October 24, 2025
Home » ହନ୍ତସନ୍ତ ନୂଆଁଭୂଇଁ ଗ୍ରାମବାସୀ

ହନ୍ତସନ୍ତ ନୂଆଁଭୂଇଁ ଗ୍ରାମବାସୀ

0
deba-rasta

ମନରେଗା କାମରେ ମହାଦୁର୍ନୀତି,ଗାଁକୁ ପକ୍କା ରାସ୍ତା

ଗାଁକୁ ନାହିଁ ସ୍ତାଇରାସ୍ତା । କାଦୁଅ ରାସ୍ତାରେ ହନ୍ତସନ୍ତ ହେଉଛନ୍ତି ନୂଆଁଭୂଇଁ ଗ୍ରାମବାସୀ । ମନରେଗା ଯୋଜନାରେ ମହାଦୁର୍ନୀତି । ଦେବଗଡ଼ ଜିଲ୍ଲା ତିଲେଇଵଣି ବ୍ଲକ ଟାଇଁସର ପଞ୍ଚାୟତ ନୂଆଁଭୂଇଁ ଗ୍ରାମର ଏ ଦୃଶ୍ଯ । ଦେଖନ୍ତୁ କିପରି କାଦୁଅ ପଚପଚ ରାସ୍ତାରେ ଯିବା ଆସିବା କରୁଛନ୍ତି ଏମାନେ । ସ୍କୁଲ କଲେଜ ପିଲାଙ୍କଠୁ ଆରମ୍ଭ କରି ତହସିଲ ଅଫିସ, ମେଡିକାଲ ଓ ବଜାର ଯିବାପାଇଁ ଜୀବନକୁ ବାଜୀ ଲଗାଇ କାଦୁଅରେ ଯିବା ଆସିବା କରୁଛନ୍ତି ଗ୍ରାମଵାସୀ । ବାଇକ କି ସାଇକେଲ କଥା ନକହିଲେ ଭଲ….. କାଦୁଅ ଭରା ରାସ୍ତା ଭିତରେ ଗାଡି ନେଇ ଆସିବା ଯେମିତି ଏକ ନର୍କ ସଦୃଶ୍ଯ । କେତେବେଳେ କଣ ଦୁର୍ଘଟଣା ଘଟିବ ତାହା କହି ହେବ ନାହିଁ ।

ପଞ୍ଚାୟତରାଜ ବିଭାଗ ୨୦୨୪-୨୫ ଆର୍ଥିକ ବର୍ଷରେ ରାସ୍ତାର ଉନ୍ନତୀକରଣ ନିମନ୍ତେ ୩ ଲକ୍ଷ ଟଙ୍କା ମଞ୍ଜୁର କରିଥିବା ବେଳେ ମୋରୁମ ବଦଳରେ ଠିକାଦାର ମାଟି ପକାଇ ଦେଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ୬୦ ହଜାର୍ କାମ କରି ଚଞ୍ଚକତା ସହ ୩ଲକ୍ଷ ବିଲ୍ କରି ଟଙ୍କା ଉଠାଇଥିବା ଅଭିଯୋଗ କରୁଛନ୍ତି ଲୋକେ । ବିଭାଗୀୟ ଜେଇଙ୍କୁ ପଚାରିବାରୁ ମାଟି ପକାଯାଇଛି । କାଦୁ ହେଉଥିବା ସ୍ଥାନରେ ବାଲି ଫିଲିଙ୍ଗ କରାଯିବ ବୋଲି କହିଛନ୍ତି । ତିଲେଇବଣୀ ବିଡିଓଙ୍କ ପ୍ରତିକ୍ରିୟା ମିଳି ପାରିନଥିବା ବେଳେ ଜି.ଆର.ଏସ ଓ ସରପଞ୍ଚଙ୍କ ଭୂମିକା ଥିବା ଅନୁମାନ କରାଯାଉଛି । ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ତୁରନ୍ତ ନୂଆଁଭୂଇଁ ଗ୍ରାମକୁ ପକ୍କା ରାସ୍ତା ଟିଏ ନିର୍ମାଣ ପାଇଁ ଅଞ୍ଚଳ ବାସୀ ଦାଵୀ କରିବା ସହ ଠିକାଦାର ଓ ଯନ୍ତ୍ରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ କରିଛନ୍ତି ।

ଦେଓଗଡ ରୁ ଦେବାନନ୍ଦ ନାଏକ ଙ୍କ ସହିତ ଇପିଏ ନିୟୁଜ।

Leave a Reply

Your email address will not be published. Required fields are marked *