January 31, 2026
Home » ସେତୁବନ୍ଧ ଯୋଜନା ଅଧୀନରେ ଦୁଇଗୋଟି ସେତୁ ଏବଂ ଚାରିଗୋଟି ରାସ୍ତାର ଭିତ୍ତି ପ୍ରସ୍ତର ସ୍ଥାପନ

ସେତୁବନ୍ଧ ଯୋଜନା ଅଧୀନରେ ଦୁଇଗୋଟି ସେତୁ ଏବଂ ଚାରିଗୋଟି ରାସ୍ତାର ଭିତ୍ତି ପ୍ରସ୍ତର ସ୍ଥାପନ

0
WhatsApp Image 2026-01-30 at 4.55.42 PM

 

ସେତୁବନ୍ଧ ଯୋଜନା ଅଧୀନରେ ଦୁଇଗୋଟି ସେତୁ ଏବଂ ମୁଖ୍ୟ ମନ୍ତ୍ରୀ ସଡ଼କ ଯୋଜନା ଅଧୀନରେ ଚାରିଗୋଟି ଗୁରୁତ୍ୱପୂର୍ଣ୍ଣ ରାସ୍ତା କାର୍ଯ୍ୟର ଶୁଭ ଭିତ୍ତି ପ୍ରସ୍ତର ସ୍ଥାପନ ହୋଇଛି।ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ ଆଜି ଏହାର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି।ସେତୁବନ୍ଧ ଯୋଜନା ଅଧିନରେ ସାନକେନ୍ଦୁଗୁଡା ଠାରୁ ପଦମପୁର ସେତୁ ଓ ସାନକେନ୍ଦୁଗୁଡା ଠାରୁ ମଙ୍ଗଳପୁର ସେତୁ ମୋଟ ୮୦୮.୧୦ ଲକ୍ଷ ଅଟକଳ ବ୍ୟୟ ଓ ମୁଖ୍ୟ ମନ୍ତ୍ରୀ ସଡ଼କ ଯୋଜନା

ଅଧିନରେ ପୂର୍ତ୍ତ ବିଭାଗ ରାସ୍ତା ଠାରୁ ପୁଝାରୀପଡ଼ା , ତାଳପଦର ଛକ ଏବଂ ବେହେରା ଠାରୁ ଛଞ୍ଚାଣବାହାଲି ରୋଡ ଓ ପୂର୍ତ୍ତ ବିଭାଗ ରାସ୍ତା ଠାରୁ ବାଙ୍କିମୁଣ୍ଡା, ଦାବ୍ରିଗୁଡା, ଟେଣ୍ଡାପାଲି , ସିର୍ଲିଗୁଡ଼ା ରୋଡ ଏବଂ ବିଜୁ ଏକ୍ସପ୍ରେସ ୱେ ଠାରୁ ମଙ୍ଗଳପୁର ,ସାନପୋଡ଼ାଗୁଡା ରୋଡ ମୋଟ ୧୮୬୦.୬୭ ଲକ୍ଷ ଅଟକଳ ବ୍ୟୟ ରେ ନିର୍ମାଣ ହେବ ।ଏହି ସମସ୍ତ ପ୍ରକଳ୍ପ ଦ୍ୱାରା ଅଞ୍ଚଳବାସୀଙ୍କ ଯାତାୟାତ ସୁବିଧା ବଢ଼ିବା ସହ ଗ୍ରାମୀଣ ଉନ୍ନତି ଆହୁରି ଗତିଶୀଳ ହେବ ବୋଲି ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ ପ୍ରକାଶ କରିଛନ୍ତି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Leave a Reply

Your email address will not be published. Required fields are marked *