April 18, 2026
Home » ସୋସିଆଲ ମିଡିଆ ଇନଫ୍ଲୁଏନସର ଙ୍କ ରଘୁରାଜପୁର ଓ କୋଣାର୍କ ମନ୍ଦିର ପରିଦର୍ଶନ

ସୋସିଆଲ ମିଡିଆ ଇନଫ୍ଲୁଏନସର ଙ୍କ ରଘୁରାଜପୁର ଓ କୋଣାର୍କ ମନ୍ଦିର ପରିଦର୍ଶନ

0
WhatsApp Image 2026-04-18 at 5.19.10 PM

ପୁରୀ :  ୧୦ ଟି ରାଷ୍ଟ୍ର ର ୨୨ ଜଣ ସୋସିଆଲ ମିଡିଆ ଇନଫ୍ଲୁଏନସର ଓ ସୋସିଆଲ ମିଡିଆ କଣ୍ଟେଣ୍ଟ କ୍ରିଏଟର ଲୋକକଳା ଗ୍ରାମ ରଘୁରାଜପୁର ଏବଂ କୋଣାର୍କ ମନ୍ଦିର ପରିଦର୍ଶନ କରିଥିଲେ।ସୂଚନା ଓ ଲୋକ ସମ୍ପର୍କ ବିଭାଗ ସହାୟତାରେ ସେମାନେ ଭୁବନେଶ୍ୱର ରୁ ଆସିଥିଲେ।ପ୍ରଥମେ ସେମାନେ ରଘୁରାଜପୁର ରେ ପହଞ୍ଚିବା ପରେ ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ଓ ହସ୍ତତନ୍ତ ବିଭାଗର ସହକାରୀ ନିର୍ଦ୍ଦେଶକ ସୁକାନ୍ତ କୁମାର ପଣ୍ଡା ତାଙ୍କୁ ସ୍ବାଗତ କରିଥିଲେ।

ପରେ ସେମାନେ କଳାଗ୍ରାମ ରଘୁରାଜପୁର ର ପଟ୍ଟଚିତ୍ର କୁ ଘରକୁ ଘର ବୁଲି ଦେଖିଥିଲେ।ପରେ ଅପରାହ୍ନ ରେ କୋଣାର୍କ ରେ ପହଞ୍ଚି ଥିଲେ।ଗାଇଡ ଅନିମେଶ ମଲ୍ଲିକ ଙ୍କ ତତ୍ତ୍ୱାବଧାନରେ ଏହି ବିଦେଶୀ ଇନଫ୍ଲୁଏନସର ମାନେ ମନ୍ଦିର ଦେଖିବା ସହ ବିବିଧ ତଥ୍ୟ ପଚାରି ବୁଝିଥିଲେ ଓ ଫଟୋ ଉଠାଇଥିଲେ।ମନ୍ଦିର ର ଐତିହ୍ୟ, ଇତିହାସ ସମ୍ପର୍କରେ ଜାଣିବା ସହ ମନ୍ଦିର ଦେଖି ଓ ମନ୍ଦିର ସମ୍ପର୍କରେ ଅବଗତ ହୋଇ ସେମାନେ ଖୁସି ବ୍ୟକ୍ତ କରିଥିଲେ।ପରେ ଆଇଓସିଏଲ ର ପର୍ଯ୍ୟଟନ କେନ୍ଦ୍ର ବୁଲିବା ସହ କୋଣାର୍କ ସମ୍ପର୍କିତ ଡକୁମେଣ୍ଟାରୀ ଫିଲ୍ମ ଦେଖିଥିଲେ।ଏହି ଟିମ ରେ ମିଁୟାମାରରୁ ନୁ ମିଆତ ଥେଇଙ୍ଗି ଓ,ନାଇଙ୍ଗି ସୁଇ ଓ,ଭୁଟାନ ରୁ ଦୋର୍ଜି ଗେଲଷ୍ଟହେନ, ତେନଜିନ ୟାଙ୍ଗଚେନ, କାମ୍ବୋଡିଆରୁ ହେଙ୍ଗ ଖେମା,ସୋକ ସନିତା,ଲାଓସୋରୁ ସିରିସୋଫା ଫିମାକାୟୋସୋନ, ସୁକିଫୋନ ଭୋଙ୍ଗସାକ,ମାଲେସିଆରୁ ମାରହମ ବିନ ମଣ୍ଡ ୟୁସୁଫ,ତାଙ୍ଗ ହଙ୍ଗ ତି, ମାଙ୍ଗୋଲିଆରୁ ବାଡମାରଗ ଚୁଲୁନବାତର, ନ୍ୟାମଦରୀ ବାଇଗଲମା,ନେପାଳ ରୁ ପ୍ରକାଶ ଅଧିକାରୀ, ଶ୍ରୀଜନ ଓଲୀ,ସିଙ୍ଗାପୁର ରୁ ଲୀ ଫଙ୍ଗ କୁମ,ଲୀ ଜିଆଇ ତ୍ରିସିଆ,ଚାନ ଚୁଇ କୁଏନ ପ୍ରିସିଲା,ଥାଇଲାଣ୍ଡ ରୁ ମିସ ନିଶା ନାଶୋନଜାଇ, ନାପୋଲ ଲାପୋର୍ଣ୍ଣସିରିକୁଲ,ଭିଏତନାମ ରୁ ଲୀ ଥୁକ୍ ହିଏନ,ଡାଓ ଥି ମିନହ ତ୍ରାଙ୍ଗ,ହା ଲେ ଡିଏମ ସାମିଲ ହୋଇ ପରିଦର୍ଶନ କରିଥିଲେ।ବୈଦେଶିକ ମନ୍ତ୍ରାଳୟ ର ମିଡିଆ ଲିଆସନ ଅଫିସର ଚନ୍ଦ୍ରେଶ୍ବର ସିଂ ଓ ଉଜ୍ଜ୍ବଳ ଗିରି ଏହି ପରିଦର୍ଶକ ଙ୍କୁ ଓଡ଼ିଶାର ବିଭିନ୍ନ ସ୍ଥାନ କୁ ପରିଭ୍ରମଣ ରେ ସହାୟତା କରିଥିଲେ।ନୋଡାଲ ଅଫିସର ଭାବେ ସୂଚନା ଅଧିକାରୀ ସୁଶ୍ରୀ ଶାଶ୍ବତିକା ମହାପାତ୍ର,ଏମ ଅଭିଷେକ, ଆଦିତ୍ୟ ନାରାୟଣ ସାମଲ ଓ ଅନିଶା କର ତାଙ୍କୁ ସହଯୋଗ କରିଥିଲେ।ପରେ ଇନଫ୍ଲୁଏନସର ମାନେ ଭୁବନେଶ୍ୱର ଫେରି ଫେରି ଯାଇଥିଲେ।

Leave a Reply

Your email address will not be published. Required fields are marked *