July 6, 2025
Home » ସ୍ଥାୟୀ ନିଯୁକ୍ତି ଦାବିରେ ମନ୍ତ୍ରୀଙ୍କୁ ଦାବି ପତ୍ର ପ୍ରଦାନ l

ସ୍ଥାୟୀ ନିଯୁକ୍ତି ଦାବିରେ ମନ୍ତ୍ରୀଙ୍କୁ ଦାବି ପତ୍ର ପ୍ରଦାନ l

0
WhatsApp Image 2024-11-18 at 7.49.10 PM

ସୁବର୍ଣ୍ଣପୁର – -ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ବ୍ଳକରେ ପ୍ରାଣୀ ସମ୍ପଦ ବିଭାଗରେ କାର୍ଯ୍ୟରତ କର୍ମଚାରୀ ମାନେ ବିଭାଗୀୟ ମନ୍ତ୍ରୀଙ୍କୁ ସାକ୍ଷାତ କରି ସ୍ଥାୟୀ ନିଯୁକ୍ତି ପାଇଁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଦୀର୍ଘ ୧୪ ବର୍ଷ ଧରି ପ୍ରାଣୀ ସମ୍ପଦ ବିଭାଗ ରେ କାର୍ଯ୍ୟ କରୁଥିବା ‘ଏ ଆଇଟି’ କର୍ମଚାରୀ ମାନେ ଜିଲ୍ଲା ପ୍ରାଣୀ ଚିକିତ୍ସାଳୟ ଅଧିନରେ ଥିବା ବିଭିନ୍ନ ପଞ୍ଚାୟତ ରେ ରହି ଗାଁ ମାନଙ୍କୁ ଯାଇ ବିନା ମୂଲ୍ୟରେ ପ୍ରାଣୀ ମାନଙ୍କୁ ଚିକିତ୍ସା ଯୋଗାଇ ଦେଇଆସୁଛନ୍ତି। ଏଥିରେ କୃତ୍ରିମ ପ୍ରଜନନ, ବିଭିନ୍ନ ସମୟରେ ପଶୁ ମାନଙ୍କୁ ଟୀକାକରଣ, ବନ୍ଧ୍ୟାକରଣ, ପ୍ରାଥମିକ ଚିକିତ୍ସା, ଭ୍ରାମ୍ୟମାଣ ଚିକିତ୍ସା,ପଶୁଗଣନା, ପଶୁମାନଙ୍କୁ ବୀମାଭୁକ୍ତ କରିବା ପ୍ରମୁଖ ସେବା ଉକ୍ତ କର୍ମଚାରୀ ମାନେ ବିନା ମୂଲ୍ୟରେ ସେବା ଯୋଗାଇ ଦେଉଛନ୍ତି। ୨୦୧୮ ମସିହାରୁ କେନ୍ଦ୍ର ସରକାରଙ୍କ (ଏନ ଆର ପି ) ଯୋଜନା ମାଧ୍ୟମରେ ସେମାନେ ସାମିଲ ହୋଇଥିଲେ। କୋଭିଡ ସମୟରେ ନିଜ ଜୀବନ କୁ ଜଳାଞ୍ଜଳି ଦେଇ ଗାଁ ଗାଁ ରେ ଥିବା ଗରୀବ ଚାଷୀଙ୍କୁ ମାଗଣା ରେ ପ୍ରାଣୀ ଚିକିତ୍ସା ଯୋଗାଇ ଦେଇଛନ୍ତି। ଫଲରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ପାରମ୍ପରିକ ଚାଷ ପଦ୍ଧତି କୁ ଗୁରୁତ୍ଵ ଦେଉଥିବାରୁ ପ୍ରାଣୀ ସମ୍ପଦ ବିଭାଗ ର ବୃଦ୍ଧି ନିମନ୍ତେ ଏମାନଙ୍କର ପ୍ରମୁଖ ଭୂମିକା ରହିଛି। ଏଭଳି କାର୍ଯ୍ୟ କରି ମଧ୍ୟ ଉକ୍ତ କର୍ମଚାରୀ ମାନେ ସରକାରଙ୍କ ପାଖରେ ଉପେକ୍ଷିତ ତଥା ବିନା ବେତନ, ସାମାନ୍ୟ କିଛି ପ୍ରୋତ୍ସାହନ ପାଇଁ କାର୍ଯ୍ୟ କରି ଆସୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ କର୍ମଚାରୀ ସଂଘ ର ସଭାପତି ମହେନ୍ଦ୍ର ମାହାନ୍ତିଙ୍କ ନେତୃତ୍ବରେ ବିଭାଗୀୟ ମନ୍ତ୍ରୀ ଙ୍କୁ ଏକ ଲିଖିତ ଆକାରରେ ଜଣାଇଛନ୍ତି। ଏଥିରେ ଆବାହକ ସୌଭାଗ୍ୟ ରଞ୍ଜନ ଜେନା, ଉପଦେଷ୍ଟା ରବିନ୍ଦ୍ରନାଥ ପଣ୍ଡା, ଜିଲ୍ଲା ସଭାପତି ଭାସ୍କର ପ୍ରଧାନ, ସମ୍ପାଦକ ବିଶେଶ୍ୱର ଷାଣ୍ଢ,ମୁନିରାଜ କର୍ମୀ, ମଧୂସୁଦନ ସୁରୁଜଲ,ବିଜୟ ପାତ୍ର, ଶୁକଦେବ ଗୁରୁ, ରାଧେଶ୍ୟାମ କମ୍ପ, ବିକାଶ ରଞ୍ଜନ ମିଶ୍ର, ତୀର୍ଥ ମହାକୁର ଓ ଦୁର୍ବାଦଳ ପ୍ରମୁଖ ଉପସ୍ଥିତ ଥିଲେ l

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *