ସ୍ନାନବେଦୀରେ ଶ୍ରୀଜୀଉଙ୍କ ଦେବସ୍ନାନ ସମ୍ପନ୍ନ
ଶ୍ରଦ୍ଧା ଶ୍ରୀକ୍ଷେତ୍ରରେ ସ୍ନାନ ମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଭକ୍ତିମୟ ପରିବେଶରେ ରୀତିନୀତି ଅନୁସାରେ ଦେବସ୍ନାନ ସମ୍ପନ୍ନ ହୋଇଯାଇଛି। ପ୍ରଥମେ ସୂର୍ଯ୍ୟପୂଜା ସରିବା ପରେ ସକାଳ ୭ ଘଣ୍ଟିକ ସମୟରେ ରୀତିକାନ୍ତି ସହ ବିଭିନ୍ନ ପବିତ୍ର ସ୍ଥାନରୁ ଆସିଥିବା ଜଳ ଭରା ୧୦୮ ଗରାରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦୁର୍ଲଭ ସ୍ନାନ ବେଶ ଦର୍ଶନ ପାଇଁ ଆସିଥିବା ଭକ୍ତାସମୁହଙ୍କ ମଧ୍ୟରେ ସମ୍ପନ୍ନ ହୋଇଯାଇଛି। ଦେବସ୍ନାନ ପୂର୍ଣ୍ଣିମା ନୀତି ନିର୍ଘଣ୍ଟ ଅନୁଯାୟୀ ମଙ୍ଗଳାର୍ପଣ,ଡୋରଲାଗି ଓ ପୁଷ୍ପାଞ୍ଜଳି,ମଙ୍ଗଳ ଆଳତି, ମଇଲମ, ତଡ଼ପ ଲାଗି,ଅଧର ପୋଛା, ଅବକାଶ,ରୋଷହୋମ,ସୂର୍ଯ୍ୟପୂଜା, ଦ୍ବାରପାଳ ପୂଜା,ବେଶ ଶେଷ, ଜଳ ବିଜେ, ପୂଜା, ସ୍ନାନ, ମଇଲମ, ଶୃଙ୍ଗାର, ସର୍ବାଙ୍ଗ, ନୂଆଲୁଗା ଲାଗି

ବେଶ,ଛେରାପହଁରା,ହାତୀବେଶ(ଗଜାନନ ବେଶ) ହେବ ପରେ ସନ୍ଧ୍ୟା ସମୟରେ ସନ୍ଧ୍ୟାଘଣ୍ଟଛତା ସକାଳଧୂପ, ଦକ୍ଷିଣିଘର ଭୋଗ,ସାହାଣମେଳା,ହାତୀବେଶ ମଇଲମ,ପୁଷ୍ପାଞ୍ଜଳି ଓ ଡୋରଲାଗି, ବାହୁଡ଼ା ପହଣ୍ଡି,ସୁନା ଚିତା ଓ ରାହୁରେଖା ମଇଲମ ସହ ସମ୍ପନ୍ନ ହେବ।ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ବ୍ୟାରିକେଡ୍ ସହ ଛାମୁଡ଼ିଆ ବନ୍ଦୋବସ୍ତରେ ଭକ୍ତମାନେ ଶ୍ରୀମନ୍ଦିର ସମ୍ମୁଖରେ ପହଞ୍ଚି ଅତି ଶାନ୍ତିଶୃଙ୍ଖଳା ସହ ଦେବସ୍ନାନ ଦର୍ଶନ ସହ ଗଜାନନ ବେଶର ଶୃଙ୍ଖଳିତ ଦୁର୍ଲଭ ଦର୍ଶନ ପାଇଛନ୍ତି।

ଶ୍ରଦ୍ଧା ଶ୍ରୀକ୍ଷେତ୍ରର ରାଜ ପୁରୋହିତଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଏହି ସମସ୍ତ ନିତିକାନ୍ତି ସେବାୟତ,ମନ୍ଦିର ପରିଚାଳନା କମିଟି, ଦେବୋତ୍ତର ବିଭାଗର ସମେତ ସମସ୍ତ ସଦସ୍ୟ ସଦସ୍ୟାଙ୍କ ସହଯୋଗରେ ଶ୍ରୀଜୀଉଙ୍କ ସମସ୍ତ ନୀତିକାନ୍ତି ଶାନ୍ତିଶୃଙ୍ଖଳା ସହ ସମ୍ପନ୍ନ ହୋଇଯାଇଛି।
ରିପୋର୍ଟ: ରାୟଗଡ଼ା ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ
