August 27, 2025
Home » ସ୍ଵଗିସ୍କାଡ ଡ୍ୟାନ୍ସ ଏଣ୍ଡ ଫ୍ୟାସନ ଏକାଡେମୀ ପକ୍ଷରୁ ତାଲିମ୍ କେନ୍ଦ୍ର ର ଶୁଭାରମ୍ଭ

ସ୍ଵଗିସ୍କାଡ ଡ୍ୟାନ୍ସ ଏଣ୍ଡ ଫ୍ୟାସନ ଏକାଡେମୀ ପକ୍ଷରୁ ତାଲିମ୍ କେନ୍ଦ୍ର ର ଶୁଭାରମ୍ଭ

0
WhatsApp Image 2025-07-12 at 11.55.40 AM (1)

ବ୍ରହ୍ମପୁର: ଗୋଷାଣୀ ନୂଆ ଗ୍ରାମ ଗୁଣ୍ଡିଚା ମନ୍ଦିର ନିକଟ ରାଜାରାଣୀ କମ୍ପ୍ଲେକ୍ସ ପରିସରରେ ସ୍ଵଗି ସ୍କାର୍ଡ ଡ୍ୟାନ୍ସ ଏଣ୍ଡ ଫ୍ୟାସନ ଏକାଡେମୀ ତରଫରୁ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ନୃତ୍ୟ ଓ ଫ୍ୟାସନ ର ବିକାଶ ଓ ପ୍ରଚାର ପ୍ରସାର ଲାଗି ଏକ ତାଲିମ କେନ୍ଦ୍ର ର ଶୁଭାରମ୍ଭ ହୋଇଛି ।ଏହି ଅବସରରେ କେକ କଟାଯିବା ସହ ଆଜିର ଯୁଗରେ ଉତ୍ତମ ଶିକ୍ଷା ସହ କିପରି ଛାତ୍ର ଛାତ୍ରୀ ମାନେ ନିଜ କଳାର ବିକାଶ ଲାଗି ନୃତ୍ୟ ଆଉ ଫ୍ୟାସନ ପ୍ରତି ରୁଚି ରଖିବେ ସେଥି ନେଇ ଆଲୋଚନା କରାଯାଇଥିଲା ।

ମୁଖ୍ୟ ଅତିଥି ରୂପେ ପୂର୍ବତନ ମେୟର ଶିବ ଶଙ୍କର ଦାଶ ଯୋଗ ଦେଇ କେନ୍ଦ୍ର ର କର୍ମକର୍ତ୍ତା ମନଙ୍କୁ ଉତ୍ସାହିତ କରି ସଭିଙ୍କୁ ଶୁଭ କାମନା ଜଣାଇ ଥିଲେ । ଗଞ୍ଜାମ ଜିଲ୍ଲା ରେ ସଂସ୍କୃତିର ବିକାଶ ଲାଗି ଏପରି କେନ୍ଦ୍ର ର ଆବଶ୍ୟକତା ରହିଛି ବୋଲି କହିଥିଲେ । ଏକାଡେମୀ ମୁଖ୍ୟ ପରିଚାଳିକା ତଥା ଫ୍ୟାସନ ଗୁରୁ କିରଣ ଚୌଧୁରୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥି ଭାବେ ବରିଷ୍ଠ ସାମ୍ୱାଦିକ ତଥା ଗାୟକ ସୁଦୀପ କୁମାର ସାହୁ ଉପସ୍ଥିତ ରହି ସମସ୍ତେ ନିଜର ପ୍ରତିଭା ବିକାଶ କରିବା ଲାଗି ନୃତ୍ୟ ଆଉ ଫ୍ୟାସନ ର ତାଲିମ ନେବା ଆବଶ୍ୟକ ବୋଲି କହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ନୃତ୍ୟ ଗୁରୁ ତଥା କୋରିଓଗ୍ରାଫର ଚନ୍ଦ୍ର ଦେବ ସମାଜସେବୀକା ସଂତୋଷିନି ବେହେରା ଓ ହୋଟେଲ ଦର୍ଶନ ମାଲିକ ସୁଶିଲ ସାହୁ ପ୍ରମୁଖ ଯୋଗ ଦେଇଥିଲେ ।

ବ୍ରହ୍ମପୁର ଇପିଏ ରୁ ନରସିଂହ ଡାକୁଆ ଙ୍କ ରିପୋର୍ଟ
ଇପିଏ ନିଉଜ

Leave a Reply

Your email address will not be published. Required fields are marked *