August 27, 2025
Home » ସୁବର୍ଣ୍ଣପୁର ରେ ବିଶ୍ୱ ଏଡ଼ସ ଦିବସ ପାଳିତ

ସୁବର୍ଣ୍ଣପୁର ରେ ବିଶ୍ୱ ଏଡ଼ସ ଦିବସ ପାଳିତ

0
WhatsApp Image 2024-12-01 at 2.23.08 PM

ସୁବର୍ଣ୍ଣପୁର —ସୁବର୍ଣ୍ଣପୁର ରେ ଜିଲ୍ଲା ସ୍ତରୀୟ ବିଶ୍ୱ ଏଡ଼ସ ଦିବସ ପାଳିତ ହୋଇଯାଇଛି l ଆଜି ସୁବର୍ଣ୍ଣପୁର ପୁରୁଣା ଜିଲ୍ଲା ମୁଖ୍ୟାଳୟ ଡାକ୍ତରଖାନା ପରିସରରେ ବିଶ୍ଵ ଏଡ଼ସ ଦିବସ ପାଳନ ଅବସରରେ ଏକ ଜନ ସଚେତନତା ରାଲି ପୁରୁଣା ଜିଲ୍ଲା ମୁଖ୍ୟାଳୟ ଡାକ୍ତରଖାନା ପରିସର ରୁ ବାହାରି ସୋନପୁର ସହର ପରିକ୍ରମା କରି ପୁଣି ପୁରୁଣା ଜିଲ୍ଲା ମୁଖ୍ୟାଳୟ ଡାକ୍ତରଖାନା ପରିସର କୁ ଫେରି ଥିଲା ।ଏହି ରାଲିରେ ସୋନପୁର ସ୍ଥିତ ବିଭିନ୍ନ ନର୍ସିଂ ତାଲିମ କେନ୍ଦ୍ର , ନର୍ସିଂ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ଓ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ର ଛାତ୍ରୀମାନେ ଅଂଶ ଗ୍ରହଣ କରିଥିଲେ ଓ ଏଡ଼ସ ରୋଗ ସମ୍ବନ୍ଧୀୟ ବିଭିନ୍ନ ସ୍ଲୋଗାନ ମାଧ୍ୟମରେ ଜନ ସାଧାରଣଙ୍କୁ ସଚେତନ କରାଇଥିଲେ। ସଚେତନତା ରାଲି ପରେ ପୂର୍ବାହ୍ନ ୧୦.୩୦ ଘଣ୍ଟା ସମୟରେ ପୁରୁଣା ଜିଲ୍ଲା ମୁଖ୍ୟାଳୟ ପରିସର ସ୍ଥିତ ସଭା ଗୃହ ଠାରେ ଏଡ଼ସ ରୋଗ ସମ୍ବନ୍ଧୀୟ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ସୋନପୁର ସ୍ଥିତ ବିଭିନ୍ନ ନର୍ସିଂ ତାଲିମ କେନ୍ଦ୍ର, ନର୍ସିଂ କଲେଜ ସହିତ ଅନ୍ୟ ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀମାନେ ଅଂଶଗ୍ରହଣ କରି ଥିଲେ । ଉକ୍ତ ସଚେତନତା ସଭା ରେ ମୂଖ୍ୟ ଜିଲ୍ଲା ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ, ସୁବର୍ଣ୍ଣପୁର ସଭାପତିତ୍ବ କରିଥିଲେ । ଅତିରିକ୍ତ ଜିଲ୍ଲାପାଳ, ସୁବର୍ଣ୍ଣପୁର ଶ୍ରୀମତୀ ଅଞ୍ଜଳିନା ପ୍ରଧାନ ମୂଖ୍ୟ ଅତିଥି ଭାବେ ଯୋଗ ଦାନ କରିଥିଲେ । ADMO (F W) ଡକ୍ଟର ଦୈତ୍ୟ ନାରାୟଣ ପାଢ଼ୀ, ADMO (VVD) ଡକ୍ଟର ଗୋପାଳ ଚନ୍ଦ୍ର ମଲ୍ଲିକ, ସୋନପୁର ମହାବିଦ୍ୟାଳୟ ର ପ୍ରାଣୀ ବିଜ୍ଞାନ ବିଭାଗ ଅଧ୍ୟାପକ ତଥା ରେଡ କ୍ରସ ର ସଂଯୋଜକ ଶ୍ରୀ ଉମାକାନ୍ତ ନାଗ, ଶ୍ରୀ ଅର୍ଜ୍ଜୁନ ମାଝୀ, ଜିଲ୍ଲା ପଞ୍ଚାୟତ ଅଧିକାରୀ ତଥା ଭାରପ୍ରାପ୍ତ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସମ୍ମାନିତ ଅତିଥି ଭାବେ ଯୋଗ ଦାନ କରି ଏଡ଼ସ ରୋଗ ର କାରଣ, ନିରାକରଣ ଓ ପ୍ରତିଷେଧକ ମୂଳକ ପଦକ୍ଷେପ ଉପରେ ଉପସ୍ଥିତ ଛାତ୍ର ଛାତ୍ରୀ ମାନଙ୍କୁ ବକ୍ତବ୍ୟ ମାଧ୍ୟମରେ ସଚେତନ କରାଇ ଥିଲେ ।ଏହି ଅବସରରେ ଏଡ଼ସ ରୋଗ ସମ୍ବନ୍ଧୀୟ ବକ୍ତୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତ ରେ କୃତକାର୍ଯ୍ୟ ହେଇଥିବା ପ୍ରତିଯୋଗୀ ଛାତ୍ର ଛାତ୍ରୀ ଓ ସଚେତନତା ରାଲି ଅଂଶ ଗ୍ରହଣ କରିଥିବା ଅନୁଷ୍ଠାନ ମାନଙ୍କୁ ପୁରସ୍କୃତ ଓ ସମ୍ମାନିତ କରାଯାଇଥିଲା । ଜିଲ୍ଲା ମୁଖ୍ୟାଳୟ ଡାକ୍ତରଖାନାର ଅନ୍ୟ କର୍ମଚାରୀମାନେ ଉକ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରି ଥିଲେ ।

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *