ସ୍ୱେଚ୍ଛାସେବୀ ସଂଗଠନ ତରଫରୁ ବଡବିଲ ନୂତନ ଥାନା ଅଧିକାରୀଙ୍କୁ ସମ୍ବର୍ଦ୍ଧନା

ବଡ଼ବିଲ – ବଡବିଲ ଥାନାରେ ନୂତନ ଭାବେ ଯୋଗଦେଇଥିବା ଭାରପ୍ରାପ୍ତ ଥାନାଧିକାରୀ ଶ୍ରୀ ଅଶୋକ କୁମାର ନାୟକଙ୍କୁ ସ୍ୱେଚ୍ଛାସେବୀ ସଂଗଠନ ପ୍ରୟାସ, ଉପାନ୍ତ ମହିଳା ସମିତି, ଆଶୀର୍ବାଦ ମହିଳା ସମିତି ଏବଂ ପ୍ରତିଭା ମହିଳା ସମିତିର ସଦସ୍ୟ-ସଦସ୍ୟାମାନେ ଆଜି ବଡବିଲ ଥାନାରେ ସାକ୍ଷାତ କରିବା ସହିତ ପୁଷ୍ପଗୁଚ୍ଛ ପ୍ରଦାନ କରି ବଡବିଲକୁ ସ୍ୱାଗତ କରିଥିଲେ ।
ପ୍ରକାଶ ଥାଉକି ଶ୍ରୀ ନାୟକ ବଡବିଲ ଥାନାରେ ନୂତନ ଭାବେ ଯୋଗ ଦେଉ ଦେଉ ଗ୍ରେବାଲ ଖଣି କମ୍ପାନୀ ଭାଇସ ପ୍ରେସିଡେଣ୍ଟ ନିମାନନ୍ଦ ପ୍ରଧାନ ଅପହରଣ ଘଟଣା ଘଟିଥିଲା ଯାହାକି ସମ୍ପୂର୍ଣ୍ଣ ଭାବେ ତାଙ୍କ ପାଇଁ ଏବଂ ବଡବିଲ ପୋଲିସ ପାଇଁ ଏକ ଚ୍ୟାଲେଞ୍ଜ ଥିଲା । କିନ୍ତୁ ପଶ୍ଚିମାଞ୍ଚଳ ଡିଆଇଜି ଏବଂ କେନ୍ଦୁଝର ଆରକ୍ଷୀ ଅଧିକାରୀ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ଘଟଣାର ତଦନ୍ତ କରି ଏହି ଘଟଣାରେ ସାମିଲ ଥିବା ୯ଜଣଙ୍କୁ ଗିରଫ କରିବା ସହିତ ପରିବାର ତରଫରୁ ଦିଆଯାଇଥିବା ୬୦ ଲକ୍ଷ ଟଙ୍କା ମଧ୍ୟରୁ ୫୦ ଲକ୍ଷ ୯୦ ହଜାର ଟଙ୍କା ଅପହରଣ କର୍ତ୍ତାଙ୍କ ଠାରୁ ଜବତ କରିବାରେ ସଫଳ ହୋଇଥିଲେ । ପ୍ରାୟତଃ ଏହିଭଳି ଅପହରଣ ଘଟଣାରେ ଅପହରଣ ହୋଇଥିବା ବ୍ୟକ୍ତିଙ୍କୁ ଉଦ୍ଧାର କରିବାର ମାତ୍ରା ବହୁତ କମ୍ । ଅପହରଣ ହୋଇଥିବା ବ୍ୟକ୍ତିଙ୍କୁ ଉଦ୍ଧାର କଲେ ଟଙ୍କା ଯିବ, ଟଙ୍କା ନଦେଲେ ଜୀବନ । କିନ୍ତୁ ଏହି ଘଟଣାରେ ଅପହରଣ ହୋଇଥିବା ବ୍ୟକ୍ତିଙ୍କୁ ସୁରକ୍ଷିତ ଘରକୁ ଆଣିବା ପରେ ଅପହରଣକାରୀଙ୍କୁ ଗିରଫ କରିବା ଓ ଦିଆଯାଇଥିବା ଟଙ୍କାକୁ ଜବତ କରିବା ନିହାତି ପ୍ରଶଂସା ଯୋଗ୍ୟ ।ବଡବିଲ ଅଞ୍ଚଳରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ବଜାୟ ରଖିବା ତାଙ୍କର ପ୍ରାଥମିକତା ହେବ ବୋଲି ବଡ଼ବିଲ ଥାନା ଅଧିକାରୀ ଶ୍ରୀ ନାୟକଙ୍କୁ ସାକ୍ଷାତକାରରେ ପ୍ରକାଶ କରିଥିଲେ ।
କେନ୍ଦୁଝର ଜିଲ୍ଲା ଯୋଡ଼ା ରୁ ଡିମ୍ପଲ ସାଣ୍ଡିଲ ଙ୍କ ରିପୋର୍ଟ ଇପିଏ ନିଉଜ୍ ।