ସୁବର୍ଣ୍ଣପୁର ବାଳାଶ୍ରମ ଝିଅ ରାଜ୍ୟସ୍ତର ରେ ପୁରସ୍କୃତ
ସୁବର୍ଣ୍ଣପୁର — ଶିଶୁ ଯତ୍ନ ଅନୁଷ୍ଠାନ ଓ ବାଳାଶ୍ରମ ମାନଙ୍କର ଅଧିବାସୀ ମାନଙ୍କୁ ନେଇ କଳିଙ୍ଗ ଷ୍ଟାଡିୟମ୍ ରେ ଆୟୋଜିତ ରାଜ୍ୟ ସ୍ତରୀୟ ଶିଶୁ ମହୋତ୍ସବ ମହକ ଉତ୍ସାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସର ରେ ଆୟୋଜିତ ରାଜ୍ୟ କେରମ୍ ପ୍ରତିଯୋଗିତା ରେ ସୁବର୍ଣ୍ଣପୁର ଉତ୍କଳ ବାଳାଶ୍ରମ ର ଝିଅ ଝିଲି ଥନାପତି ସାରା ରାଜ୍ୟ ରେ ଦ୍ୱିତୀୟ ସ୍ଥାନ ରେ ପୁରସ୍କୃତ ହୋଇଛନ୍ତି। ଏହି ଅବସରରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଦେବାଶିଷ ସିଂ ଆଜି ଝିଲି ଥନାପତି କୁ ପୁଷ୍ପଗୁଚ୍ଛ ଦେବା ସହ ଶୁଭେଚ୍ଛା ଜଣାଇଛନ୍ତି ଓ ଛାତ୍ରୀ ର ଉତ୍ତୋରତ୍ତର ସଫଳତା କାମନା କରିଛନ୍ତି। ଜିଲ୍ଲାପାଳ ଙ୍କୁ ସାକ୍ଷାତ କରିବା ସମୟ ରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଚତୁର୍ଭୁଜ ଦାଶ, ବାଳାଶ୍ରମ ଅଧିକାରୀଣୀ ସୁଜାତା ବେହେରା, ଶିକ୍ଷୟିତ୍ରୀ ଶୋଭାଗିନୀ ରାଜହଂସ, ଶିଶୁ ସୁରକ୍ଷା ବିଭାଗ ର ସହାୟକ ଜିତେନ୍ଦ୍ର ମଣ୍ଡଲ, ଅନିଲ ମହଲା, ଭାସ୍କର ଦାଶ,ମୃତ୍ୟୁଞ୍ଜୟ ସାହୁ ଉପସ୍ଥିତ ଥିଲେ।
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
