ସୋନପୁର ପିଏମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ ଆୟୋଜିତ
ସୁବର୍ଣ୍ଣପୁର –ପିଏମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ସୋନପୁର ପକ୍ଷରୁ ଆଜି ଅତ୍ୟନ୍ତ ଉତ୍ସାହ ଓ ଉଦ୍ଦୀପନାର ସହିତ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ ଆୟୋଜିତ ହୋଇଯାଇଛି । ଏହି ପ୍ରଦର୍ଶନୀରେ ଷଷ୍ଠରୁ ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପ୍ରାୟ ୫୦ଟି ଅଭିନବ ପ୍ରକଳ୍ପ ପ୍ରସ୍ତୁତ ଓ ପ୍ରଦର୍ଶିତ ହୋଇଥିଲା । ଏହି ଅବସରରେ ଛାତ୍ରଛାତ୍ରୀ ମାନେ ନିଜ ନିଜ ପ୍ରକଳ୍ପ ମାଧ୍ୟମରେ ବୈଜ୍ଞାନିକ ସୃଜନଶୀଳତା, ନବସୃଜନ ଏବଂ ବ୍ୟବହାରିକ ଜ୍ଞାନର ସୁନ୍ଦର ପରିଚୟ ଦେଇଥିଲେ । ଏହି ବର୍ଷ ପ୍ରଦର୍ଶନୀ ୭ ଗୋଟି ବିଷୟବସ୍ତୁକୁ ଯଥା ଉନ୍ନତ ଜୀବନ ପାଇଁ କୃତ୍ରିମ ବୁଦ୍ଧିମତା (AI), ସବୁଜ ଶକ୍ତି ଏବଂ ପରିବେଶ ସଂରକ୍ଷଣ, ଗାଣିତିକ ମଡେଲିଂ ଏବଂ କମ୍ପ୍ୟୁଟେସନାଲ ଚିନ୍ତାଧାରା, ସ୍ୱାସ୍ଥ୍ୟ, ପରିମଳ ଏବଂ ସଫେଇ, ଦେଶୀୟ କୃଷି ପ୍ରଣାଳୀ, ଗ୍ରାମୀଣ ପରିବର୍ତ୍ତନ ପାଇଁ ବିଜ୍ଞାନ, ବିପର୍ଯ୍ୟୟ ପରିଚାଳନା କୁ ଆଧାରିତ କରି ଅନୁଷ୍ଠିତ ହୋଇଥିଲା ।
ଏହି ପ୍ରଦର୍ଶନୀରେ ବିଦ୍ୟାଳୟର ସମସ୍ତ ଗଣିତ ଶିକ୍ଷକ ଶିକ୍ଷୟିତ୍ରୀ ପ୍ରମୁଖ ଗାଇଡ୍ ଭାବେ ଛାତ୍ରଛାତ୍ରୀମାନଙ୍କୁ ମାର୍ଗଦର୍ଶନ କରିଥିଲେ । ଛାତ୍ରଛାତ୍ରୀମାନେ ପ୍ରକଳ୍ପ ପ୍ରସ୍ତୁତ କରିବା ଠାରୁ ଆରମ୍ଭ କରି ଉପସ୍ଥାପନା ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ସୁଚାରୁ ରୂପେ ସମ୍ପନ୍ନ କରିଥିଲେ।
ଛାତ୍ରଛାତ୍ରୀଙ୍କ ମଧ୍ୟରେ ବୈଜ୍ଞାନିକ ମନୋଭାବ ବିକଶିତ କରିବା ଉଦ୍ଦେଶ୍ୟରେ ବିଦ୍ୟାଳୟ ପକ୍ଷରୁ ପ୍ରତିବର୍ଷ ଏହି ପ୍ରଦର୍ଶନୀର ଆୟୋଜନ କରାଯାଇଥାଏ । ଏହି ପ୍ରଦର୍ଶନୀରୁ ସର୍ବଶ୍ରେଷ୍ଠ ପ୍ରକଳ୍ପଗୁଡ଼ିକୁ କ୍ଲଷ୍ଟର ଏବଂ ଆଞ୍ଚଳିକ ସ୍ତର ପାଇଁ ମନୋନୀତ କରାଯିବ। ସେଠାରେ ସଫଳ ହେଲେ ଛାତ୍ରଛାତ୍ରୀମାନଙ୍କୁ ଜାତୀୟ ସ୍ତରରେ ବିଦ୍ୟାଳୟକୁ ପ୍ରତିନିଧିତ୍ୱ କରିବାର ସୁଯୋଗ ମିଳିବ l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
