December 29, 2025
Home » ସ୍ନେହୀସମାଜ ଭୁବନେଶ୍ୱର ତରଫରୁ ୫୭ ତମ ସାଧାରଣ ଅଧିବେଶନ

ସ୍ନେହୀସମାଜ ଭୁବନେଶ୍ୱର ତରଫରୁ ୫୭ ତମ ସାଧାରଣ ଅଧିବେଶନ

0
WhatsApp Image 2025-12-28 at 7.06.30 PM (1)

ସ୍ନେହୀସମାଜ ଭୁବନେଶ୍ୱର ତରଫରୁ ୫୭ ତମ ସାଧାରଣ ଅଧିବେଶନ ସଭାପତି ଡ ଅନନ୍ତ ଚରଣ ସାହୁଙ୍କ ସଭାପତିତ୍ୱରେ ଭଞ୍ଜ କଳାମଣ୍ଡପ ଠାରେ ଅନୁଷ୍ଠିତ ହୋଇଥିଲା। ଏହି ଅଧିବେଶନରେ ୭୦୦ ରୁ ଉର୍ଦ୍ଧ ସଭ୍ୟସଭ୍ୟାମାନେ ଯୋଗ ଦେଇଥିଲେ। ଏହି ଅଧିବେଶନରେ ଶ୍ରୀ କୃପାସାଗର ସାହୁ, ଅବସରପ୍ରାପ୍ତ ଭାରତୀୟ ରେଳବାଇ ପରିଚାଳନା ସେବା, ଶ୍ରୀସହଦେବ ସାହୁ, ସେବାନିବୃତ୍ତ ଆଡିସ୍‌ନାଲ କମିଶନର, ଦ୍ରବ୍ୟ ଓ ସେବାକର, ଓଡିଶା ଏବଂ ଡ ଜୟନ୍ତୀ ସାହୁ, ଅବସରପ୍ରାପ୍ତ ପ୍ରଧ୍ୟାପିକା ଯଥାକ୍ରମେ ମୁଖ୍ୟ ଅତିଥି, ସମ୍ମାନୀତ ଅତିଥି ଓ ମୁଖ୍ୟବକ୍ତା ଭାବରେ ଯୋଗଦେଇ ସ୍ନେହୀ ସମାଜର କାର୍ଯ୍ୟପ୍ରଣାଳୀର ଭୂୟସୀ ପ୍ରଶଂସା କରିଥିଲେ। ତୈଳକବୈଶ୍ୟ ସମାଜର ଲୋକମାନେ କିପରି ସମାଜରେ ବିଭିନ୍ନ ସମାଜସେବା କରି ଆଦୃତ ହୋଇଛନ୍ତି ତାହାବୁଝାଇଥିଲେ। ଏହି ଅଧିବେଶନରେ ସ୍ୱଜାତିର ସ୍ୱର୍ଗତ ହରେକୃଷ୍ଣ ସାହୁଙ୍କୁ ମରଣତ୍ତୋର ସ୍ନେହୀରତ୍ନ ସମ୍ମାନ, ଓ ଶ୍ରୀ ସୋମାନନ୍ଦ ସାହୁ ଆଇଆରଏସ୍‌, ଶ୍ରୀନୀଳମାଧବ ପୃଷ୍ଟି ଅବସରପ୍ରାପ୍ତ ପ୍ରଶାସକ, ସମାଜସେବୀ ଶ୍ରୀ ଗିରିଧାରୀ ସାହୁ ଓ ଶ୍ରୀ ଅଇଁଠୁ ସାହୁ, ପ୍ରକାଶ କୁମାର ସାହୁ ଏହି ସମାଜସେବୀଙ୍କୁ ସ୍ନେହୀ ଗୌରବ ସମ୍ମାନରେ ସମ୍ମାନୀତ କରାଯାଇଥିଲା। ସେହିଭଳି ସ୍ୱଜାତିର କୁମାରୀ ଅର୍ପିତା ସାହୁ, ଓଡିଶା ଜୁଡିସିଆଲ ସର୍ଭିସ ଓ ଉଦୀୟମାନ ବ୍ୟାଡମିଣ୍ଟନ କ୍ରୀଡାବିତ ସାଇପ୍ରିୟା ସୁବୁଦ୍ଧିଙ୍କୁ ସ୍ନେହୀ ପ୍ରତିଭା ସମ୍ମାନରେ ସମ୍ମାନୀତ କରାଯାଇଥିଲା। ଏହାବ୍ୟତୀତ ଦୃଷ୍ଟିବାଧିତ ବାଳକ, ବାଳିକା ଦୁସ୍ଥ ମହିଳା, ଦୁସ୍ଥ ପୁରୁଷ, ସିବିଏସ୍‌ଇ ଟପ୍ପର, ଯୁକ୍ତ ଦୁଇ ବିଜ୍ଞାନ ଟପ୍ପରଙ୍କୁ ଆର୍ଥୀକ ସହାୟତା ଓ ସମ୍ମାନୀତ କରିବା ସଙ୍ଗେ ସଙ୍ଗେ ଉତ୍କଳ ବିଶ୍ୱବିଦ୍ୟାଳୟର ଏମବିବିଏସ୍ ଟପ୍ପର, ଏମ୍‌ବିଏ ଟପ୍ପରଙ୍କୁ ସ୍ୱର୍ଣ୍ଣ ପଦକ ଦେଇ ସମ୍ମାନୀତ କରାଯାଇଥିଲା। ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ପିଲାମାନଙ୍କ ଦ୍ୱାରା ଏବଂ ସାଇ ସୃତି କଳାକେନ୍ଦ୍ର କଳାକାରମାନଙ୍କଦ୍ୱାରା ପରିବେଷଣ କରାଯାଇଥିଲା। କାର୍ଯ୍ୟକ୍ରମ ପରିଚାଳନାରେ ସ୍ନେହୀ ସମାଜର ସାଧାରଣ ସମ୍ପାଦକ ଇଂ ଦାମୋଦର ସାହୁ ସକ୍ରିୟ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *