August 21, 2026
Home » ସୂଚନା ଅଧିକାର ଆଇନ ଏକ ଯୁଗାନ୍ତକାରୀ ପଦକ୍ଷେପ

ସୂଚନା ଅଧିକାର ଆଇନ ଏକ ଯୁଗାନ୍ତକାରୀ ପଦକ୍ଷେପ

0
WhatsApp Image 2026-03-13 at 3.02.04 PM

ପୁରୀ:  ସୂଚନା ଅଧିକାର ଆଇନ ଏକ ଯୁଗାନ୍ତକାରୀ ପଦକ୍ଷେପ।ଏହାଦ୍ୱାରା ସାଧାରଣ ଲୋକ ଅନେକ ସୁଫଳ ପାଉଥିବା ବେଳେ ଅଧିକାରୀ ବା କର୍ମଚାରୀ ମାନଙ୍କୁ କର୍ମତତ୍ପର କରାଇ ପାରିଛି ବୋଲି କହିଛନ୍ତି ସାମନ୍ତ ଚନ୍ଦ୍ରଶେଖର ସ୍ବୟଂଶାସିତ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡ.ଚିତ୍ତରଞ୍ଜନ ଦ୍ବିବେଦୀ।ଆଜି ଅପରାହ୍ନ ରେ ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ସାମନ୍ତ ଚନ୍ଦ୍ରଶେଖର ସ୍ବୟଂଶାସିତ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ସୂଚନା ଅଧିକାର ଆଇନ ସମ୍ପର୍କରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା।ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅଧ୍ୟକ୍ଷ ଡ. ଦ୍ବିବେଦୀ ୨୦୦୫ ମସିହାରେ ସୂଚନା ଅଧିକାର ଆଇନ ପ୍ରଣୟନ ହେବା ପରେ ସମାଜ ରେ ବ୍ୟାପକ ପରିବର୍ତ୍ତନ ଆସିଛି।ସାଧାରଣ ଭାବେ ସମସ୍ତ କାର୍ଯ୍ୟାଳୟ ମାନଙ୍କ ରେ କର୍ମ ପ୍ରବଣତା ବୃଦ୍ଧି ପାଇଛି।

ପୂର୍ବାପେକ୍ଷା ଆଇନ ରେ ଆବଶ୍ୟକତା ଅନୁସାରେ ସଂଶୋଧନ ଏହାକୁ ଅଧିକ ଦକ୍ଷ କରିଛି ବୋଲି ସେ କହିବା ସହ ସମସ୍ତ ନାଗରିକ ଏହାର ଉପଯୋଗ କରି ସୁଫଳ ନେବାକୁ ପରାମର୍ଶ ଦେଇଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟ ର ଜନ ସୂଚନା ଅଧିକାରୀ ସୂର୍ଯ୍ୟକାନ୍ତ ସ୍ବାଇଁ, ସହକାରୀ ଜନ ସୂଚନା ଅଧିକାରୀ ଡ. ସ୍ନିଗ୍ଧା ସୁହାଗିନୀ ପ୍ରମୁଖ ଯୋଗ ଦେଇ ସୂଚନା ଅଧିକାର ର ଲକ୍ଷ୍ୟ, ଉଦ୍ଦେଶ୍ୟ ଓ ଅନୁପାଳନ ସମ୍ପର୍କରେ ଆଲୋକପାତ କରିଥିଲେ।ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ କର୍ମଶାଳା କୁ ପରିଚାଳନା କରିବା ସହ ଏହି ଆଇନ ଭଲ କାମ କରୁଥିବା କର୍ମଚାରୀ ଙ୍କ ପାଇଁ ଯେତିକି ଆନନ୍ଦ ଦାୟକ ଅନିୟମିତତା ବା ଦୁର୍ନୀତି କରୁଥିବା କର୍ମଚାରୀ ମାନଙ୍କ ପାଇଁ ତତୋଧିକ ଭୟ ପ୍ରଦାନକାରୀ।ଯଦି ନିଜ କାମକୁ ନିୟମ ଅନୁସାରେ ଜଣେ ସଠିକ ଭାବେ ନିର୍ବାହ କରୁଛନ୍ତି ତଥ୍ୟ ଠିକ ଭାବେ ଦେଇ ପାରୁଛନ୍ତି ତେବେ ଏ ଆଇନ ଦ୍ୱାରା ତାଙ୍କର କିଛି କ୍ଷତି ହେବ ନାହିଁ।କିନ୍ତୁ ଅନିୟମିତତା ବା ତଥ୍ୟ ନ ଦେବା କ୍ଷେତ୍ର ପାଇଁ ଏହି ଆଇନ ରେ କାର୍ଯ୍ୟାନୁଷ୍ଠାନ ରହିଛି ବୋଲି ସେ ସୂଚନା ଦେବା ସହ ସଠିକ କାର୍ଯ୍ୟ କରିବାକୁ ଅନୁରୋଧ କରିଥିଲେ।ମାଷ୍ଟର ଟ୍ରେନର ସଂଗ୍ରାମ କେଶରୀ ପୃଷ୍ଟି, ହରିହର ମହାନ୍ତି ପ୍ରଶିକ୍ଷଣ ପ୍ରଦାନ କରିଥିଲେ।ପୂର୍ବରୁ ଅନୁଷ୍ଠିତ ଇଂରାଜୀ ଓ ଓଡ଼ିଆ ବକ୍ତୃତା ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା।ଅନ୍ୟ ମାନଙ୍କ ମଧ୍ୟରେ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା, ଛାତ୍ର, ଛାତ୍ରୀ ଉପସ୍ଥିତ ରହି ପ୍ରଶିକ୍ଷଣ ନେଇଥିଲେ।

puri epa ru soubhagya pattanayak nka report

ସେପ୍ଟେମ୍ବର ୧୨ରେ ଖୋର୍ଦ୍ଧା ଜିଲ୍ଳାର ସମସ୍ତ ବିଚାର ବିଭାଗୀୟ ଅଦାଲତରେ ରାଷ୍ଟ୍ରୀୟ ଲୋକ ଅଦାଲତ ଭୁବନେଶ୍ୱର-ତା.୨୦.୦୮.୨୦୨୬ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ତା. ୧୨.୦୯.୨୦୨୬ ରିଖରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ/ ରାଜସ୍ୱ ଅଦାଲତ ପରିସରରେ ଅନୁଷ୍ଠିତ ହେବ ବୋଲି ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱରଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧିନ ମାମଲା ଯଥା-ଫୌଜଦାରୀ (ସାଲିସ୍‌ ଯୋଗ୍ୟ), ଚେକ୍‌ ବାଉନ୍ସ, ବ୍ୟାଙ୍କ ଋଣ, ଟ୍ରାଫିକ୍‌ ଚାଲାଣ, ରାଜସ୍ୱ, ଶ୍ରମ, ବୈବାହିକ (ଛାଡ଼ପତ୍ର ବ୍ୟତୀତ), ଜମି ଅଧିଗ୍ରହଣ, ମୋଟର ଦୁର୍ଘଟଣା, ଜମିଜମା ମୋକଦ୍ଦମା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇପାରିବ । କେବଳ ବିଚାରାଧିନ ମାମଲା ନୁହେଁ, ଅଦାଲତରେ ମାମଲା ଦାୟର ହୋଇ ନଥାଇ ମଧ୍ୟ ପ୍ରାକ୍‌ ମୋକଦ୍ଦମାସ୍ତରୀୟ ବିବାଦ ଯଥା-ବାଙ୍କ ଋଣ ଅନାଦେୟ, ଟେଲିଫୋନ୍‌, ବିଦ୍ୟୁତ, ପାନୀୟ ଜଳ ବିଲ୍‌ ଅନାଦେୟ ମାମଲା ଗୁଡିକର ମଧ୍ୟ ପ୍ରାଧିକରଣଙ୍କ କାର୍ଯ୍ୟାଳୟରେ ଆପୋଷ ସହମତି ଭିତ୍ତିରେ ସମାଧାନ ହୋଇପାରିବ । ଉକ୍ତ ମାମଲାର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ହିତାଧିକାରୀମାନଙ୍କୁ ଦେବାକୁ ପଡ଼ିବ ନାହିଁ ଏବଂ ଲୋକ ଅଦାଲତର ରାୟ ଚୂଡ଼ାନ୍ତ, ବୈଧ ତଥା ଅମଳଯୋଗ୍ୟ ଅଟେ । ଯଦି କୌଣସି ବିଚାରାଧିନ ମାମଲାର ସମାଧାନ ଲୋକ ଅଦାଲତରେ ହୋଇଥାଏ ତେବେ ଆଗରୁ ପୈଠ ହୋଇଥିବା କୋର୍ଟ ଫି ଫେରସ୍ତ ହୋଇପାରିବ । ଏଣୁ ଦୀର୍ଘ ଦିନ ଧରି ଚାଲୁ ରହିଥିବା ମୋକଦ୍ଦମାର ସହଜ ଓ ସରଳ ସମାଧାନ ପାଇଁ ଓ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହି ସୁଯୋଗର ସଦୁପଯୋଗ କରନ୍ତୁ ଓ ସବିଶେଷ ବିବରଣୀୟ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱର କିମ୍ବା ନିକଟସ୍ଥ ଅଦାଲତ ପରିସରରେ ଥିବା ଆଇନ ସେବା କମିଟି/ ଅଦାଲତଙ୍କ ସହ ଯୋଗାଯୋଗ କରିବାକୁ ପ୍ରାଧିକରଣଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।

Leave a Reply

Your email address will not be published. Required fields are marked *

You may have missed