ସ୍ୱାଧୀନତା ଦିବସ ଅବସରରେ ଲୋକଭବନରେ ଆଟ୍-ହୋମ୍ ଅନୁଷ୍ଠିତ
ଭୁବନେଶ୍ୱର, ଅଗଷ୍ଟ ୧୬ – ୮୦ତମ ସ୍ୱାଧୀନତା ଦିବସ ଅବସରରେ ତା୧୫.୦୮.୨୦୨୬ରିଖ ସନ୍ଧ୍ୟାରେ ମାନ୍ୟବର ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟିଙ୍କ ସୌଜନ୍ୟରେ ରାଜଭବନଠାରେ ଆଟ୍-ହୋମ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟପାଳଙ୍କ ଆମନ୍ତ୍ରଣ କ୍ରମେ ସମାଜର ବିଭିନ୍ନ ବର୍ଗର ବିଶିଷ୍ଟ ବ୍ୟକ୍ତିବିଶେଷ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ ।
ରାଜ୍ୟର ମାନ୍ୟବର ପ୍ରଥମ ମହିଳା ଶ୍ରୀମତୀ ଜୟଶ୍ରୀ କମ୍ଭମପାଟି, ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଓଡ଼ିଶା ହାଇକୋର୍ଟର ମାନ୍ୟବର ମୁଖ୍ୟ ବିଚାରପତି ନ୍ୟାୟମୂର୍ତ୍ତି ଶ୍ରୀ ହରିଶ ଟଣ୍ଡନ, ଓଡ଼ିଶା ବିଧାନସଭାର ମାନ୍ୟବର ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ଏତତବ୍ୟତୀତ ଓଡ଼ିଶା ହାଇକୋର୍ଟର ମାନ୍ୟବର ନ୍ୟାୟମୂର୍ତ୍ତି, ମାନ୍ୟବର ସାଂସଦ ଓ ବିଧାୟକ, ପଦ୍ମ ପୁରସ୍କାର ବିଜେତା, ରାଜନୈତିକ ଦଳର କର୍ମକର୍ତ୍ତା / ବିଶିଷ୍ଟ ବ୍ୟକ୍ତି ବିଶେଷ, ରାଜ୍ୟ ପ୍ରଶାସନର ବରିଷ୍ଠ ଅଧିକାରୀ, କ୍ରୀଡ଼ାବିତ୍, ସାରସ୍ୱତ ସ୍ରଷ୍ଟା, କଳାକାର, ସରକାରଙ୍କ ବିଭିନ୍ନ ଯୋଜନାର ହିତାଧିକାରୀ, ଶିଳ୍ପୀ, କାରିଗର, ସ୍ବେଚ୍ଛାସେବୀ, ନାରୀ ଶକ୍ତି ସମ୍ମାନ ବିଜେତା, ମହିଳା ଉଦ୍ୟୋଗୀ, ଦିବ୍ୟାଙ୍ଗ, ପରିବେଶ ଯୋଦ୍ଧା, ମହିଳା ସରପଞ୍ଚ, ‘ମନ କି ବାତ’ ରେ ମାନ୍ୟବର ପ୍ରଧାନ ମନ୍ତ୍ରୀଙ୍କ ଦ୍ୱାରା ପ୍ରଶଂସିତ ବ୍ୟକ୍ତି ବିଶେଷ, ବିଭିନ୍ନ ଅନୁଷ୍ଠାନ ଓ ସଂଗଠନର କର୍ମକର୍ତ୍ତା ଓ ଗଣମାଧ୍ୟମର ପ୍ରତିନିଧି ପ୍ରମୁଖ ଆଟ୍-ହୋମ୍ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ।
ଏହି ଅବସରରେ ରାଜ୍ୟପାଳ ଡ. କମ୍ଭମପାଟି ବିଭିନ୍ନ ବର୍ଗର ଅତିଥିମାନଙ୍କ ସହିତ ଭାବବିନିମୟ କରିଥିଲେ ।
