନେଇ ପ୍ରାରମ୍ଭିକ ପ୍ରକ୍ରିୟା ଆରମ୍ଭ ହୋଇଛି। ପୁରୀ ଜିଲ୍ଲାପାଳ, ପୁରୀ ମହାନଗର ନିଗମର କମିଶନର, ବରିଷ୍ଠ ପ୍ରଶାସନିକ ଅଧିକାରୀ ମାନେ ପ୍ରକଳ୍ପ ସ୍ଥଳକୁ ଯାଇ ପ୍ରୋଜେକ୍ଟ ସଂପର୍କରେ ସମୀକ୍ଷା କରିଛନ୍ତି। ବାଙ୍କୀ ମୁହାଣ ଉନ୍ନତିକରଣ ସହିତ ବାଲୁକା କଳା ପାର୍କ ସାଜୀବ ମୁଖ୍ୟ ଆକର୍ଷଣ। ବାଲୁକା କଳା ପାର୍କ ନିର୍ମାଣ ପାଇଁ ୨୨ କୋଟି ଟଙ୍କା ଖର୍ଚ୍ଚ ହେବ। ୨ ରୁ ୩ ଏକର ଜାଗାରେ ଏହି ପାର୍କ ନିର୍ମାଣ ହେବ । ଏଥି ସହ ବାଙ୍କୀ ମୁହାଣ ରୁ ସହର ର ବର୍ଯ୍ୟଜଳ କିଭଳି ବିଶୋଧନ କରାଯାଇ ସମୁଦ୍ରକୁ ଛଡାଯିବ ସେ ନେଇ ନୂତନ ରୂପରେଖ ନେଇ ସମୀକ୍ଷା କରିଛନ୍ତି ପୁରୀ ଜିଲାପାଳ ଓ ପୁରୀ ମହାନଗର ନିଗମ କମିଶନର।

ପୁରୀ ପୌରପାଳିକା ର ପୂର୍ବତନ ନଗରପାଳ ଗୌରହରି ପ୍ରଧାନ କହିଛନ୍ତି, ପୁରୀ କୁ ଏବେ ବହୁତ ପରିମାଣର ପର୍ଯ୍ୟଟକ ଓ ତୀର୍ଥ ଯାତ୍ରୀ ଙ୍କ ଆଗମନ ବୃଦ୍ଧି ପାଇଛି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ଓ ବେଳାଭୂମିରେ ବୁଲାବୁଲି କରିବା ଛଡା ପୁରୀ ରେ ଅନ୍ୟ କୌଣସି ମନୋରଞ୍ଜନ ବ୍ୟବସ୍ଥା ନାହିଁ। ତେବେ ପର୍ଯ୍ୟଟକ ଙ୍କ ମନୋରଞ୍ଜନ ପାଇଁ ବାଙ୍କୀ ମୁହାଣ ବେଳାଭୂମିର ବିକାଶ ପ୍ରକଳ୍ପ ନିଶ୍ଚିତ ସ୍ୱାଗତଯୋଗ୍ୟ। ବାଙ୍କୀ ମୁହାଣ ର ଏକ ଐତିହାସିକ କିମ୍ବଦନ୍ତୀ ରହିଛି । ସେଠାରେ ମହାପ୍ରଭୁଙ୍କ ଦାରୁ ଲାଗିଥିବା ନେଇ କିମ୍ବଦନ୍ତୀ ରହିଛି। ଏଣୁ ଏହାକୁ ଦୃଷ୍ଟି ଦେଇ ସେଠାରେ ଥିବା ବିଚ୍ କୁ ଉନ୍ନତିକରଣ କରାଯାଉ। ଏହା ଦ୍ବାରା ପୁରୀ ଆସୁଥିବା ପର୍ଯ୍ୟଟକ ଓ ଶ୍ରଦ୍ଧାଳୁ ମାନେ ଉକ୍ତ ଐତିହ୍ୟ ସ୍ଥଳୀ ଦେଖିବା ସହ ପର୍ଯ୍ୟଟକ ଙ୍କ ଆଗମନ ବୃଦ୍ଧି ପାଇବ। ସେଠାରେ ଏକ ବାଲୁକା କଳା ପାର୍କ ନିର୍ମାଣ ପାଇଁ ସରକାର ଯୋଜନା କରିଛନ୍ତି। ଏହା ବହୁତ ସ୍ୱାଗତଯୋଗ୍ୟ ପଦକ୍ଷେପ। ପୁରୀ ର ବାଲୁକା ଚିତ୍ର କଳା ସାରା ବିଶ୍ୱରେ ପ୍ରସିଦ୍ଧି ଲାଭ କରିଛି। ଏହି ପାର୍କ ନିର୍ମାଣ ହେଲେ ବାଲୁକା ଚିତ୍ର କଳା ବିଷୟରେ ଅନେକ ପର୍ଯ୍ୟଟକ ଅନେକ କଥା ଜାଣିପାରିବେ। ଯେତେ ପ୍ରକଳ୍ପ ପର୍ଯ୍ୟଟନ ପାଈଁ ହେବ ଆମେ ତାହାକୁସ୍ୱାଗତ କରିବୁ ।ଚକ୍ରତୀର୍ଥ ବେଳାଭୂମି, ନିଳାଦ୍ରୀ ବିଚ୍ଓ ପ୍ରସ୍ତାବିତ ବାଲୁକା କଳା ପାର୍କକୁ ବାଙ୍କି ମୁହାଣ ବେଳାଭୁମି ସହ ସଂଯୋଗ କରାଯାଇ ପର୍ଯ୍ୟଟକ ଙ୍କୁ ଏକ ବିସ୍ତୀର୍ଣ୍ଣ ଅବସର ବିନୋଦନ ସ୍ଥଳୀ ଭାବେ ପ୍ରସ୍ତୁତ କରାଯିବ। ସମ୍ପ୍ରତି ଆସୁଥିବା ବର୍ଯ୍ୟଜଳ କୁ ବିଶୋଧନ କରିବା ପାଇଁ ୱାଟକୋ ପକ୍ଷରୁ ଏକ ବୃହତ୍ ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ ପ୍ରକଳ୍ପ ହେବାକୁ ଯାଉଛି। କିମ୍ବଦନ୍ତୀ ଅନୁସାରେ ଅତୀତରେ ବାଙ୍କୀ ମୁହାଣ ରେ ହିଁ ମହାପ୍ରଭୁଙ୍କ ଦାରୁ ଭାସି ଆସି ଲାଗିଥିଲା। ମାତ୍ର ସମ୍ପ୍ରତି ଉକ୍ତ ସ୍ଥାନଟି ପୁରୀ ସହର ର ବର୍ଜ୍ୟକଳ ନିଷ୍କାସନ ପଥ ପାଲଟିଛି। ତେଣୁ ଏହାର ଇତିହାସ ସଂପର୍କରେ ପର୍ଯ୍ୟଟକ ଙ୍କୁ ଅବଗତ କରାଇବା ପାଇଁ ଶବ୍ଦ ଆଲୋକର ପ୍ରଦର୍ଶନୀ ବ୍ୟବସ୍ଥା କରାଯିବ। ଏଥି ସହ କଳା ଓ ଐତିହ୍ୟ ପ୍ରଦର୍ଶନୀ ସ୍ଥଳ, କାର୍ଯ୍ୟକ୍ରମ ଆୟୋଜନ ପାଇଁ ମଞ୍ଚ ନିର୍ମିତ ହେବ।

ପୁରୀ ର ବାସିନ୍ଦା ବୁଦ୍ଧିଜୀବୀ ହେକ୍ଟର ମିଶ୍ର କହିଛନ୍ତି, ବାଙ୍କୀ ମୁହାଣ ବେଳାଭୂମିର ଉନ୍ନତି କରଣ ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ତେବେ ବାଙ୍କୀ ମୁହାଣ ନିକଟ ରେ ଥିବା ଚକ୍ରତୀର୍ଥ ବେଳାଭୁମି ଅବସ୍ଥା ଏବେ ଶୋଚନିୟ ଅବସ୍ଥାରେ ରହିଛି। ଗତ ୨ ବର୍ଷ ତଳେ କୋଟି କୋଟି ଟଙ୍କାରେ ସୁନ୍ଦର ପାର୍କ ନିର୍ମାଣ ହେବା ସହ ଅନେକ ଉନ୍ନତି ମୂଳକ କାର୍ଯ୍ୟ ହେଲା। ହେଲେ ସେହି ପାର୍କ ଆଜି ପର୍ଯ୍ୟନ୍ତ ପର୍ଯ୍ୟଟକ ଙ୍କ ପାଈଁ ଖୋଲା ହୋଇପାରିଲା ନାହିଁ। କୋଟି କୋଟି ଟଙ୍କା ର ସାମଗ୍ରୀ ଏବେ ଖତ ଖାଉଛି। ଏଣୁ କେବଳ ପ୍ରକଳ୍ପ ପରେ ପ୍ରକଳ୍ପ କଲେ ହେବ ନାହିଁ। ଏହି ପ୍ରକଳ୍ପ ର ସୁପରିଚାଳନା ପାଇଁ ବ୍ୟବସ୍ଥା ହେବାର ଆବଶ୍ୟକତା ରହିଛି। ଆଜି ପର୍ଯ୍ୟନ୍ତ ସୁଭାଷ ବୋଷ ଙ୍କ ବାସଗୃହ କୁ ନେଇ ହୋଇଥିବା ନେତାଜୀ ମ୍ୟୁଜିଅମ ଖୋଲା ହୋଇପାରୁନି। ଏପଟେ ବାଲୁକା କଳା ପାର୍କ ନିର୍ମାଣ କଥା କୁହାଯାଉଛି। ଏଣୁ ପ୍ରକଳ୍ପ କେବଳ କାଗଜକଲମରେ ନ ହୋଈ ବାସ୍ତବରେ କାର୍ଯ୍ୟକରିତା ହେଉ। ଏହା ଦ୍ବାରା ସମସ୍ତେ ଉପକୃତ ହୋଇପାରିବେ। ଅଠରନଳା ର ସୌନ୍ଦର୍ଯ୍ୟ କରଣ କାର୍ଯ୍ୟ ପାଇଁ ଦୀର୍ଘ ୧୦ ବର୍ଷ ରୁ ଅଧିକ ହେବ ଏକାଧିକ ପ୍ରକଳ୍ପ ହେଲାଣି। ହେଲେ କାର୍ଯ୍ଯ ଶୁନ୍। ଆମେ ସରକାର ଅନୁରୋଧ କରୁଛୁ ପର୍ଯ୍ୟଟନ ବିକାଶ ପାଇଁ ଯେଉଁ ପ୍ରକଳ୍ପ ହାତକୁ ନିଆଯାଇଛି ସେହି ପ୍ରକଳ୍ପ ନିର୍ଦ୍ଧାରିତ ସମୟରେ ଶେଷ କରାଯାଉ। ପୁରୀ ରେ ଥିବା ବିଭିନ୍ନ ବେଳାଭୂମିକୁ ଗୋଟିଏ ସୁଦୀର୍ଘ ବେଳାଭୂମି କରାଯାଉ।ଆଲୋକିକରଣ, ବେଳାଭୁମି ପରିକ୍ରମା ପଥ, ସୁଚନା ଫଳକ, ଶୌଚାଳୟ, ପାନୀୟ ଜଳ ବ୍ୟବସ୍ଥା, ପର୍ଯ୍ୟଟକ ଙ୍କ ବସିବା ଲାଗି ବ୍ୟବସ୍ଥା, ବିଶ୍ରାମସ୍ଥଳୀ, ପାର୍କିଂ ବ୍ୟବସ୍ଥା, ବରିଷ୍ଠ ନାଗରିକ, ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗ ପାଈଁ ସୁଗମ ଯାତାୟାତ ବ୍ୟବସ୍ଥା କରାଯିବ । ପୁରୀ କୁ ଆସୁଥିବା ପର୍ଯ୍ୟଟକ ଙ୍କୁ ବେଳାଭୁମି ରେ ଏକ ନିଆରା ଅନୁଭୂତି ପ୍ରଦାନ ପାଇଁ ବେଳାଭୁମି ପର୍ଯ୍ୟଟନ ଭିତ୍ତିଭୂମୀ କୁ ବିକାଶ ପାଇଁ ରାଜ୍ଯ ସରକାର ଙ୍କ ଲକ୍ଷ୍ୟ ରହିଛି।ପୁରୀ ଜିଲାପାଳ ଦିବ୍ୟଜ୍ୟୋତି ପରିଡା କହିଛନ୍ତି, ପୁରୀ ବେଳାଭୂମିର ବାଙ୍କୀ ମୁହାଣ ର ଉନ୍ନତି ପାଇଁ ଯୋଜନା କରାଯାଇଛି। ପର୍ଯ୍ୟଟକ ଙ୍କ ମନୋରଞ୍ଜନ ପାଇଁ ସବୁ ଅତ୍ୟାଧୁନିକ ଆନୁଷଙ୍ଗିକ ବ୍ୟବସ୍ଥା କରାଯିବ। ୱାଟର ସ୍ପୋର୍ଟସ ବ୍ୟବସ୍ଥା, ପର୍ଯ୍ୟଟକ ଙ୍କ ବସିବା ପାଇଁ ବ୍ୟବସ୍ଥା, ଶୌଚାଳୟ, ଚିଲ୍ଡରେନ ପାର୍କ କରାଯିବ। ପୁରୀ କୁ ଆସୁଥିବା ପର୍ଯ୍ୟଟକ ମାନେ ସେଠାରେ ଭଲ ଅନୁଭୂତି ପାଇବେ। ନିକଟ ରେ ଥିବା ଚକ୍ରତୀର୍ଥ ମନ୍ଦିର ପଛରେ ଥିବା ସ୍ଥାନକୁ ମଧ୍ୟ ଉନ୍ନତି କରାଯାଇ ପର୍ଯ୍ୟଟକ ଙ୍କ ପାଈଁ ଏକ ଅନୁକୂଳ ସ୍ଥାନ କରାଯିବ।

Leave a Reply

Your email address will not be published. Required fields are marked *